ଲୋକଙ୍କୁ ଖାଇବାକୁ ଦିଅ

ଫେବୃୟାରୀ ୨୦୨୨ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣ ପରେ ୟୁକ୍ରେନ୍‌ର ବ୍ଲାକ୍‌ ସି ବା କୃଷ୍ଣସାଗରରେ ଥିବା ବନ୍ଦରଗୁଡ଼ିକରୁ ବାହାର ଦେଶକୁ ଖାଦ୍ୟଶସ୍ୟ ନେଇ ଯାଉଥିବା ପାଣିଜାହଜଗୁଡ଼ିକ ବନ୍ଦ ହୋଇଗଲା। ସେଗୁଡ଼ିକ ଯୁଦ୍ଧାସ୍ତ୍ର ନେଉଥିବା ସନ୍ଦେହରେ ରୁଷିଆ ସେନା ଆକ୍ରମଣର ଆଶଙ୍କାକରି ଏହା କରାଯାଇଥିଲା। ବିଶେଷକରି ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକୀୟ ଦେଶଗୁଡ଼ିକ ୟୁକ୍ରେନ୍‌ରୁ ଗହମ ଆମଦାନୀ କରିଥାନ୍ତି। ତେବେ ଯୁଦ୍ଧ ଯୋଗୁ ୟୁକ୍ରେନ୍‌ରୁ ସେହି ଦେଶଗୁଡ଼ିକୁ ଖାଦ୍ୟଶସ୍ୟ ବିଶେଷକରି ଗହମ ରପ୍ତାନି ପୂରା ବନ୍ଦ ହୋଇଗଲା। ଫଳରେ ସେଠାରେ ଗହମ ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଲା ଓ ଦୁର୍ଭିକ୍ଷ ଆଶଙ୍କା ଦେଖାଦେଲା। ଫଳସ୍ବରୂପ, ଜୁଲାଇ ୨୦୨୨ରେ ସୁରକ୍ଷିତ ସମୁଦ୍ର ପଥ ଦେଇ ୟୁକ୍ରେନ୍‌କୁ ଜାହାଜ ଯିବା ଆସିବା କରିବା ଲାଗି ରୁଷିଆ ରାଜି ହୋଇଥିଲା । କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରଖିଥିଲା ଯେ, ତା’ ଅଧିକାରୀମାନେ ଜାହାଜଗୁଡ଼ିକୁ ଯାଞ୍ଚ କରିପାରିବେ। ସେବେଠାରୁ ୧୧ ମାସ ହେଲା ‘ବ୍ଲାକ୍‌ ସି ଗ୍ରେନ୍‌ ଇନିସିଏଟିଭ’ କାର୍ଯ୍ୟ କରୁଥିଲା ଏବଂ ଏହି ସମୟ ମଧ୍ୟରେ ୟୁକ୍ରେନ୍‌ ୩୩ ମିଲିୟନ ଟନ୍‌ ଖାଦ୍ୟଶସ୍ୟ ରପ୍ତାନି କରିବା ଯୋଗୁ ବିଶ୍ୱରେ ଖାଦ୍ୟ ମୂଲ୍ୟ ପାଖାପାଖି ୨୦% ହ୍ରାସ ଘଟିଲା। ଜାତିସଂଘ ଅନୁଯାୟୀ ରପ୍ତାନି ହୋଇଥିବା ମୋଟ ଖାଦ୍ୟଶସ୍ୟର ୫୭% ବିକାଶଶୀଳ ଦେଶଗୁଡ଼ିକୁ ଯାଇଥିଲା।
ରୁଷିଆ ଏବେ ଚୁକ୍ତିରୁ ଓହରିଯାଇଛି। ଜୁଲାଇ ୧୭ରେ ଚୁକ୍ତି ଶେଷ ହେବ ବୋଲି ରୁଷିଆ ଯେତେବେଳେ ଘୋଷଣା କରିଥିଲା ସେତେବେଳେ ଖାଦ୍ୟଶସ୍ୟର ମୂଲ୍ୟ ୮% ବଢ଼ିଗଲା। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ସତର୍କ କରିଦେଇଥିଲେ ଯେ, ଏବେ ଅନେକ ଲକ୍ଷ ଲୋକଙ୍କୁ କ୍ଷୁଧାର ସାମ୍ନା କରିବାକୁ ପଡ଼ିବ। ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଥିଲେ, ବିଶ୍ୱରେ ଖାଦ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଏଥିରୁ ବଞ୍ଚିତ କରିବା ପାଇଁ ରୁଷିଆ ଦାୟୀ। ରୁଷିଆର ଆଚରଣ ମରୁଡ଼ି ପ୍ରପୀଡ଼ିତ ଦେଶଗୁଡ଼ିକର ଲୋକମାନଙ୍କ ପଛରୁ ଛୁରି ଭୁସିବା ସହ ସମାନ ବୋଲି କେନିଆ ସରକାର (ଏହି ଦେଶଗୁଡ଼ିକ ସହ ଏବେ କେନିଆ ସାମିଲ ହୋଇଛି) କହିଥିଲେ। ତେବେ ଚୁକ୍ତି ଶେଷ କରିବା ସହ ରୁଷିଆ ଘୋଷଣା କରିଛି ଯେ, କୌଣସି ପଣ୍ୟବାହୀ ଜାହାଜ ୟୁକ୍ରେନ୍‌ ବନ୍ଦର ଆଡ଼କୁ ଯଦି ଆସିବ ସେଥିରେ ଯୁଦ୍ଧାସ୍ତ୍ର କିମ୍ବା ସେନା ସାମଗ୍ରୀ ଆସୁଛି ବୋଲି ଧରିନେବ। ରପ୍ତାନିର ବିକଳ୍ପ ପଥ କୁହାଯାଉଥିବା ଡାନ୍ୟୁବ୍‌ ନଦୀରେ ଥିବା ୟୁକ୍ରେନ୍‌ ବନ୍ଦର ଉପରେ ରୁଷିଆ ଆକ୍ରମଣ କରିଛି। କେବଳ ଏତିକି ନୁହେଁ, ଓଡେଶାରେ ଥିବା ଶସ୍ୟଭଣ୍ଡାର ସ୍ଥଳୀଗୁଡ଼ିକୁ ଆକ୍ରମଣ କରି ଆନୁମାନିକ ୬୦,୦୦୦ ଟନ୍‌ ଖାଦ୍ୟଶସ୍ୟ ନଷ୍ଟ କରିଦେଇଛି।
ନିକଟରେ ସେଣ୍ଟ ପିଟର୍ସବର୍ଗରେ ରୁଷିଆ-ଆଫ୍ରିକା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଫ୍ରିକାରେ ସମ୍ଭାବ୍ୟ ଖାଦ୍ୟଶସ୍ୟ ଅଭାବକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ଏହାସହ ସେ ୬ଟି ଆଫ୍ରିକୀୟ ଦେଶକୁ ରୁଷିଆର ଖାଦ୍ୟଶସ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସମ୍ମିଳନୀରେ ସାମିଲ ଦେଶଗୁଡ଼ିକ ମଧ୍ୟରେ କେନିଆ ନ ଥିଲା। ପୁଟିନ୍‌ ଯେତିକି ପରିମାଣର ଖାଦ୍ୟଶସ୍ୟ ଯୋଗାଇଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ତାହା ଚୁକ୍ତି ବଳବତ୍ତର ଥିବାବେଳେ ୟୁକ୍ରେନ୍‌ରୁ ରପ୍ତାନି ହେଉଥିବା ଖାଦ୍ୟଶସ୍ୟ ତୁଳନାରେ ୧% କମ୍‌।
ୟୁକ୍ରେନ୍‌ ବିରୋଧରେ ହୋଇଥିବା ଆକ୍ରୋଶର ଯୁଦ୍ଧକୁ ଆଗକୁ ବଢ଼ାଇ ୟୁକ୍ରେନ୍‌ର ଖାଦ୍ୟଶସ୍ୟ ରପ୍ତାନିରେ ବାଧା ଦେବା ରୁଷିଆ ପାଇଁ ଯୁକ୍ତିଯୁକ୍ତ କିମ୍ବା କ୍ଷମଣୀୟ ନୁହେଁ। କାରଣ ରୁଷିଆ ଭଲ ଭାବେ ଜାଣେ ଯେ, ଏଭଳି ଆକ୍ରମଣ ଶସ୍ୟ ମୂଲ୍ୟ ବୃଦ୍ଧି କରିବ ଏବଂ ଯୁଦ୍ଧଠାରୁ ଦୂରେଇ ରହିଥିବା ଦେଶଗୁଡ଼ିକରେ କ୍ଷୁଧା ବୃଦ୍ଧି କରିବ। ତଥାପି, ଗୁଟେରସ୍‌ ଏବଂ ବ୍ଲିଙ୍କେନ୍‌ଙ୍କ ଭଳି ନେତାଙ୍କ ମନ୍ତବ୍ୟ ମିଥ୍ୟା ଭାବନା ସୃଷ୍ଟି କରିବାର ଆଶଙ୍କା ରହିଛି ଯେ, ବିଶ୍ୱ ଏହାର ଲୋକଙ୍କୁ ଖାଇବାକୁ ଦେବା ପାଇଁ ୟୁକ୍ରେନ୍‌ ଉପରେ ନିର୍ଭର କରେ। ବାସ୍ତବତାକୁ ଦେଖିବା। ପ୍ରତିବର୍ଷ ବିଶ୍ୱରେ ୭୫୦ ମିଲିୟନ ଟନ୍‌ ଗହମ ଏବଂ ୧.୧ ବିଲିୟନ ଟନ୍‌ ମକା ଉପତ୍ାଦନ ହୁଏ। ଏହା ମଧ୍ୟରୁ୨୦% ଗହମ(୧୫୦ ମିଲିୟନ ଟନ୍‌) ଏବଂ ୬୧% ମକା( ୬୭୧ ମିଲିୟନ ଟନ୍‌) ପ୍ରାଣୀମାନଙ୍କୁ ‘କନ୍‌ସନଟ୍ରେଟେଡ୍‌ ଆନିମଲ୍‌ ଫିଡିଂ ଅପରେଶନ’ ବା ସିଏଏଫ୍‌ଓଏସ୍‌ ଶିଳ୍ପଗୁଡ଼ିକରେ ଖାଇବାକୁ ଦିଆଯାଉଛି। ଏଥିରେ ବି ବିଶ୍ୱରେ ଉପତ୍ାଦିତ ସୋୟାବିନ୍‌ର ୭୭% ଉପଯୋଗ ହେଉଛି।
ଆମେ ଯେଉଁ ଖାଦ୍ୟ ଖାଇଥାଆନ୍ତେ ତାହାକୁ ପ୍ରାଣୀମାନଙ୍କୁ ଖାଇବାକୁ ଦେଉଥିବାବେଳେ ସେହି ପ୍ରାଣୀମାନଙ୍କଠାରେ ଶସ୍ୟ ତୁଳନାରେ କମ୍‌ କ୍ୟାଲୋରି ଓ ପ୍ରୋଟିନ୍‌ ପାଇଥାଉ। କାରଣ ପ୍ରାଣୀମାନେ ସେମାନଙ୍କ ଖାଦ୍ୟର ପୌଷ୍ଟିକ ତତ୍ତ୍ୱର ସିଂହଭାଗ ସେମାନଙ୍କ ଶରୀରକୁ ଉଷ୍ଣ ରଖିବା, ଅସ୍ଥି ଓ ଅନ୍ୟ ଅଙ୍ଗର ବିକାଶରେ ବ୍ୟବହାର କରିଥାନ୍ତି, ଯାହାକୁ ଆମେ ଖାଇ ନ ଥାଉ। ଆମେରିକାରେ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି, ମାଂସ ପାଇଁ ଗୋରୁମାନଙ୍କୁ ଖାଇବାକୁ ଦିଆଯାଉଥିବା ଶସ୍ୟ ଓ ସୋୟାକୁ ବିଚାରକୁ ନେଲେ ସେମାନଙ୍କ ମାଂସରେ ସେହି ଶସ୍ୟ ତୁଳନାରେ ୩% କମ୍‌ କ୍ୟାଲୋରି ଏବଂ ପ୍ରୋଟିନ୍‌ ରହୁଛି। ଘୁଷୁରିକୁ ଖାଇବାକୁ ଦେଲେ ୧୦% କମ୍‌ ଏବଂ କେବଳ କୁକୁଡ଼ାଙ୍କୁ ଖାଇବାକୁ ଦେଲେ ୨୧% ରହୁଛି। ଦେଖିବାକୁ ଗଲେ ଶସ୍ୟରୁ କ୍ୟାଲେରି ଓ ପ୍ରୋଟିନ୍‌ରେ ପରିଣତ କରିବାରେ କୁକୁଡ଼ା ସବୁଠୁ ଆଗରେ ରହୁଛି। ଏହିସବୁ ତଥ୍ୟକୁ ବିଚାରକୁ ନେଲେ ଧରିନେବାକୁ ହେବ ଯେ, ସିଏଏଫ୍‌ଓଏସ୍‌ରେ ସମସ୍ତ ପ୍ରାଣୀଙ୍କଠାରୁ ମିଳୁଥିବା ହାରାହାରି ପୋଷକ ୨୦%(ନିଶ୍ଚିତ ଭାବେ ଏହାଠାରୁ କମ୍‌)। ଆମେ ସିଦ୍ଧାନ୍ତରେ ପହଞ୍ଚିପାରିବା ଯେ, ପ୍ରାଣୀମାନଙ୍କୁ ୧୫୦ ମିଲିୟନ ଟନ୍‌ ଗହମ ଓ ୬୭୧ ମିଲିୟନ ଟନ୍‌ ମକା ଖାଇବାକୁ ଦେବା ଅର୍ଥ ୧୨୦ ମିଲିୟନ ଟନ୍‌ ଗହମ ଓ ୫୩୭ ମିଲିୟନ ଟନ୍‌ ନଷ୍ଟ କରିବା। ତୁଳନାମତ୍କ ଭାବେ ଦେଖିବାକୁ ଗଲେ, ରୁଷିଆ ସହିତ ବ୍ଲାକ୍‌ ସି ଚୁକ୍ତି କାର୍ଯ୍ୟକାରୀ ହୋଇଥିବାବେଳେ ୟୁକ୍ରେନ୍‌ ରପ୍ତାନି କରୁଥିବା ୩୩ ମିଲିୟନ ଟନ୍‌ ଶସ୍ୟ ଏକ ମଧ୍ୟମ ପରିମାଣ ବୋଲି ବୁଝାପଡ଼ୁଛି।
ବିଶ୍ୱରେ ଯେଉଁ ଲୋକମାନଙ୍କ ପାଇଁ ଖାଦ୍ୟ ଜରୁରୀ ସେମାନଙ୍କୁ ସେଥିରୁ ବଞ୍ଚିତ କରିବାରେ ରୁଷିଆ ଦାୟୀ ବୋଲି ଯାହା ବ୍ଲିଙ୍କେନ୍‌ କହିଛନ୍ତି ତାହା ସତ। କିନ୍ତୁ ଆମେ ଏମିତି କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ଉଚିତ ନୁହେଁ ଯେ, ୟୁକ୍ରେନ୍‌ରୁ ଗହମ ନେଇ ଯାଉଥିବା ଜାହାଜ ଉପରେ ରୁଷିଆ ଆକ୍ରମଣ କରିବା ଭୟ ଯୋଗୁ ସୃଷ୍ଟି ହୋଇଥିବା ଖାଦ୍ୟାଭାବକୁ ରୁଷିଆକୁ ଛାଡ଼ିଦେଲେ ଅନ୍ୟ ଦେଶ ଦୂର କରିବାକୁ ଅସମର୍ଥ। କେବଳ ଆମେରିକା ସିଏଏଫ୍‌ଓଏସ୍‌ରେ ପ୍ରାଣୀସଂଖ୍ୟା ହ୍ରାସକଲେ ସେଥିରୁ ଯାହା ଶସ୍ୟ ବଳିବ ତାହାକୁ ରପ୍ତାନି କରି କେବଳ ୟୁକ୍ରେନ୍‌ର ରପ୍ତାନିଜନିତ କ୍ଷତିକୁ ରୋକାଯାଇପାରିବ। ଯଦି ସିଏଏଫ୍‌ଓଏସ୍‌ରୁ ଅଧିକାଂଶ ମାଂସ ଉପତ୍ାଦନ କରୁଥିବା ଅନ୍ୟ ଦେଶଗୁଡ଼ିକ ସମାନ ପନ୍ଥା ଆପଣାନ୍ତି ତା’ହେଲେ କାର୍ଯ୍ୟ ଆହୁରି ସହଜ ହୋଇଯିବ। ମାଂସ ଉପରେ ଟିକସ ଲଗାଇ ସରକାରଗୁଡ଼ିକ ସମଗ୍ର ବିଶ୍ୱରେ ଅଭାବୀ ଲୋକଙ୍କୁ ଖାଇବାକୁ ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଶସ୍ୟ ବଳାଇପାରିବେ। ଏହି ପ୍ରକ୍ରିୟାରେ, ସେମାନେ ମଧ୍ୟ ସ୍ଥାନୀୟ ବାୟୁ ଏବଂ ଜଳ ପ୍ରଦୂଷଣ କମାଇବା ସହ ଗ୍ରୀନ୍‌ ହାଉସ-ଗ୍ୟାସ୍‌ ନିର୍ଗମନ ହ୍ରାସ କରି ସେମାନଙ୍କ ଲୋକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିପାରିବେ।

  • ପିଟର ସିଙ୍ଗର
    ପ୍ରାଧ୍ୟାପକ, ବାୟୋଏଥିକ୍ସ, ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri