Posted inଜାତୀୟ

ବୟ ଫ୍ରେଣ୍ଡ୍‌ ସହ କଥା ହେବାକୁ ରୋକିବାରୁ ସାନ ଭାଇକୁ ହତ୍ୟା କଲା ଭଉଣୀ

ଲକ୍ଷ୍ନୌ, ୧୪ା୪: ୯ ବର୍ଷୀୟ ନାବାଳକ ଭାଇକୁ ଇୟର ଫୋନରେ ତଣ୍ଟି ଚିପି ହତ୍ୟା କରିଛି ନାବାଳିକା ଭଉଣୀ। ବୟ ଫ୍ରେଣ୍ଡ୍‌ ସହ କଥା ହେବାକୁ ରୋକିବାରୁ ୧୫ ବର୍ଷୀୟା ନାବାଳିକା ଘଟାଇଛନ୍ତି ଏଭଳି ହତ୍ୟାକାଣ୍ଡ। ଉତ୍ତର ପ୍ରଦେଶର ରାଇ ବରେଲି ଜିଲାରୁ ସାମ୍ନାକୁ ଆସିଛି ଏହି ଘଟଣା।

ବାପା ଓ ମା’ଙ୍କ ଅନୁପସ୍ଥିତିରେ ନାବାଳିକା ଘଣ୍ଟା ଘଣ୍ଟା ଧରି ବୟ ଫ୍ରେଣ୍ଡ୍‌ ସହ କଥା ହେଉଥିଲେ। ଗୁରୁବାର ମଧ୍ୟ ବାପା ଓ ମା’ ପାଖରେ ନ ଥିବାବେଳେ ବଡ଼ ଭଉଣୀ ଫୋନରେ କଥା ହେଉଥିବା ଦେଖିବାକୁ ପାଇଥିଲା ସାନ ଭାଇ। ଆଉ ବିରୋଧ କରିଥିଲେ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତା’ ପରେ ବଡ଼ ଭଉଣୀକୁ ଆକ୍ରମଣ କରିଥିଲା ସାନ ଭାଇ। ବଡ଼ ଭଉଣୀ ଇୟରଫୋନ ତାରରେ ବେକ ଚିପି ହତ୍ୟା କରିବା ପରେ ଷ୍ଟୋରରୁମ୍‌ରେ ଲୁଚାଇ ଦେଇଥିଲେ ସାନ ଭାଇର ମୃତଦେହକୁ।

ବାପା ମା’ ଘରକୁ ଆସିବା ପରେ ପୁଅ ନ ମିଳିବାରୁ ସ୍ଥାନୀୟ ପୋଲିସରେ ନିଖୋଜ ଅଭିଯୋଗ ଦାୟାର କରିଥିଲେ। କିନ୍ତୁ ପରଦିନ ଷ୍ଟୋର ରୁମ୍‌ର ଗନ୍ଧ ବାହାରିବାରୁ ଉଦ୍ଧାର କରାଯାଇଥିଲା ପୁଅର ମୃତଦେହ। ମୃତଦେହର ହାତ, ପେଟ ଓ ବେକରେ କ୍ଷତାକ୍ତ ଚିହ୍ନ ଥିଲା। ପୋଲିସ ତଦନ୍ତ ପରେ ଜଣାପଡ଼ିଥିଲା ବଡ଼ ଭଉଣୀ ହିଁ ହତ୍ୟାକାରୀ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇ ସମେତ ୩ ପୋଲିସଙ୍କୁ ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଗୁନା,୧୪।୫: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ କୃଷ୍ଣସାର ମୃଗ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି...

ଦୋଷୀ ସାବ୍ୟସ୍ତ ହେଲେ ବାହୁବଳୀ ବିଧାୟକ

ପାଟନା,୧୪।୬: ବିହାରର ମୋକମା ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।...

ସୁରକ୍ଷାକର୍ମୀଙ୍କୁ ସଫଳତା: ଜୈଶ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମା ଜିଲାର ଚଟପୋରା ବୋଲେରା ଅଞ୍ଚଳରୁ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସଦସ୍ୟ ନସିର ଅହମ୍ମଦ ଡାରଙ୍କୁ ଗିରଫ...

ମନ୍ଦିର ବାବରଙ୍କ ନିର୍ଦ୍ଦେଶରେ ହୋଇଥିଲା ଭଙ୍ଗା: ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୮: ରାମଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏନେଇ ବୁଧବାର ରାମଲଲାଙ୍କ ଆଇଜନୀବୀ ସି.ଏସ୍‌. ବୈଦନାଥନ୍‌ ଐତିହାସିକ ଯୋଶେଫ୍‌ ଟାଇଫେନ୍ଥଲରଙ୍କ ଦ୍ୱାରା...

୧୦ ବର୍ଷର ପୁରୁଣା ମାମଲା ତୁରନ୍ତ ଫଇସଲା ଲାଗି ହାଇକୋର୍ଟଙ୍କୁ ଅନୁରୋଧ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ଦଶବର୍ଷ ତଳର ମାମଲାଗୁଡ଼ିକୁ ତୁରନ୍ତ ଫଇସଲା କରିବା ଲାଗି ଆଇନ ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟଗୁଡ଼ିକୁ ଅନୁରୋଧ କରାଯାଇଥିବା ବୁଧବାର ବିଭାଗୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ...

ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୨୪।୧୨ : ଆଗାମୀ ଜନଗଣନାରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଜାତି ଭିତ୍ତିକ ଜନଗଣନା ଲାଗି ନିର୍ଦ୍ଦେଶ ଲୋଡିଥିବା ଆଦେବନରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା...

ନିଷିଦ୍ଧ ସଙ୍ଗଠନରେ ଯୋଗଦେବାକୁ ଯାଉଛନ୍ତି ନିଖୋଜ ୫ ମହିଳା

ଗୁଆହାଟୀ, ୧୩ା୧୧: ଗତ ସପ୍ତାହଠାରୁ ଘରୁ ନିଖୋଜ ଥିବା ଆସାମର ତିନସୁକିଆ, ଧେମାଜି ଏବଂ ଲଖିମପୁର ଜିଲାର ୫ ମହିଳା ନିଷିଦ୍ଧ ସଙ୍ଗଠନ ୟୁନାଇଟେଡ ଲିବରେଶନ...

ରାମ ମନ୍ଦିର ନିର୍ମାଣ ପାଇଁ ନିଜ ପକେଟ ମନି ଦାନ କଲେ ୨ ଶିଶୁ

ବରେଲୀ/ପ୍ରୟାଗରାଜ,୧୯।୧: ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶର ୨ ଜଣ ଶିଶୁ ନିଜ ପକେଟ ମନିି ଦାନ କରିଛନ୍ତି। ବରେଲୀର ୬ ବର୍ଷ ବୟସ୍କ ଦିବିତ୍‌...

Advertisement
Archives

Model This Week