Posted inଫୁରସତ

ଟ୍ରାନ୍ସଲେସନ୍‌ କରିବ ଚଷମା

କିଛି ନୂଆ ଶବ୍ଦ ଦେଖିବା ମାତ୍ରେ ଆମେ ଡିକ୍ସନାରୀ ବାହାର କରି ତା’ର ଅର୍ଥ ଖୋଜିବାକୁ ଲାଗୁ। ହେଲେ ଏବେ ସେମିତି କରିବାର ଆବଶ୍ୟକତା ନାହିଁ। କାରଣ ଜାପାନର ଜଣେ ବୈଜ୍ଞାନିକ ଏଭଳି ଚଷମା ତିଆରି କରିଛନ୍ତି, ଯାହା ଅଜଣା ଶବ୍ଦକୁ ଟ୍ରାନ୍ସଲେଟ କରିବାରେ ସକ୍ଷମ। ଚଷମାଟି ଶବ୍ଦକୁ ଟ୍ରାନ୍ସଲେଟ୍‌ କରି ତା’ର ଟ୍ରାନ୍ସଲେଟେଡ ଇମେଜ ପ୍ରସ୍ତୁତ କରିଥାଏ। କମ୍ପାନୀ ଅନୁସାରେ ଉକ୍ତ ଟେକ୍‌ନିକ୍‌କୁ ଜାପାନର ଇଲେକ୍ଟ୍ରୋନିକ ଶୋ ସିଟୈକ ୨୦୧୩ରେ ପ୍ରଦର୍ଶିତ କରାଯାଇଥିଲା। ଏହି ସ୍ମାର୍ଟ ଚଷମା ପର୍ଯ୍ୟଟକଙ୍କ ପାଇଁ ବହୁତ କାମରେ ଲାଗିବ। କାରଣ ଏହାଦ୍ୱାରା ପର୍ଯ୍ୟଟକ ବିଦେଶ ଯାଇଥିବାବେଳେ ସେଠାକାର ହୋଟେଲର ମେନ୍ୟୁକୁ ଉକ୍ତ ଚଷମା ସାହାଯ୍ୟରେ ସହଜରେ ପଢି ବୁଝିପାରିବେ। ତା’ସହ ସେଠାକାର ଭାଷାରେ ଲିଖିତ ସ୍ଥାନଗୁଡିକର ନାମ ବି ଟ୍ରାନ୍ସଲେସନ୍‌ ମାଧ୍ୟମରେ ପଢିପାରିବେ। ଏହି ଗ୍ଲାସେସ୍‌ ସାହାଯ୍ୟରେ ଜାପାନୀ, ଇଂରାଜୀ, ଚାଇନା, କୋରିଆ ଭାଷା ଟ୍ରାନ୍ସଲେଟ୍‌ କରିହୁଏ। ଆଉ ଟ୍ରାନ୍ସଲେସନ୍‌ କରିବାକୁ ମାତ୍ର ୫ ସେକେଣ୍ଡ ସମୟ ଲାଗିଥାଏ। ଏହା ବହୁ ଉପକାରୀ ହେଲେ ହେଁ କମ୍ପାନୀ ଅନୁସାରେ ଏଥିରେ ଥିବା ସମସ୍ୟାଗୁଡିକ ହେଉଛି ଏହାର ଆକାର, ଓଜନ ଓ ବ୍ୟାଟେରୀ ଲାଇଫ୍‌ ଅଟେ। ଯାହାକୁ ସମାଧାନ କରିବା ପାଇଁ ଏବେ ଚେଷ୍ଟା କରାଯାଉଛି। ଅନ୍ୟ କିଛି କମ୍ପାନୀ ମଧ୍ୟ ଏହି ଟେକ୍‌ନିକ ଡେଭଲପ୍‌ କରିବାରେ ଲାଗିଛନ୍ତି। ଆଉ ଗୁଗଲ୍‌ ବି ନିଜର ଗୁଗଲ୍‌ ଗ୍ଲାସ ପ୍ରୋଜେକ୍ଟରେ ଏହିଭଳି ଚଷମା ତିଆରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri