ଶବ୍ଦ ପ୍ରଦୂଷଣ ରୋକିବାକୁ ଗୁରୁତ୍ୱ ଦେଉ ପ୍ରଶାସନ

ଖଣ୍ଡପଡ଼ା,୧୯ା୧୦(ଅଜୟ କୁମାର ମହାରଣା)ଶବ୍ଦ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ବ ପର୍ବାଣୀରେ ଡ଼ିଜେ ସାଉଣ୍ଡ ଉପରେ କଟକଣା ଜାରି କରାଯାଇଛି। ଡ଼ିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ଘୋଷଣା କରାଯାଇଛି। ଏ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ହୋଇଛି। ବିଶେଷ କରି ପୂଜା ପାର୍ବଣରେ ଡ଼ିଜେ, ଚାଙ୍ଗୁ ବାଜା ନ ବଜାଇବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷେ ରାତ୍ର ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ ବଜାଇବା ଉପରେ କଟକଣା ଲାଗୁ କରାଯାଇଛି। ହେଲେ ଚଳିତ ବର୍ଷ ଗଣେଶ ପୂଜା ଓ ଖୁଦୁରୁକୁଣୀ ଭସାଣିରେ ଡ଼ିଜେ ସହିତ ଚାଙ୍ଗୁ ବାଜିଥିଲା। ପୋଲିସ ଉପସ୍ଥିତରେ ଶୋଭଯାତ୍ରାକାରୀମାନେ ଡ଼ିଜେ ବଜାଇ ନାଚିଥିଲେ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ଶଦ୍ଦ ପ୍ରଦୂଷଣ ଆଇନ କେବଳ କାଗଜ କଲମରେ ସୀମିତ ରହୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ଗତ ଗଣେଶ ପୂଜା ଭସାଣୀରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନ ପ୍ରାୟ ସମସ୍ତ ଅଞ୍ଚଳରେ ଡ଼ିଜେ ବାଜିଥିଲା। ଫଳରେ ଶବ୍ଦ ପ୍ରଦୂଷଣ ସୃଷ୍ଟି ହୋଇଥିଲା। ଶୋଭାଯାତ୍ରା ସାହି ଦେଇ ଯାଉଥିବା ବେଳେଘର ଥରି ଉଠିଥିଲା। କାନଫଟା ଶଦ୍ଦରେ ଲୋକେ ଅତିଷ୍ଠ ହୋଇଥିଲେ। ରୋଗୀ, ଶିଶୁ ଓ ଗର୍ଭବତୀମାନେ ଏହି ଶବ୍ଦକୁ ସହ୍ୟ କରି ପାରି ନ ଥିଲେ। ପଶୁ,ପକ୍ଷୀମାନେ ଏପରି ଶବ୍ଦରେ ଅତିଷ୍ଠ ହୋଇଥିଲେ। ତଥାପି କେହି ପ୍ରତିବାଦ କରିବାକୁ ସାହାସ କରି ନ ଥିଲେ। ଆସନ୍ତା ୨୪ରୁ ଆରମ୍ଭ ହେବ ଦଶହରା। ଏହି ସମୟରେ ଶଦ୍ଦ ପ୍ରଦୂଷଣ ନିୟମକୁ କାଗଜ କଲମରେ ସୀମିତ ନ ରଖି ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।
ଏହି ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ କଣ୍ଟିଲୋ ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କୁ ଏକାଠି କରାଯାଇ ଶବ୍ଦ ପ୍ରଦୂଷଣ ରୋକିବାକୁ ପରାମର୍ଶ ଦିଆଯାଇଥିଲା। ଶଦ୍ଦ ପ୍ରଦୂଷଣ ରୋକିବା ନିମନ୍ତେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲା। ବିଶେଷକରି କୋର୍ଟ କଚେରୀ, ଡାକ୍ତରଖାନା, ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଆଦି ଶାନ୍ତିପୂର୍ଣ୍ଣ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ପ୍ରତି ସମସ୍ତେ ସଚେତନ ରହିବା ଉଚିତ ବୋଲି ନିୟମ ରହିଛି। କେନ୍ଦ୍ର ସରକାର ଶଦ୍ଦ ପ୍ରଦୂଷଣ ନିୟମ-୨୦୧୦ ନିୟମକୁ ଆଧାରକରି ପ୍ରଦୂଷଣକୁ ରୋକିବା ଲକ୍ଷ୍ୟରେ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କିମ୍ବା ସଙ୍ଗଠନ ଶଦ୍ଦ ପ୍ରଦୂଷଣ କରିପାରିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଚଳିତ ପୂଜା ପାର୍ବଣ ସମୟରେ ଏହି ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣାଧୀନ କରିବା ଲକ୍ଷ୍ୟରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଡ଼ିଜେ, ଡ଼ାକବାଜି ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଉପଜିଲାପାଳଙ୍କଠାରୁ ଅନୁମତି ନେବା ଜରୁରୀ ଏବଂ ଯାହା ନୀତି ନିୟମ ରହିଛି ତାହାକୁ ଆଧାର କରି ଡ଼ାକବାଜି ଯନ୍ତ୍ର ବ୍ୟବହାର କରି ପାରିବେ ବୋଲି ବ୍ୟବସ୍ଥା ରହିଛି। ଅନ୍ୟଥା ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ଖଣ୍ଡପଡ଼ା ଥାନା ଆଇଆଇସି ଜ୍ୟୋତି ପ୍ରକାଶ ସ୍ବାଇଁ କହିଛନ୍ତି। ଶବ୍ଦ ପ୍ରଦୂଷଣ ଆଇନକୁ ଉଲ୍ଲଂଘନ କରୁଥାଏ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହାଛଡା ଆଗାମୀ ଦଶହରା ଉତ୍ସବ ପୂର୍ବରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କୁ ଡକାଇ ଏସମ୍ପର୍କରେ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?