Posted inଫୁରସତ

୧୯୯୦ ମସିହାରୁ ବଢ଼ାଇଥିଲେ ନଖ; ଏବେ କାଟିବା ବେଳେ ଭାବବିହ୍ବଳ ହେଲେ ଗିନିଜ ରେକର୍ଡଧାରୀ ଏହି ମହିଳା

ସଉକ ବଡ଼ କଥା। କିଛି ଲୋକ ରେକର୍ଡ ନିଶାରେ ଅଜବ ସଉକ ଆପଣାଇଥାନ୍ତି। ସେଭଳି ଜଣେ ଥିଲେ ଆମେରିକାର ଟେକ୍ସାସ୍‌ ସହରରେ ରହୁଥିବ ଅୟାନା ଓ୍ବିଲିୟମ୍ସ। ନଖ ବଢ଼ାଇବା ଅୟାନାଙ୍କ ସଉକ ଥିଲା। ସେ ଦୀର୍ଘ ବର୍ଷ ଧରି ନଖ ବଢ଼ାଇ ଗିନିଜ ଓ୍ବାଲର୍‌ଡ ରେକର୍ଡ ଟାଇଟଲ ଜିତିଥିଲେ। ଏବେ ୩୦ ବର୍ଷ ପରେ ସେ ନିଜର ନଖ କାଟିଛନ୍ତି।

୨୦୧୭ରେ ଅୟାନା ସବୁଠାରୁ ଲମ୍ବା ନଖ ରଖିଥିବା ମହିଳା ଭାବେ ରେକର୍ଡ କରିଥିଲେ। ସେତେବେଳେ ତାଙ୍କ ନଖର ଲମ୍ବ ଥିଲା ୧୯ ଫୁଟ ଏବଂ ୧୦.୯ ଇଞ୍ଚ। ଏହାକୁ ରଙ୍ଗ କରିବା ଲାଗି ତାଙ୍କୁ ନେଲ୍‌ପୋଲିସର ଅନେକ ବୋତଲର ଆବଶ୍ୟକତା ପଡ଼ୁଥିଲା। ହେଲେ ବୁଧବାର ସେ ନିଜର ନଖ କାଟିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ମଧ୍ୟ ସେ ଆଉ ଏକ ରେକର୍ଡ କରିଛନ୍ତି। କାରଣ କାଟିବା ସମୟରେ ତାଙ୍କ ନଖ ୨୪ ଫୁଟ ଲମ୍ବ ଏବଂ.୭ ଇଞ୍ଚ ଥିଲା। ଡା. ଆଲିସନ ରିଡିଙ୍ଗର ଏବଂ ତ୍ରିନିଟା ଭିସ୍ତା ନଖ ଗୁଡ଼ିକୁ କାଟିଥିଲେ। ଏଥିପାଇଁ ସ୍ବତନ୍ତ୍ର ଉପକରଣ ବ୍ୟବହାର କରାଯାଇଥିଲା।

୧୯୯୦ ମସିହାରୁ ନଖ ବଢ଼ାଇବାକୁ ନିଶ୍ଚିତ କରିଥିଲେ ଅୟାନା। ଏବେ ସେ ଏହାକୁ କାଟିବା ବେଳେ ଭାବବିହ୍ବଳ ହୋଇପଡ଼ିଥିଲେ। ନଖ ଥାଉ କି ନ ଥାଉ ସେ ପୂର୍ବ ଭଳି ରାଣୀ ହୋଇ ରହିବେ। ଏହାଛଡ଼ା ନଖ ପାଇଁ ସେ ନୁହନ୍ତି ବରଂ ତାଙ୍କ ପାଇଁ ନଖ ଖ୍ୟାତି ଅର୍ଜନ କରିଛି ବୋଲି ସେ କହିଛନ୍ତି। ତାଙ୍କ ନଖ କଟା ଯିବା ବେଳର ଏକ ଭିଡିଓ ଗିନିଜ ଓ୍ବାଲ୍ଡ ରେକର୍ଡ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’

ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ...

ଦୀପାବଳିରେ ଏହି ମନ୍ଦିରରେ ପ୍ରସାଦ ରୂପେ ଦିଆଯାଏ ସୁନା ଅଳଙ୍କାର, ନଗଦ ଟଙ୍କା

ଭାରତରେ ଅନେକ ମନ୍ଦିର ରହିଛି। ସେଥି ମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ...

ହଠାତ୍‌ କୋମାରୁ ଉଠି ମହିଳା କହିଲେ, ମୁଁ ଭଗବାନଙ୍କୁ ଭେଟିଲି: ଆଉ ତା’ପରେ…

ଯେତେ ପ୍ରକାର ରୋଗ ବଢୁଛି, ଚିକିତ୍ସା ବିଜ୍ଞାନରେ ସେତେ ଅଧିକ ଅଗ୍ରଗତି ହୋଇଛି। ପ୍ରାୟ ସମସ୍ତ ରୋଗର ଚିକିତ୍ସା ବର୍ତ୍ତମାନ ସମ୍ଭବ ହୋଇଛି। କିନ୍ତୁ ବେଳେବେଳେ...

ଚାଟ୍‌ ଦୋକାନୀଙ୍କ ‘ମହାଭାରତ’: ହାତରେ ଯାହା ମିଳିଲା କଲେ ଆକ୍ରମଣ; ଭିଡିଓ ଭାଇରାଲ ପରେ..

ବାଗପତ: ଉତ୍ତରପ୍ରଦେଶର ବାଗପତରେ ଚାଟ୍‌ ଦୋକାନୀଙ୍କ ମଧ୍ୟରେ ମାର୍‌ପିଟ୍‌ର ଏକ ୫ ମିନିଟ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦୋକାନୀମାନେ ପରସ୍ପରକୁ ଲାଠିରେ...

ଜଳରେ ଶବଦାହ

ଲଣ୍ଡନ,୪।୭: ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ଅନେକ ଦେଶ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି। ବିଶେଷ ଭାବେ ଜୀବାଶ୍ମ ଇନ୍ଧନରୁ ନିର୍ଗତ ହେଉଥିବା...

ସ୍ପଷ୍ଟ ଦିବାଲୋକରେ ଚଳନ୍ତା ବସ୍‌ରୁ ଚୋରି କରୁଛି ହାତୀ, ଦେଖନ୍ତୁ ଭିଡିଓ

ରାସ୍ତାରେ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହେଉ କିମ୍ବା ଚୋରି ଡକାୟତିର ନିଶ୍ଚିତ ସାମ୍ନା କରିଥିବେ ନଚେତ୍‌ ଶୁଣିଥିବେ ମଧ୍ୟ। ଏହି ଘଟଣାଗୁଡ଼ିକ ସୋସିଆଲ ମିଡିଆରେ...

ଭିନ୍ନ ଢଙ୍ଗରେ କରୋନା ବାର୍ତ୍ତା : ଅଷ୍ଟ୍ରିଆନ୍‌ ପାଇଲଟ୍‌ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଲେଖିଲେ ‘ଷ୍ଟେ ହୋମ୍‌’

ଭିଏନା: ଅଷ୍ଟ୍ରିଆର ଜଣେ ପାଇଲଟ୍‌ କୋରନା ଭାଇରସ୍‌ ମହାମାରୀ ସମୟରେ ଘରେ ରହିବା ପାଇଁ ଆକାଶମାର୍ଗରୁ ଲୋକଙ୍କୁ ସଚେତନତା ବାର୍ତ୍ତା ଲେଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

ଅଢ଼େଇ କୋଟିରେ ନିଲାମ ହେଲା ଚଷମା…

ଲଣ୍ଡନ, ୨୨।୮: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚଷମା ନିଲାମ କରାଯାଇଛି। ଏହା ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଏହାକୁ ଆମେରିକାର...

Advertisement
Archives

Model This Week