ଏହି ଯୁବତୀ କରୋନା ଅକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଯୋଗାଉଛନ୍ତି ଭୋଜନ: ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ,୧୩।୫: କରୋନା ଭାଇରସ୍‌ର ବର୍ଦ୍ଧିତ ମାମଲା ମଧ୍ୟରେ ମହାରାଷ୍ଟ୍ରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡ଼ୁଛି ଏବେ ବି ସମାଜରେ ମାନବିକତା ବଞ୍ଚିରହିଛି। ମହାରାଷ୍ଟ୍ରର ଏକ ଗାଁର ଜଣେ ଯୁବତୀ କରୋନା ଆକ୍ରାନ୍ତ ରୋଗୀ ଓ ତାଙ୍କ ପରିବାରବର୍ଗଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଲକ୍‌ଡାଉନ ଯୋଗୁ ଯେଉଁଠାରେ ରୋଗୀ ଓ ପରିବାରଲୋକଙ୍କୁ ଖାଇବାକୁ ମିଳୁନାହିଁ ସେଠାରେ ଉକ୍ତ ଯୁବତୀ ପ୍ରତିଦିନ ସେମାନଙ୍କୁ ଘର ତିଆରି ଖାଦ୍ୟ ମାଗଣାରେ ଯୋଗାଇଦେଉଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର କସବେ ତଡବାଲେ ଗାଁରେ ରହୁଥିବା ୨୧ ବର୍ଷୀୟା ମନୀଷା ବାଲାଜି ଓ୍ବାଘମାରେ ନାମକ ଜଣେ ଯୁବତୀ ପ୍ରତିଦିନ ନିଜ ସ୍କୁଟିରେ ୩୨ କିଲୋମିଟର ଯାତ୍ରା କରିଥାନ୍ତି। ଯାତ୍ରା ସମୟରେ ସେ ସ୍କୁଟିରେ ପ୍ରାୟ ୧୦୦ ପ୍ୟାକେଟ ଖାଦ୍ୟ ପୁଡା ନେଇ ଓସ୍‌ମାନାବାଦ ଜିଲାର ସରକାରୀ ହସ୍ପିଟାଲର ଥିବା ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ବାଣ୍ଟିଥାନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କୁ କେଉଁଠାରୁ ପ୍ରେରଣା ମିଳିଛି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, କିଛି ଦିନ ତଳେ ତାଙ୍କ କକା ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ତାଙ୍କୁ ଖାଇବାକୁ ଖାଦ୍ୟ ଠିକ୍‌ରେ ମିଳି ନ ଥିଲା। ଏଥିସହ କୌଣସି କାରଣବଶତଃ ଘରଲୋକ ମଧ୍ୟ ତାଙ୍କୁ ଖାଦ୍ୟ ପହଞ୍ଚାଇ ପାରୁ ନ ଥିଲେ। ଫଳରେ ଏହିି ଘଟଣା ତାଙ୍କୁ ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥିଲା ବୋଲି ମନୀଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?