Posted inଫୁରସତ

୧୯୯୦ ମସିହାରୁ ବଢ଼ାଇଥିଲେ ନଖ; ଏବେ କାଟିବା ବେଳେ ଭାବବିହ୍ବଳ ହେଲେ ଗିନିଜ ରେକର୍ଡଧାରୀ ଏହି ମହିଳା

ସଉକ ବଡ଼ କଥା। କିଛି ଲୋକ ରେକର୍ଡ ନିଶାରେ ଅଜବ ସଉକ ଆପଣାଇଥାନ୍ତି। ସେଭଳି ଜଣେ ଥିଲେ ଆମେରିକାର ଟେକ୍ସାସ୍‌ ସହରରେ ରହୁଥିବ ଅୟାନା ଓ୍ବିଲିୟମ୍ସ। ନଖ ବଢ଼ାଇବା ଅୟାନାଙ୍କ ସଉକ ଥିଲା। ସେ ଦୀର୍ଘ ବର୍ଷ ଧରି ନଖ ବଢ଼ାଇ ଗିନିଜ ଓ୍ବାଲର୍‌ଡ ରେକର୍ଡ ଟାଇଟଲ ଜିତିଥିଲେ। ଏବେ ୩୦ ବର୍ଷ ପରେ ସେ ନିଜର ନଖ କାଟିଛନ୍ତି।

୨୦୧୭ରେ ଅୟାନା ସବୁଠାରୁ ଲମ୍ବା ନଖ ରଖିଥିବା ମହିଳା ଭାବେ ରେକର୍ଡ କରିଥିଲେ। ସେତେବେଳେ ତାଙ୍କ ନଖର ଲମ୍ବ ଥିଲା ୧୯ ଫୁଟ ଏବଂ ୧୦.୯ ଇଞ୍ଚ। ଏହାକୁ ରଙ୍ଗ କରିବା ଲାଗି ତାଙ୍କୁ ନେଲ୍‌ପୋଲିସର ଅନେକ ବୋତଲର ଆବଶ୍ୟକତା ପଡ଼ୁଥିଲା। ହେଲେ ବୁଧବାର ସେ ନିଜର ନଖ କାଟିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ମଧ୍ୟ ସେ ଆଉ ଏକ ରେକର୍ଡ କରିଛନ୍ତି। କାରଣ କାଟିବା ସମୟରେ ତାଙ୍କ ନଖ ୨୪ ଫୁଟ ଲମ୍ବ ଏବଂ.୭ ଇଞ୍ଚ ଥିଲା। ଡା. ଆଲିସନ ରିଡିଙ୍ଗର ଏବଂ ତ୍ରିନିଟା ଭିସ୍ତା ନଖ ଗୁଡ଼ିକୁ କାଟିଥିଲେ। ଏଥିପାଇଁ ସ୍ବତନ୍ତ୍ର ଉପକରଣ ବ୍ୟବହାର କରାଯାଇଥିଲା।

୧୯୯୦ ମସିହାରୁ ନଖ ବଢ଼ାଇବାକୁ ନିଶ୍ଚିତ କରିଥିଲେ ଅୟାନା। ଏବେ ସେ ଏହାକୁ କାଟିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ। ନଖ ଥାଉ କି ନ ଥାଉ ସେ ପୂର୍ବ ଭଳି ରାଣୀ ହୋଇ ରହିବେ। ଏହାଛଡ଼ା ନଖ ପାଇଁ ସେ ନୁହନ୍ତି ବରଂ ତାଙ୍କ ପାଇଁ ନଖ ଖ୍ୟାତି ଅର୍ଜନ କରିଛି ବୋଲି ସେ କହିଛନ୍ତି। ତାଙ୍କ ନଖ କଟା ଯିବା ବେଳର ଏକ ଭିଡିଓ ଗିନିଜ ଓ୍ବାଲ୍ଡ ରେକର୍ଡ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଅଗ୍ନିବୀରଙ୍କ ମୃତଦେହ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବାପା

ବାଲୁଗାଁ,୨୦।୪: ଖୋଦ୍ଧା ଜିଲା INS ଚିଲିକାରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୋମବାର ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

ଯୁବକଙ୍କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଝିଟ୍‌କି ହୋଇପଡିଥିବା ଗୁରୁତର ଆହତଙ୍କୁ ଡ୍ରାଇଭର…

ମୋହନା,୨୦।୪ ( ମନ୍ମଥ ମିଶ୍ର ) : ରାୟଗଡା ଠାରୁ ରୋଗୀଙ୍କୁ ନେଇ ବ୍ରହ୍ମପୁର ଯିବା ସମୟରେ ବିରିକୋଟ ନିକଟସ୍ଥ ଶିବ ମନ୍ଦିର ନିକଟରେ ଯୁବକକୁ ଧକ୍କା…

ଜଳବାୟୁ ପରିବର୍ତ୍ତନ ଦେଖି ଚାଷ କାର୍ଯ୍ୟ କର: ଚାଷୀଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ସୋମବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଣିଜ୍ୟ ଓ…

ମୋଦି ଯିବା ପୂର୍ବରୁ ସବୁ ଜଳିପୋଡ଼ି ହୋଇଗଲା ପାଉଁଶ: ଗୋଟିଏ ଦିନ ପରେ କରିଥାନ୍ତେ…

ଜୟପୁର,୨୦।୪: ରାଜସ୍ଥାନର ବାଡ଼ମେରର ବାଲୋତ୍ରା ରିଫାଇନାରୀରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। CDU ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ବହୁ ସଂଖ୍ୟକ ଦମକଳ ଗାଡ଼ି…

ହବିବନଗର ବେଆଇନ କରତକଳ ଉପରେ ଚଢ଼ାଉ, ୩ ଲକ୍ଷରୁ ଉର୍ଦ୍ଧ୍ବ କାଠ…

ଧାମନଗର,୨୦।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଏନଏସି ଅଧିନ ହବିବନଗର ଠାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବେଆଇନ କରତକଳ ଉପରେ ସୋମବାର ଧାମନଗର ବନ ବିଭାଗ ଚଢ଼ାଉ…

ଏହି ଯୁବତୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଭ୍ଲାଦିମିର ପୁଟିନ: ବିଶ୍ୱରେ ପଡ଼ିଗଲା ଚହଳ

ମସ୍କୋ,୨୦।୪:ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆରେ ତାଙ୍କ ବିରୋଧୀ ଏବଂ ସମାଲୋଚକମାନଙ୍କୁ ଆଗକୁ ବଢିବାକୁ ହେବାକୁ ଦିଅନ୍ତି ନାହିଁ। ପୁଟିନଙ୍କ ବିରୋଧରେ କହୁଥିବା ରାଜନେତା ଏବଂ ସାଧାରଣ ନାଗରିକମାନଙ୍କୁ…

ଦଳର ହିତ ପାଇଁ ବଡ଼ ନିଷ୍ପତ୍ତି ନେଲେ ନୀତୀଶ କୁମାର, ଶୁଣିଲେ ଖୁସି ହେବେ ଜେଡିୟୁ କର୍ମୀ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ପାଟନାର ଏକ ଆନେ ମାର୍ଗରେ ସୋମବାର ଜେଡିୟୁ ବିଧାନସଭାର ବୈଠକ ବସିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri