ଗୁମୁରି କାନ୍ଦୁଛି ଘୁମୁରା

କାମାକ୍ଷାନଗର, ୨୩।୮:  ଘୁମୁରା ବାଜିଲେ ଉଠୁଥିଲା, ପଡୁଥିଲା ଆଦିବାସୀ ଗାଁ। ବେଶଧାରୀଙ୍କ ନୃତ୍ୟଗୀତରେ ମସ୍‌ଗୁଲ ହୋଇଯାଉଥିଲେ ଶବର ସମ୍ପ୍ରଦାୟର ଆବାଳବୃଦ୍ଧବନିତା। କେବେ ରଣବାଦ୍ୟ ତ କେବେ ଗଣବାଦ୍ୟ, କେବେ ଶକ୍ତି ଉପାସନା ତ ଆଉ କେବେ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା ଏହି ପାରମ୍ପରିକ ଲୋକନୃତ୍ୟ। ହେଲେ ପ୍ରୋତ୍ସାହନ ଅଭାବରୁ ଶବରପଡ଼ାର ପୂଜା ଘର ଚାରିକାନ୍ଥ ଭିତରେ ସୀମିତ ହୋଇ ରହିଯାଇଛି ବୀରବାଦ୍ୟର ପ୍ରତୀକ ଘୁମୁରା। ଏବଂ ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା କଳାକାରଙ୍କ ଭବିଷ୍ୟତ ମଧ୍ୟ ହୋଇପଡ଼ିଛି ସନ୍ଦିହାନ।

‘ଘୁମୁରା’କୁ ବାଦ୍‌ଦେଲେ ଅସମ୍ପୂର୍ଣ୍ଣ ଶବର ସଂସ୍କୃତି। ପ୍ରକୃତିର ଉପାସକ ଆଦିବାସୀଙ୍କ ପରମ୍ପରା, ଧର୍ମ ଏବଂ ମନୋରଞ୍ଜନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ପାରମ୍ପରିକ ଲୋକନୃତ୍ୟ ଏବେ ଶବରପଡ଼ାରେ ଶେଷନିଃଶ୍ୱାସ ନେଉଛି। ଏହାର ସଂରକ୍ଷଣ ଦିଗରେ ପ୍ରୟାସ କରା ନ ଗଲେ ଆଦିବାସୀ ଜନଜୀବନର ଗହନ କଥାକୁ ଲୋକଲୋଚନକୁ ଆଣୁଥିବା ‘ଘୁମୁରା’ ଭଳି ଲୋକପ୍ରିୟ ଲୋକନୃତ୍ୟ ଇତିହାସ ପାଲଟିଯିବ ବୋଲି ସଂସ୍କୃତି ବିଶାରଦମାନେ ମତ ଦେଇଛନ୍ତି।
ଲୋକନୃତ୍ୟ, ଲୋକସଙ୍ଗୀତକୁ ନେଇ ରାଜ୍ୟରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲା। ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନର ପୃଷ୍ଠପୋଷକତାରେ ପୁନର୍ଜିବୀତ ହୋଇଛି ପାଲା, ଦାସକାଠିଆ, ଦଣ୍ଡ, ଖଞ୍ଜଣି ବାଦନ ଭଳି ୧୦ରୁ ଊର୍ଦ୍ଧ୍ୱ ଲୋକକଳା। ହେଲେ ଅନ୍ୟ ଲୋକକଳା ଭଳି ‘ଘୁମୁରା’କୁ ସେତେଟା ପ୍ରାଧାନ୍ୟ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। କଳାକାରଙ୍କୁ ଉପଯୁକ୍ତ ମାନ୍ୟତା, ସମ୍ମାନ ଦିଆଯାଉ ନ ଥିବାବେଳେ ସୀମିତ ମଞ୍ଚରେ କଳା ପ୍ରଦର୍ଶନର ସୁଯୋଗ ମଧ୍ୟ ମିଳୁନାହିଁ। ଫଳରେ ଏଭଳି ଏକ ପ୍ରାଚୀନ ଲୋକନୃତ୍ୟର ପରିସର କେବଳ ଶବରପଡ଼ାର ଗାଁଗଣ୍ଡାରେ ସୀମିତ ହୋଇ ରହିଯାଇଛି।
କାମାକ୍ଷାନଗର ଉପଖଣ୍ଡର କାଦୁଆ, ବାଇସିଙ୍ଗା, ବାଙ୍ଗୁରା, ମୋଟା, ବାଉଁଶପାଳ, ପଞ୍ଚାୟତ, ଭୁବନ, ପରଜଙ୍ଗ ଏବଂ କଙ୍କଡ଼ାହାଡ଼ ବ୍ଲକରେ ବହୁ ଶବର ସମ୍ପ୍ରଦାୟର ପରିବାର ବାସ କରୁଛନ୍ତି। ଆଜି ବି ସମ୍ପୃକ୍ତ ଗ୍ରାମରେ ଘୁମୁରା ବାଦନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ପୁରୁଖା କଳାକାର। ବିଶେଷକରି ରାଖୀ ପୂର୍ଣ୍ଣିମାଠାରୁ ଜନ୍ମାଷ୍ଟମୀ ଯାଏ ଶବର ବହୁଳ ଗ୍ରାମରେ ଆରମ୍ଭ ହୁଏ ଘୁମୁରା ନୃତ୍ୟ। ପିଠାପଣାରେ ମହକି ଉଠେ ଘର। ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରି କମଡ଼େଇ ଠାକୁରାଣୀଙ୍କୁ ପୂଜା କରିବା ସହ ଘୁମୁରା ବାଦ୍ୟର ତାଳେ ତାଳେ ମସ୍‌ଗୁଲ ହୋଇଥାଆନ୍ତି ସମସ୍ତେ। ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ଏବଂ ମୂଲମଜୁରିରୁ ସାମୟିକ ବିରତି ନେଇ ୧୫ଦିନ ଯାଏ ଚାଲିଥାଏ ମହୋତ୍ସବ। ପୁରୁଷମାନେ ଶବର, ଶବରୁଣୀ ବେଶରେ ଢଗଢମାଳି, କୃଷି ସମ୍ପର୍କିତ ଗୀତ ଗାଇ ବୁଲିବା ସହ ଭୋଜିଭାତରେ ସମୟ ବିତାଇଥାଆନ୍ତି। ହେଲେ ଆଧୁନିକତାର ଚାପରେ ଯୁବଗୋଷ୍ଠୀ ମହିଳା ବେଶରେ ଘୁମୁରା ନୃତ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ସାହିରେ ଆଖଡ଼ା ହେଉନି। ଘୁମୁରା କଳାକାର ଗହ୍ମା ପୂର୍ଣ୍ଣିମାରେ ଏହି ବାଦ୍ୟଯନ୍ତ୍ର ବାହାର କରି ପୂଜାର୍ଚ୍ଚନା କରିବା ସହ ପୁଣିଥରେ ସାଇତି ରଖିଦେଉଛନ୍ତି। ପାଲା, ଦାସକାଠିଆ, ଖଞ୍ଜଣି ବଜାଉଥିବା କଳାକାରଙ୍କୁ ସରକାରୀ ଜନସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରାଯାଉଥିବାବେଳେ ଏଥିରେ ଘୁମୁରାକୁ ସାମିଲ କରାଗଲେ ଶତାଧିକ କଳାକାର ଉପକୃତ ହୋଇପାରନ୍ତେ। ଘୁମୁରା ଲୋକନୃତ୍ୟ, ବାଦ୍ୟକାର ଏବଂ ଏହାକୁ ବଞ୍ଚାଇ ରଖିଥିବା କଳାପ୍ରେମୀଙ୍କ ମର୍ଯ୍ୟାଦା ବଢ଼ନ୍ତା ବୋଲି ମତପ୍ରକାଶ ପାଇଛି।

ପ୍ରଶାସନ ଚାହିଁଲେ କଳା ବଞ୍ଚିତ
ପାର୍ବଣ ସମୟରେ ଶବର ସମ୍ପ୍ରଦାୟର ଲୋକେ ଘୁମୁରା ନୃତ୍ୟ କରି ଦୁଇ ପଇସା ରୋଜଗାର କରୁଥିଲେ। ଜିଲା ମହୋତ୍ସବରେ ମଧ୍ୟ ଘୁମୁରା ପ୍ରଦର୍ଶିତ ହେଉଥିଲା। ଘୁମୁରାକୁ ପ୍ରୋତ୍ସାହନ ଲୋଡ଼ା। ପ୍ରଶାସନ ଚାହିଁଲେ କଳା ବଞ୍ଚତ୍ବ।
-ସୁଦାମ ଦେହୁରୀ, ବରିଷ୍ଠ ନାଗରିକ, ବାଇସିଙ୍ଗା

ଆବଶ୍ୟକ ଗୁରୁତ୍ୱ ମିଳୁନି
ମାନ୍ୟତା ଏବଂ ପ୍ରୋତ୍ସାହନ ମିଳିଲେ ଘୁମୁରା ନୃତ୍ୟର ଗୌରବ ଫେରିପାରନ୍ତା। ନୂଆ କଳାକାର ସୃଷ୍ଟି ହୁଅନ୍ତେ। ହେଲେ ଅନ୍ୟ ଲୋକନୃତ୍ୟ ଭଳି ସରକାର ଘୁମୁରାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି।
-ବିଜୟ ଦେହୁରୀ, ବାଇସିଙ୍ଗା

ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି
କାମାକ୍ଷାନଗର ଉପଖଣ୍ଡର ୧୫ ହଜାରରୁ ଊର୍ଦ୍ଧ୍ୱ କଳାକାର ପଞ୍ଜୀକୃତ ହୋଇଛନ୍ତି। ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର ଲାଗି ରାଜ୍ୟ କଳା ଓ ସଂସ୍କୃତି ସଂଘ ପକ୍ଷରୁ ଉଦ୍ୟମ କରାଯାଉଛି।
-ଅବନୀ କୁମାର ମିଶ୍ର,
ରାଜ୍ୟ କଳା ଓ ସଂସ୍କୃତି ସଂଘ ଉପସଭାପତି

କଳା, ସଂସ୍କୃତି ସଂଘ ସହ ଆଲୋଚନା କରାଯିବ
ଘୁମୁରା ଏକ ଲୋକପ୍ରିୟ ନୃତ୍ୟ। କାମାକ୍ଷାନଗର ଅଞ୍ଚଳରେ ଏଭଳି ପୁରାତନ ଲୋକକଳା ଥିବା ଜଣା ନ ଥିଲା। ଏହାର ବିକାଶ ଲାଗି ଖୁବ୍‌ଶୀଘ୍ର ବ୍ଲକ କଳା, ସଂସ୍କୃତି ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯିବ।
– ବିକାଶ କୁମାର ମହାନ୍ତି, କାମାକ୍ଷାନଗର ବିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri