Posted inଫୁରସତ

ସ୍ବପ୍ନରେ ନାଗଦେବତାଙ୍କୁ ଦେଖିଲେ ଯୁବତୀ, ଆଉ ତା’ ପରେ…

ବିଂଶ ଶତାବ୍ଦୀ ପରେ ମଧ୍ୟ ଆମ ଦେଶରେ ଏମିତି କିଛି ସ୍ଥାନ ଅଛି, ଯେଉଁଠି ଆଜି ବି ଅନ୍ଧବିଶ୍ୱାସକୁ ଲୋକେ ସମ୍ପୂର୍ଣ୍ଣ ଜାବୁଡ଼ି ଧରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାରେ। ଏଠାକାର ଜଣେ ଯୁବତୀ ସ୍ବପ୍ନରେ ନାଗସାପ ଦେଖିଥିଲେ। ପରେ ସେ ନାଗଦେବତାଙ୍କୁ ବିବାହ କରିବା ସହ ନିଜେ ନାଗିନ୍‌ ହେବାକୁ ଚାହୁଁଛନ୍ତି।


ଛିନ୍ଦଓ୍ବାଡା ଜିଲାର ପରାସିୟା ତହସିଲର ଏକ ଗାଁରେ ରହୁଥିବା ଯୁବତୀ ସ୍ବପ୍ନରେ ନାଗସାପ ଦେଖିଥିଲେ। ଏହା ପରେ ତାଙ୍କ ଆଦେଶ ଅନୁଯାୟୀ, ସେ ନାଗସାପକୁ ବିବାହ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେ ନାଗିନ୍‌ ବା ନାଗୁଣୀ ପରି ନାଚିବାକୁ ଲାଗିଲେ। ଅନ୍ଧବିଶ୍ୱାସର ଏହି ଖେଳ ଦେଖିବାକୁ ଶହଶହ ସଂଖ୍ୟାରେ ଲୋକେ ଏକଜୁଟ୍‌ ହୋଇଥିଲେ। ଯୁବତୀ ଯେତେବେଳେ ଗ୍ରାମବାସୀଙ୍କୁ କହିଲେ, ତାଙ୍କୁ ନାଗ ସହ ବିବାହ କରନ୍ତୁ। ସେତେବେଳେ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁବତୀ ଜଣକ କହିଥିଲେ, ତାଙ୍କୁ ବିବାହ କରିବା ପାଇଁ ଖୋଦ୍‌ ନାଗ ଦେବତା ଆସିବେ। ଏହା କହିବା ପରେ ଗ୍ରାମବାସୀ ଚାହିଁ ରହିଥିଲେ କେତେବେଳେ ନାଗଦେବତା ଆସିବେ ଆଉ ଏହି ଯୁବତୀଙ୍କୁ ବିବାହ କରିବେ। ମାତ୍ର ତାହା ହେଲା ନାହିଁ। କିନ୍ତୁ ଯୁବତୀ ଜଣକ ଜିଦ୍‌ ଧରିଲେ ସେ ନାଗଦେବତାଙ୍କୁ ବିବାହ କରିବେ। ଶେଷରେ ତାହା ହିଁ ହେଲା। ଯୁବତୀ ନାଗ ମନ୍ଦିର ସମ୍ମୁଖରେ କନ୍ୟା ବେଶରେ ସଜ୍ଜିତ ହୋଇ ନିଆଁ ଚାରିପାଖରେ ସାତଫେରା ନେଇ ନାଗକୁ ସ୍ବାମୀ ଭାବରେ ବରଣ କରିଥିଲେ।


ଯୁବତୀ ଜଣକ ଆହୁରି ମଧ୍ୟ କହିଛନ୍ତି, ଛୋଟବେଳୁ ମୋ’ ପରିବାର ମୋତେ ଧ୍ୟାନ ଦିଅନ୍ତି ନାହିଁ। ତେଣୁ ନାଗଦେବତାଙ୍କୁ ବିବାହ କଲି। ଏହି ସମସ୍ତ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଯୁବତୀଙ୍କୁ ଜଣେ ମହିଳା ଧରି ଠିଆ ହୋଇଛନ୍ତି। ଏହା ପରେ ଯୁବତୀ ଜଣକ ନାଗୁଣୀ ପରି ଧୀରେ ଧୀରେ ନାଚୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟକୁ ନେଇ ୩ ହାତୀଙ୍କ ମଧ୍ୟରେ ଝଗଡା, ଏମିତି ହେଲା ସମାଧାନ

ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ୩ଟି ହାତୀ ଖାଦ୍ୟ ପାଇଁ ଝଗଡା କରୁଛନ୍ତି ଶେଷରେ କାହାର ବିଜୟ ହେଉଛି ଜାଣିଲେ...

ଲାଙ୍ଗୁଡ଼ ଧରିଦେଲା ମା’, ପରେ ଏମିତି ପ୍ରତିକ୍ରିୟା ଦେଲା ଛୁଆ ମାଙ୍କଡ଼; ଯାହା ହୃଦୟକୁ ଛୁଇଁଯିବ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଓଠରେ ହସ ଫୁଟିଉଠେ। ବେଳେବେଳେ ଏମିତି ଭିଡିଓ ଶେୟାର ହୋଇଥାଏ...

ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା…

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ବଡ଼ ଓଷା ପାଳିତ ହୋଇଥାଏ । ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ...

ସୁଟ୍‌ ବୁଟ୍‌ ପିନ୍ଧି ପାହାଡ ଚଢା

ପାହାଡ ଚଢାଳୀଙ୍କୁ ଉପଯୁକ୍ତ ପୋଷାକ ସହ ଅନେକ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଅନେକ ପାହାଡଚଢା ସରଞ୍ଜାମ ବି ଧରିବାକୁ ହୁଏ। କାରଣ ଏସବୁ ବିନା...

ପ୍ରେମିକାଙ୍କ ପାଇଁ ପ୍ରେମିକଙ୍କ ଘର ପାଉଁଶ ହୋଇଗଲା, ଜାଣନ୍ତୁ କେମିତି

ଇଂଲଣ୍ଡର ସେଫିଲ୍ଡ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜ କରିବା ବେଳେ ଏକ ଅଘଟଣ ଘଟିଛି।...

ବୁଲା କୁକୁରକୁ ଗୋଇଠା ମାରୁଥିଲେ ବ୍ୟକ୍ତି, ଆଉ ତା’ପରେ ଘଟିଲା ଏମିତି

କଥାରେ ଅଛି, କର୍ମର ଫଳ ନିଶ୍ଚେ ମିଳେ। ଭଲ ହେଉ କିମ୍ବା ମନ୍ଦ ଦିନେ ନା ଦିନେ କର୍ମର ଫଳ ମିଳିଥାଏ। ନିକଟରେ ଏହି ଉକ୍ତିର...

ପେପର୍‌ ଓ୍ବିଗ୍‌

ଆସିୟା ଓ ଡିମିଟ୍ରି କୋଜିନ୍‌ ହେଉଛନ୍ତି କଳାକାର। ଦୁହେଁ କାଗଜରେ ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ ନିକଟରେ କାଗଜର ଆକର୍ଷକ ଓ୍ବିଗ୍‌ ତିଆରି କରି...

ଏହି ହୋଟେଲରେ ଗ୍ରାହକଙ୍କୁ ମିଳେ ସୁନା ବାଥ୍‌ଟବ୍‌ର ସୁବିଧା

ଜାପାନର ଏକ ହୋଟେଲରେ ଗ୍ରାହକଙ୍କ ପାଇଁ ରହିଛି ସୁନାର ବାଥ୍‌ଟବ୍‌। ୧୩୦ ସେଣ୍ଟିମିଟର ଚଉଡା ଓ ୫୫ ସେଣ୍ଟିମିଟର ଗଭୀର ଏହି ବାଥ୍‌ଟବ୍‌ର ମଜା ନେବାକୁ...

Advertisement
Archives

Model This Week