ଚୁମ୍ବନ ଯୋଗୁ ପଦ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ଲଣ୍ଡନ,୨୮।୬: ବ୍ରିଟେନର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହନ୍‌କକ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସହଯୋଗୀଙ୍କ ସହ ନିଜର ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିବା ମ୍ୟାଟ ଏବେ ବିବାହଦ ଘେରକୁ ଆସିଛନ୍ତି। ସିସିଟିଭିରେ ଚୁମ୍ବନ ଦେଉଥିବାର ଦୃଶ୍ୟ ଲୋକଲୋଚନକୁ ଆସିବା ପରେ ମ୍ୟାଟଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ସୂଚନାଯୋଗ୍ୟ, ୪୩ ବର୍ଷୀୟ ଜିନା କୋଲାଡୋଙ୍ଗେଲୋ କୋଟି କୋଟି ସମ୍ପତ୍ତିର ମାଲିକାଣୀ ଥିବା ବେଳେ ସେ ଜଣେ ବ୍ୟବସାୟୀ ଓ ସ୍ବାସ୍ଥ୍ୟ ବିଭାଗର ପରାମର୍ଶଦାତା। ଏତଦ୍‌ ବ୍ୟତୀତ ସେ ଅଲିଭର ବେନାସ ନାମକ ଏକ କମ୍ପାନୀର କମ୍ୟୁନିକେଶନ ଡାଇରେକ୍ଟର ମଧ୍ୟ ଅଛନ୍ତି। ତେବେ ଜିନା ଓ ମ୍ୟାଟଙ୍କ ପ୍ରେମ କାହାଣୀ ବହୁ ପୁରୁଣା ହୋଇଥିବା ବେଳେ ଏବେ ଦୁହିଁଙ୍କ ବୈବାହିକ ଜୀବନ ମଧ୍ୟ ଭାଙ୍ଗିଯାଇଛି। ମେ’ ୬ରେ ଓ୍ବେଷ୍ଟମିନଷ୍ଟେରରେ ସ୍ଥାନୀୟ ନିର୍ବାଚନରେ ସମସ୍ତେ ବ୍ୟସ୍ତ ଥିବା ବେଳେ ମ୍ୟାଟ ଜିନାଙ୍କୁ ଚୁମ୍ବନ କରିଥିଲେ। ଏହି ସମୟର ଦୃଶ୍ୟ ସିସିଟିଭିରେ ଉତ୍ତୋଳନ ହୋଇଥିଲା। ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା। ଏହାପରେ ମ୍ୟାଟ ସ୍ବାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କାରଣ କରୋନା କାଳରେ ଲଗାତର ଭାବେ ଲୋକଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ମାସ୍କ ପରିଧାନକୁ ନେଇ ସଚେତନ କରୁଥିବା ସ୍ବାସ୍ଥ୍ୟ ସଚିବ ନିଜେ ହିଁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଲୋକମାନେ ତାଙ୍କୁ ସାମଲୋଚନା ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ...

୧୧୯ ବର୍ଷରେ ପ୍ରାଣ ହରାଇଲେ ବିଶ୍ୱର ସବୁଠାରୁ ବୟସ୍କା

ଟୋକିଓ,୨୫।୪: ବିଶ୍ୱର ସବୁଠାରୁ ବୟସ୍କା ମହିଳା କାନେ ତାନାକା ୧୧୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ୧୯୦୩ ଜାନୁୟାରୀ ୨ରେ ଜାପାନର ଦକ୍ଷିଣ-ପଶ୍ଚିମ ଫୁକୁଓକା ଅଞ୍ଚଳରେ...

ପୁଣି ବଢ଼ିଲା ସକ୍ରିୟ ମାମଲା, ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

‘ଆଇଏସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ଭାରତ’

ଓ୍ବାଶିଂଟନ, ୨୩ା୮(ପି.ଟି.): ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିଥିବା ଭାରତ ଆଫଗାନିସ୍ତାନରେ ଆଇଏସ୍‌ ଆତଙ୍କବାଦୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରୁ ବୋଲି ଆମେରିକା ରାଷ୍ଟ୍ରପତି...

ଦୀର୍ଘଦିନର ବ୍ୟବଧାନ ପରେ ଚାଇନାରେ କରୋନା: ଯାଞ୍ଚ ପାଇଁ ପହଞ୍ଚିଲା ଡବ୍ଲ୍ୟୁଏଚ୍‌ଓ ଟିମ୍‌

ଓ୍ବାଶିଂଟନ,୧୬।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍‌ ଚାଇନା ସହରରେ ପହଞ୍ଚିଛି। କରୋନା ମହାମାରୀର ବର୍ଷେ ପରେ ଡବ୍ଲୁଏଚ୍‌ଓର ୧୩ ବୈଜ୍ଞାନିକ ଏହି ମିଶନରେ ଭାଗ...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ

ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ...

ବିମାନରେ ଏକାକୀ ବିଶ୍ୱ ଭ୍ରମଣ

ଲଣ୍ଡନ, ୨ା୮: ନିଜେ ବିମାନ ଉଡ଼ାଇ ସମଗ୍ର ବିଶ୍ୱ ବୁଲିବାରେ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ବେଲ୍‌ଜିୟମ-ବ୍ରିଟିଶ ନାଗରିକ ଜାରା ରଦରଫୋର୍ଡ। ୧୯ ବର୍ଷୀୟା ଜାରା...

ଦୀର୍ଘ ଦିନ ଯାଏ କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ଟିକା

ଓ୍ବାଶିଂଟନ୍‌, ୨୬ା୫: ଟିକା ଦୀର୍ଘ ଦିନ ଧରି କୋଭିଡ୍‌ ବିପଦରୁ ସୁରକ୍ଷା ଦେଇ ନ ପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ନେଚର ମେଡିସିନ୍‌ ଜର୍ନାଲରେ...

Advertisement
Archives

Model This Week