ଏହି ୪ ରାଶିର ଯୁବକଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବତୀ; ଦେଖିଲେ ଆପଣ…

ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କ ମହତ୍ୱ ଅଧିକ। କାରଣ ରାଶି ଆଧାରରେ ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତାର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ଏଭଳି ୪ଟି ରାଶି ବିଷୟରେ କହିବାକୁଯାଉଛୁ, ଯେଉଁଥିରେ ଜନ୍ମିତ ଯୁବକଙ୍କ ପ୍ରତି ଯୁବତୀମାନେ ଶୀଘ୍ର ଆକର୍ଷିତ ହୋଇଥାନ୍ତି।

ମିଥୁନ:
ଏହି ରାଶିର ବ୍ୟକ୍ତି ବେଶ ରୋମାଣ୍ଟିକ ଏବଂ ପ୍ରେମ କରିବାରେ ମାହିର୍‌ ହୋଇଥାନ୍ତି। ଏଣୁ ଏମାନଙ୍କୁ କାହାକୁ ନିଜ ପ୍ରତି ଆକର୍ଷିତ କରିବାକୁ ବେଶି କଷ୍ଟ କରିବାକୁ ପଡେନାହିଁ। ତାଙ୍କ ବ୍ୟକ୍ତିତ୍ୱ ଦେଖି ଯେ କେହି ତାଙ୍କ ପ୍ରେମରେ ପଡ଼ିଯାଇଥାଏ। ମିଥୁନ ରାଶିରେ ଜନ୍ମିତ ଯୁବକ ମନ କିଣିବାରେ ସିଦ୍ଧହସ୍ତ ହୋଇଥାନ୍ତି। ବ୍ୟବହାରରେ ସାଳିନତା ଯୋଗୁ ଯୁବତୀମାନେ ତାଙ୍କୁ ପସନ୍ଦ କରନ୍ତି। ବିଶେଷକରି ଝିଅମାନଙ୍କ ସହ କିଭଳି କଥା ହେବା ଉଚିତ ଏମାନଙ୍କୁ ଭଲଭାବେ ଜଣାଥାଏ।

ତୁଳା: ତୁଳା ରାଶିର ଲୋକଙ୍କ ସ୍ବଭାବ ଭିନ୍ନ ହୋଇଥାଏ। ଏମାନଙ୍କ ପାଇଁ ପ୍ରେମ ହିଁ ସବୁକିଛି ହୋଇଥାଏ। ଏମାନେ ନିଜର ସାଥୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏଣୁ ଏହି ରାଶିରେ ଜନ୍ମିତ ଯୁବକଙ୍କ ସହ କିଛି ସମୟ ବିତାଇବା ପରେ ଯୁବତୀ ପ୍ରେମରେ ପଡ଼ିଯାଇଥାନ୍ତି।

ସିଂହ: ସିଂହ ରାଶିର ଜାତକଧାରୀ ପୁରୁଷ ନିଜର ସମ୍ପର୍କକୁ ନେଇ ବହୁତ ସଚ୍ଚୋଟ ଥାନ୍ତି। ଏଣୁ ସେମାନେ ପ୍ରେମକୁ ସଠିକ ଭାବେ ତୁଲାଇଥାନ୍ତି। ସାଥୀଙ୍କ ମନ ବେଶ ଭଲ ଭାବେ ଜିଣିବା ଏମାନେ ଜାଣନ୍ତି। ଯୁବତୀମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି। ଏହି ରାଶିର ପୁରୁଷ ବେଶ ସମ୍ବେଦନଶୀଳ ହୋଇଥାନ୍ତି ଏବଂ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି।

ମକର: ମକର ରାଶିରେ ଜନ୍ମିତ ଯୁବକ ଚେହେରାରେ ଅନ୍ୟକୁ ଆକର୍ଷିତ କରିଥାନ୍ତି। ଏହି କାରଣରୁ ମହିଳାମାନେ ତାଙ୍କ ଉପରେ ଶୀଘ୍ର ଭରସା କରି ହୃଦୟ ଦେଇଥାନ୍ତି। କାରଣ ଏମାନଙ୍କ କଥା ହେବା ଶୈଳୀ, ଷ୍ଟାଇଲ୍‌ ମହିଳାଙ୍କୁ ବହୁତ ପସନ୍ଦ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଓ ମଧୁମେହ

ମଧୁମେହ ରୋଗୀଙ୍କର ହେଉଥିବା ବିଭିନ୍ନ ଜଟିଳତା ଏବଂ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଓ ଚିକିତ୍ସା ନିମନ୍ତେ ସଚେତନତା ସୃଷ୍ଟି କରିବା ସହ...

ପ୍ରଥମ ଦେଖାରେ ପୁଅଙ୍କ କ’ଣ ପ୍ରଭାବିତ କରିଥାଏ ଝିଅଙ୍କୁ

ପହିଲି ପ୍ରେମ ପରି ପ୍ରଥମ ଦେଖା। ପ୍ରେମିକାପ୍ରେମିକାଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା...

ହେଙ୍ଗୁରେ ରହିଛି ଏସବୁ ଉପକାରୀ ଗୁଣ

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ...

ଏହିପରି ପିଲା ସତ୍ୟଠାରୁ ବହୁ ଦୂରରେ, କେବେବି ହାସଲ କରିପାରିବେନି ଶିକ୍ଷା

ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର...

ମନ୍ଦିରରେ ଟଙ୍କା ଦାନ କରୁଥିବା ଲୋକଙ୍କ ଘରେ ରହେ ନାହିଁ ଦାରିଦ୍ର୍ୟ: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ଅର୍ଥ ସମ୍ବନ୍ଧରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ତାଙ୍କ କହିବାନୁସାରେ, ଟଙ୍କା ରୋଜଗାର କରିବା କଷ୍ଟକର, ଏହାକୁ ସଠିକ ଭାବରେ ଖର୍ଚ୍ଚ କରିବା...

ଲଭ୍‌ଲି କୁପ୍ତା

ପୁରୀରେ ଥିବା ବିଭିନ୍ନ ହୋଟେଲ ଏବଂ ରେସ୍ତୋରା ମାଲିକମାନେ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଖାଦ୍ୟକୁ ପ୍ରାଥମିକତା ଦେଇଥାନ୍ତି। ଏହିଭଳି ଏକ ହୋଟେଲ ହେଉଛି ସିଟିରୋଡ୍‌ସ୍ଥିତ ପାନ୍ଥନିବାସ...

ନଡ଼ିଆ କ୍ଷୀରରେ ହେୟାର ମାସ୍କ

ନିଜକୁ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରନ୍ତି। ଆଜିକାଲି ହେୟାର ଷ୍ଟ୍ରେଟନିଂ କରିବା ଏକ ଫ୍ୟାଶନରେ ପରିଣତ ହେଲାଣି। ହେୟାର...

ଜାମୁକୋଳିର ଉପକାରିତା

ଜାମୁକୋଳିରେ ଭିଟାମିନ୍‌ ସି ଏବଂ ଆଇରନ୍‌ର କିଛି ମାତ୍ରା ରହୁଥିବାରୁ ଏହା ଶରୀରରେ ହିମୋଗ୍ଲୋବିନର ସ୍ତରକୁ ବଢାଇବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି ଜାମୁକୋଳି ଖାଇବାଦ୍ୱାରା...

Advertisement
Archives

Model This Week