Posted inଜାତୀୟ

ସୀମାରେ ଶତ୍ରୁ ଉପରେ କଡ଼ା ନଜର ରଖିବ ଜିସାଟ୍‌-୧…

ନୂଆଦିଲ୍ଲୀ,୮।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍‌-୧ର ଉତକ୍ଷେପଣ କରିବ। ଏହି ଉପଗ୍ରହ ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହା ମାଧ୍ୟମରେ ସୀମାରେ ଆକାଶରୁ କଡ଼ା ନଜର ରଖାଯାଇ ପାରିବ। ଏହା ସୀମାର ଚିତ୍ର ଉତ୍ତୋଳନ କରି ଏହାକୁ ପ୍ରତିରକ୍ଷା ବିଭାଗକୁ ପଠାଇବ। ପାକିସ୍ତାନ ଏବଂ ଚାଇନା ସୀମାରେ ପ୍ରତିରକ୍ଷା ବ୍ୟବସ୍ଥା ଜିସାଟ୍‌-୧ ଦ୍ୱାରା ଅଧିକ ସଶକ୍ତ ହୋଇ ପାରିବ। ଏହାଯୋଗୁ ଚାଇନା ଏବଂ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ଏହି ଉପଗ୍ରହ ଅଗଷ୍ଟ ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ଥିବା ଶ୍ରୀହରିକୋଟାସ୍ଥିତ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଲଞ୍ଚପ୍ୟାଡ୍‌ରୁ ଭୋର୍‌ ୫ଟା ୪୩ ରେ ଉତ୍‌କ୍ଷେପଣ କରାଯିବ।
ପୃଥିବୀଠାରୁ ୩୬,୦୦୦ କିଲୋମିଟର ଉପର କକ୍ଷପଥରେ ଉପଗ୍ରହଟି ଆକାଶରୁ ସୀମା ଉପରେ ନଜର ରଖିବ। କରୋନା ମହାମାରୀ ଯୋଗୁ ଏହି ଉପଗ୍ରହର ଉତକ୍ଷେପଣ ବିଳମ୍ବ ହୋଇଛି। ଇସ୍ରୋର ଜିଏସ୍‌ଏଲ୍‌ଭି-ଏଫ୍‌-୧୦ ରକେଟ ୨,୨୬୮ କିଲୋଗ୍ରାମ୍‌ ବିଶିଷ୍ଟ ଜିସାଟ୍‌-୧କୁ ବୋହି ନେଇ କକ୍ଷପଥରେ ଅବସ୍ଥାପିତ କରିବ। ଏହା ସୀମାର ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପାଣିପାଗର ପ୍ରକୃତ ସମୟ ସୂଚନା ମଧ୍ୟ ଉପଲବ୍ଧ କରାଇବ।
ଜିସାଟ୍‌-୧ ମାର୍ଚ୍ଚ ୫ରେ ଉତ୍‌କ୍ଷେପଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ କେତେକ ବୈଷୟିକ କାରଣରୁ ଉତ୍‌କ୍ଷେପଣର ଗୋଟିଏ ଦିନ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରେ କରୋନା ମହାମାରୀ ଯୋଗୁ ଦେଶରେ ଘୋଷଣା କରାଯାଇଥିବା ଲକଡାଉନ ହେତୁ ଉତ୍‌କ୍ଷେପଣରେ ବିଳମ୍ବ ହୋଇଥିଲା। ପରେ ଏପ୍ରିଲ ଏବଂ ପରେ ମେ’ରେ ଏହାର ଉତ୍‌କ୍ଷେପଣ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଲକଡାଉନ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri