Posted inଫୁରସତ

ଗ୍ଲାମରସ୍‌ ମେକାନିକ୍‌

ଗ୍ୟାରେଜ୍‌ରେ ପୁରୁଷମାନଙ୍କୁ କଠିନ ପରିଶ୍ରମ କରି ବଡ଼ ବଡ଼ ଗାଡି ଠିକ୍‌ କରୁଥିବା ଦେଖିଥିବେ। ଶାରୀରିକ ପରିଶ୍ରମ ରହୁଥିବା ଏହି କାର୍ଯ୍ୟକୁ ସାଧାରଣତଃ ପୁରୁଷପ୍ରଧାନ କାମ ଭାବେ ଗଣନା କରାଯାଏ। ଏମିତି ବହୁତ କମ୍‌ ମହିଳା ଅଛନ୍ତି ଯେଉଁମାନେ ଏହି କାମକୁ ଆପଣାନ୍ତି। ସେମାନଙ୍କ ଭିତରେ ଜଣେ ହେଉଛନ୍ତି କାଲିଫର୍ନିଆର ପେଟୋନ୍‌ ସିସ୍କୋନି। ଆଉ ସେ ଯେତେବେଳେ ଗ୍ୟାରେଜରେ କାମ କରନ୍ତି ସମସ୍ତଙ୍କ ଦୃଷ୍ଟି ତାଙ୍କରି ଆଡକୁ ଆପେ ଟାଣି ହୋଇଯାଏ। କାରଣ ସେ ଯେମିତି ସୁନ୍ଦରୀ ସେମିତି ଷ୍ଟାଇଲିଶ୍‌। କୌଣସି ମଡେଲଠୁ ସେ କମ୍‌ ନୁହନ୍ତି। ଗ୍ଲାମରସ୍‌ ପୋଷାକ, ବାଇଗଣୀ କେଶ, ସୁନ୍ଦର ମେକ୍‌ଅପ୍‌ ସାଙ୍ଗକୁ ହାଇ ହିଲ୍‌ ପିନ୍ଧି ସେ ଗ୍ୟାରେଜ୍‌ରେ କାମ କରନ୍ତି। ସେ ନିଜ କାମରେ ବି ବେଶ୍‌ ଧୁରନ୍ଧର। ବଡ ବଡ଼ ଗାଡିର ପାର୍ଟ ଅଲଗା କରି ସଜାଡିବା କାମ ସେ ବେଶ୍‌ ସହଜରେ କରିପାରନ୍ତି। ଆଉ କାମ କରିବାବେଳର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର ବି କରନ୍ତି। ଏବେ ସେ ସୋସିଆଲ ମିଡିଆରେ ଗ୍ଲାମରସ୍‌ ମେକାନିକ ଭାବେ ପରିଚିତ। ଏଭଳି ପୁରୁଷ ପ୍ରାଧାନ୍ୟ କାମ କରିବାର ପ୍ରେରଣା ସେ ନିଜ ମା’ଙ୍କଠୁ ପାଇଥିଲେ। ତାଙ୍କ ମା’ କନ୍‌ଷ୍ଟ୍ରକ୍ସନଠୁ ଆରମ୍ଭ କରି ବାରଟେଣ୍ଡିଂ ଓ ନୌକାଚାଳନା ଆଦି କରୁଥିଲେ। ପେଟୋନ୍‌ ୧୪ ଲକ୍ଷ ଟଙ୍କା ନିବେଶ କରି ନିଜର ଏହି ମେକାନିକ୍‌ ବ୍ୟବସାୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?