ଜମିପଟ୍ଟା ଦିଅ, ନଚେତ୍‌ ବିସ୍ଥାପନ କର

ବରଗଡ଼ ଅଫିସ୍‌,୨୧।୧: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ କର୍ଲା ପଞ୍ଚାୟତ ଅନ୍ତର୍ଗତ ଦେଚୁଆଁ ଗ୍ରାମବାସୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି। ଏପର୍ଯ୍ୟନ୍ତ ସେମାନଙ୍କ ପାଖକୁ ମୌଳିକ ସୁବିଧା ସୁଯୋଗ ମିଳିନାହିଁ। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଗ୍ରାମବାସୀ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ କୃତ୍ତିବାସ ରାଉତଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଗ୍ରାମର ସମସ୍ତ ଭୂମିହୀନଙ୍କୁ ଜମିପଟ୍ଟା ଦିଆଯାଉ, ନଚେତ୍‌ ସେମାନଙ୍କୁ ଗ୍ରାମରୁ ବିସ୍ଥାପନ କରାଯାଉ ବୋଲି ଗ୍ରାମବାସୀ ସ୍ମାରକପତ୍ରରେ ଦାବି କରିଛନ୍ତି।
ପ୍ରକାଶ ଯେ, ଦେଚୁଆଁ ଗ୍ରାମରେ ସମୁଦାୟ ୭୬ ପରିବାର ରହୁଛନ୍ତି। ଜନସଂଖ୍ୟା ୩ ଶହରୁ ଅଧିକ ହେବ। ଗ୍ରାମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ, ସାଧାରଣ ବର୍ଗର ଲୋକେ ବସବାସ କରୁଛନ୍ତି। ଗ୍ରାମରେ ଥିବା ଜମିକୁ ଚାଷୋପଯୋଗୀ କରି ସେଠାରେ ଚାଷବାସ କରି ଗ୍ରାମବାସୀ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି। ଦୀର୍ଘବର୍ଷରୁ ତଥା ବାପଅଜା ଅମଳରୁ ସେଠାରେ ବସତି ସ୍ଥାପନ କରିବା ସହିତ ଏହି ବସ୍ତି ଗଢ଼ି ଉଠିଛି। କିନ୍ତୁ ଗ୍ରାମବାସୀଙ୍କ ପାଖକୁ ଏପର୍ଯ୍ୟନ୍ତ ସରକାରୀ ସୁବିଧା ସୁଯୋଗ ପହଞ୍ଚତ୍ ପାରିନାହିଁ। ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ, ଗ୍ରାମର କେବଳ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ମାତ୍ର ପଛୁଆବର୍ଗ ଏବଂ ସାଧାରଣ ବର୍ଗର ଭୂମିହୀନଙ୍କୁ ସେଥିରୁ ବଞ୍ଚିତ କରାଯାଇଛି। ଫଳରେ ସେମାନେ ସରକାରୀ ଯୋଜନା ଗୁଡ଼ିକରେ ସାମିଲ ହୋଇପାରୁ ନ ଥିବାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତିଗତ ପ୍ରମାଣପତ୍ର, କୃଷିଋଣ, ଧାନ ବିକ୍ରିବଟା, ଝିଅପୁଅଙ୍କ ପାଠପଢ଼ା, ଜଙ୍ଗଲୀ ଜନ୍ତୁଙ୍କ ଦ୍ୱାରା ଫସଲକ୍ଷତିର କ୍ଷତିପୂରଣ ଆଦି କ୍ଷେତ୍ରରେ ହଟହଟା ହେବା ସହିତ ସରକାରୀ ଯୋଜନାର ଲାଭ ଉଠାଇବାରେ ସେମାନେ ବଞ୍ଚତ୍ତ ହେଉଥିବା ଗ୍ରାମବାସୀ କହିଛନ୍ତି ।
ଗ୍ରାମର ଗଣେଶ ଧରୁଆ କହିଛନ୍ତି, ବାର୍‌ହାମାନେ ଚାଷଜମିକୁ ଆସି ବାରମ୍ବାର ଫସଲକ୍ଷତି କରୁଛନ୍ତି। କିନ୍ତୁ ଜମିପଟ୍ଟା ନ ଥିବାରୁ ଗ୍ରାମବାସୀଙ୍କୁ ବନ ବିଭାଗ ପକ୍ଷରୁ ଫସଲକ୍ଷତି ବାବଦକୁ କ୍ଷତିପୂରଣ ମଧ୍ୟ ମିଳିପାରୁନାହିଁ । ସେହିପରି ଅନ୍ୟ ଜଣେ ଗ୍ରାମବାସୀ ସୁରେନ୍ଦ୍ର ବାଗ କହିଛନ୍ତି, ଜମିପଟ୍ଟା ନ ଥିବା ଯୋଗୁ ଚାଷୀ ପରିଚୟପତ୍ର ହୋଇପାରୁନାହିଁ। ଫଳରେ ସେମାନେ ସରକାରୀ ସହାୟକ ମୂଲ୍ୟରେ ଧାନବିକ୍ରି କରି ପାରୁନାହାନ୍ତି ଏବଂ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ଏହି ଦୃଷ୍ଟିରୁ ଗ୍ରାମର ସମସ୍ତ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ସହିତ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ, ନଚେତ୍‌ ସେମାନଙ୍କୁ ଗ୍ରାମରୁ ବିସ୍ଥାପନ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମର ଚକାନନ ବାଗ, ଅର୍ଜୁନ ବାଗ, ହେମାନନ୍ଦ ବାଗ, ଆନନ୍ଦ ବାଗଙ୍କ ସମେତ ବହୁ ଗ୍ରାମବାସୀ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri