Posted inଫୁରସତ

ଗ୍ଲାମରସ୍‌ ମେକାନିକ୍‌

ଗ୍ୟାରେଜ୍‌ରେ ପୁରୁଷମାନଙ୍କୁ କଠିନ ପରିଶ୍ରମ କରି ବଡ଼ ବଡ଼ ଗାଡି ଠିକ୍‌ କରୁଥିବା ଦେଖିଥିବେ। ଶାରୀରିକ ପରିଶ୍ରମ ରହୁଥିବା ଏହି କାର୍ଯ୍ୟକୁ ସାଧାରଣତଃ ପୁରୁଷପ୍ରଧାନ କାମ ଭାବେ ଗଣନା କରାଯାଏ। ଏମିତି ବହୁତ କମ୍‌ ମହିଳା ଅଛନ୍ତି ଯେଉଁମାନେ ଏହି କାମକୁ ଆପଣାନ୍ତି। ସେମାନଙ୍କ ଭିତରେ ଜଣେ ହେଉଛନ୍ତି କାଲିଫର୍ନିଆର ପେଟୋନ୍‌ ସିସ୍କୋନି। ଆଉ ସେ ଯେତେବେଳେ ଗ୍ୟାରେଜରେ କାମ କରନ୍ତି ସମସ୍ତଙ୍କ ଦୃଷ୍ଟି ତାଙ୍କରି ଆଡକୁ ଆପେ ଟାଣି ହୋଇଯାଏ। କାରଣ ସେ ଯେମିତି ସୁନ୍ଦରୀ ସେମିତି ଷ୍ଟାଇଲିଶ୍‌। କୌଣସି ମଡେଲଠୁ ସେ କମ୍‌ ନୁହନ୍ତି। ଗ୍ଲାମରସ୍‌ ପୋଷାକ, ବାଇଗଣୀ କେଶ, ସୁନ୍ଦର ମେକ୍‌ଅପ୍‌ ସାଙ୍ଗକୁ ହାଇ ହିଲ୍‌ ପିନ୍ଧି ସେ ଗ୍ୟାରେଜ୍‌ରେ କାମ କରନ୍ତି। ସେ ନିଜ କାମରେ ବି ବେଶ୍‌ ଧୁରନ୍ଧର। ବଡ ବଡ଼ ଗାଡିର ପାର୍ଟ ଅଲଗା କରି ସଜାଡିବା କାମ ସେ ବେଶ୍‌ ସହଜରେ କରିପାରନ୍ତି। ଆଉ କାମ କରିବାବେଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର ବି କରନ୍ତି। ଏବେ ସେ ସୋସିଆଲ ମିଡିଆରେ ଗ୍ଲାମରସ୍‌ ମେକାନିକ ଭାବେ ପରିଚିତ। ଏଭଳି ପୁରୁଷ ପ୍ରାଧାନ୍ୟ କାମ କରିବାର ପ୍ରେରଣା ସେ ନିଜ ମା’ଙ୍କଠୁ ପାଇଥିଲେ। ତାଙ୍କ ମା’ କନ୍‌ଷ୍ଟ୍ରକ୍ସନଠୁ ଆରମ୍ଭ କରି ବାରଟେଣ୍ଡିଂ ଓ ନୌକାଚାଳନା ଆଦି କରୁଥିଲେ। ପେଟୋନ୍‌ ୧୪ ଲକ୍ଷ ଟଙ୍କା ନିବେଶ କରି ନିଜର ଏହି ମେକାନିକ୍‌ ବ୍ୟବସାୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…

ମେକ୍ସିକୋ ସିଟି,୧୫।୭: ସୋସିଆଲ୍‌ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ...

ମାତ୍ର ୮୦ ଟଙ୍କା ଟୋଲ ଟ୍ୟାକ୍ସ ଦେଉ ନଥିବା ବିଚାରପତିଙ୍କୁ ଏମିତି ବୁଦ୍ଧି ଶିଖାଇଲେ ମ୍ୟାନେଜର, ଭିଡିଓ ଭାଇରାଲ

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ...

ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ...

ଦିନେ ଲୋକେ କହୁଥିଲେ ଡାହାଣୀ, ଏବେ ଜିତିଲେ ପଦ୍ମଶ୍ରୀ

ରାଞ୍ଚି,୨୭।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧୯ ଜଣଙ୍କୁ ପୁରସ୍କାର ଦିଆଯିବ। ଝାଡଖଣ୍ଡର...

ଦାମୀ ପେନ୍‌ସିଲ୍‌

ଗ୍ରାଫ୍‌ ଭନ୍‌ ଫେବର-କାଷ୍ଟେଲ ପରଫେକ୍ଟ ପେନ୍‌ସିଲ୍‌କୁ ଦୁନିଆର ସବୁଠାରୁ ଦାମୀ ପେନ୍‌ସିଲ୍‌ ଭାବେ ବିବେଚନା କରାଯାଇଥାଏ। କାରଣ ଏହି ପେନ୍‌ସିଲ୍‌ର ଉପର କୋଟ୍‌ଟି ପ୍ରାୟ ୨୪୦...

ଘର ପାଇଁ ଦୀପାବଳିରେ କିଣନ୍ତୁ ଏସବୁ ଆସବାବପତ୍ର…

ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ...

ହସ ଆଣିଦେଲା ସୋସିଆଲ ମିଡିଆ

ଇରୋଡ୍‌(ତାମିଲନାଡ଼ୁ): ସମ୍ପ୍ରତି ଅନେକ ଯୁବଗୋଷ୍ଠୀ ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଯଦି ମହତ୍‌ ଉଦ୍ଦେଶ୍ୟରେ...

ଏମିତି ଦେଶ ଯେଉଁଠି ମୃତବ୍ୟକ୍ତିଙ୍କ ସହ ହୋଇଥାଏ ବିବାହ, ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି

ବିଭିନ୍ନ ଦେଶର ଆଇନକାନୁନ ଭିନ୍ନ ପ୍ରକାରର। ତେବେ ଏମିତି କିଛି ଆଇନକାନୁନ ରହିଛି ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଦେଶ ହେଉଛି...

Advertisement
Archives

Model This Week