Posted inଜାତୀୟ

ଏନ୍‌ଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ..

ନୂଆଦିଲ୍ଲୀ,୧୮।୮: ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ(ଏନ୍‌ଡିଏ) ପରୀକ୍ଷା ଛାତ୍ରୀମାନେ ଦେଇପାରିବେ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ବିଜ୍ଞାନ ଛାତ୍ରୀ ମାନେ ଦେଇପାରିବେ। ପରେ ଏନଡିଏରେ ଆଡମିଶନ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି। ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଛାତ୍ରୀମାନଙ୍କୁ ଏପର୍ଯ୍ୟନ୍ତ ବସିବାକୁ ଦିଆଯାଇ ନ ଥିଲା।
ଆଇନଜୀବୀ କୁଶ କାଲରା, ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ କହିଛନ୍ତି ଯେ ସ୍ନାତକୋତ୍ତର ପରେ ହିଁ ମହିଳାମାନଙ୍କୁ ସେନାରେ ଯୋଗଦେବାକୁ ଅନୁମତି ଦିଆଯାଇଛି। ସେମାନଙ୍କ ପାଇଁ ସର୍ବନିମ୍ନ ଯୋଗଦେବା ବୟସ ମଧ୍ୟ ୧୯ରୁ ୨୧ ବର୍ଷ ରଖାଯାଇଛି। ଅପରପକ୍ଷରେ ଛାତ୍ରଙ୍କୁ ଦ୍ୱାଦଶ ପରେ ଏନ୍‌ଡିଏରେ ଯୋଗଦେବାକୁ ଅନୁମତି ପ୍ରଦାନ କରାଯାଇଛି। ଫଳରେ ଚାକିରୀ କ୍ଷେତ୍ରରେ ଝିଅମାନେ ବିଳମ୍ବରେ ସମାନ ପଦବୀରେ ପହଞ୍ଚିପାରୁଥିବା ଆଇନଜୀବୀ ଦର୍ଶାଇଥିଲେ। ଏହା ସାମ୍ବିଧାନିକ ସମାନତା ଅଧିକାରର ଉଲ୍ଲଂଘନ ବୋଲି ସେ କହିଥିଲେ। ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ହୃଷିକେଶ ରାୟଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।
ଏହି ଆବେଦନରେ ଉଲ୍ଲେଖ କରାଯାଇଛି ଯେ କେବଳ ପୁଅମାନେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନାଭାଲ ଏକାଡେମୀରେ ଆଡମିଶନ ପାଆନ୍ତି। ଏହା ଦ୍ୱାରା ସେନାରେ ଯୁବକ ଅଧିକାରୀ ନିଯୁକ୍ତ ହୋଇଥାନ୍ତି। ଏହା କରିବା ଯୋଗ୍ୟ ଝିଇମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନ। ସେମାନେ ସେନାରେ ଯୋଗଦେବାକୁ ଏବଂ ଦେଶ ସେବା କରିବାକୁ ଚାହୁଁଛନ୍ତି।
ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ବର୍ଷର ନିଷ୍ପତ୍ତିକୁ ଦୋହରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭପାତ ସମୟସୀମା ବୃଦ୍ଧି ବିଲ୍‌ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୩ା୩(ପି.ଟି.): ହସ୍ପିଟାଲ ଦ୍ୱାରା ଅନୁମୋଦିତ ଗର୍ଭପାତ ପାଇଁ ସର୍ବାଧିକ ସମୟସୀମା ୨୦ ସପ୍ତାହରୁ ୨୪ ସପ୍ତାହକୁ ବଢ଼ାଇବା ପାଇଁ ଏକ ବିଲ୍‌ ସୋମବାର ଲୋକ ସଭାରେ...

ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି: ଅଜିତ ପାଓ୍ବାର…

ମୁମ୍ବାଇ,୫।୭ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାରରେ ଯୋଗଦେବା ପରେ ଶେଷରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ତାଙ୍କର ରାଜନୈତିକ ଅଭିଳାଷ ପ୍ରକାଶ କରିଛନ୍ତି।...

‘ଇଣ୍ଡିଆ’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଆସନ୍ତା ସପ୍ତାହରେ ମଣିପୁର ଯାଇପାରନ୍ତି ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୧।୭: ମଣିପୁରରେ ହିଂସା ଜାରି ରହିଥିବା ବେଳେ ବୁଧବାର ଦୁଇ ମହିଳାଙ୍କ ସହ ହୋଇଥିବା ବର୍ବରତାର ଏକ ଭିଡିଓ ଭାଇରାଲ ହୋଇଯାଇଛି। ଏହି ଭିଡିଓ ଏବେ...

ମୁଖ୍ୟମନ୍ତ୍ରୀ ହେବାପରେ ପଦାବନତି: ମହାରାଷ୍ଟ୍ରରେ ଫଡ୍‌ନବିସ ପଞ୍ଚମ

ମୁମ୍ବାଇ,୨।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ କ୍ୟାବିନେଟରେ ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ତଳ ପାହ୍ୟାକୁ ଖସିବାରେ ଫଡ୍‌ନବିସ ହେଉଛନ୍ତି ରାଜ୍ୟର...

ପାର୍ଲାମେଣ୍ଟରେ ସଫେଇ ଦେଲେ ମହୁଆ: ମୁଁ ସେଓକୁ ସେଓ କହିବି, କମଳା ନୁହେଁ

ନୂଆଦିଲ୍ଲୀ,୮।୨: ଲୋକ ସଭାରେ ଅପଶବ୍ଦ ବ୍ୟବହାର କରି ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର  ବିବାଦରେ ଅଛନ୍ତି। ତେବେ ମହୁଆ ତାଙ୍କ ବିବୃତ୍ତିରେ ଏବେ ମଧ୍ୟ...

ଯେତେ ଢାଙ୍କିଲେ ବି ଲୁଚୁନାହିଁ

ନୂଆଦିଲ୍ଲୀ,୨୦ା୫: ଭାରତରେ କୋଭିଡ୍‌ ମୃତ୍ୟୁସଂଖ୍ୟା ଲୁଚାଯାଉଥିବା ନେଇ କେବଳ ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ଚର୍ଚ୍ଚା ହେଲାଣି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ...

‘ମୁଁ କାହାକୁ ଡରେ ନାହିଁ’

ଭୋପାଳ,୨୭।୩: ପ୍ରାୟ ଏକ ଦଶନ୍ଧି ପୁରୁଣା ମାମଲାରେ ଇନ୍ଦୋରର ଏକ ସ୍ବତନ୍ତ୍ର ଅଦାଲତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟଙ୍କୁ ଏକ...

ପୁଣି ବଢ଼ିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...

Advertisement
Archives

Model This Week