ଜେଲରେ ରହି ସ୍ବାବଲମ୍ବୀ ଚିତ୍ତରଞ୍ଜନ

ଛତ୍ରପୁର,୨୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ମାଟି ହାଣ୍ଡିରେ ଚିତ୍ର ଆଙ୍କି ସ୍ବାବଲମ୍ବୀ ହୋଇଛନ୍ତି। ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାଇଛି। ୨୦୧୭ ଜାନୁୟାରୀରେ ଗଞ୍ଜାମ ଥାନା ଅଧୀନ ମଲାଡ଼ ଗ୍ରାମର ଆର.ଚିତ୍ତରଞ୍ଜନ ଏକ ବଳାକତ୍ାର ମାମଲାରେ ଗିରଫ ହୋଇ ଛତ୍ରପୁର ଜେଲରେ ଅଛନ୍ତି। କିଛିଦିନ ତଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜେଲକୁ ପରିଦର୍ଶନରେ ଆସିଥିବା ବେଳେ କାନ୍ଥରେ ଭଲ ଚିତ୍ର ଅଙ୍କାଯାଇଥିବା ଓ ତାହାକୁ ଜେଲ ଅନ୍ତେବାସୀ ଚିତ୍ତରଞ୍ଜନ କରିଥିବା ଜାଣିବାକୁ ପାଇଥିଲେ। ଜିଲାରେ ଓର୍‌ମାସ, ମିଶନ ଶକ୍ତି ଓ ଓଏଲ୍‌ଏମ୍‌ ପକ୍ଷରୁ ଗଞ୍ଜାମ ହାଟ ଖୋଲାଯାଇଛି। ସେଠାରେ ଗୁଡ଼ହାଣ୍ଡି ବିକ୍ରି ହେଉଥିବା ବେଳେ ଉକ୍ତ ହାଣ୍ଡିରେ ଚିତ୍ର ଆଙ୍କିବାକୁ ଚିତ୍ତରଞ୍ଜନଙ୍କୁ କୁହାଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଜେଲ ଅଧୀକ୍ଷକ ଶୁଭସ୍ମିତା ବିଶ୍ୱାଳ ବିଭିନ୍ନ ପ୍ରକାର ରଙ୍ଗ, ତୂଳୀ ଆଦି ଯୋଗାଇ ଦେଇଥିଲେ। ପରେ ଓର୍‌ମାସ ପକ୍ଷରୁ ଗଞ୍ଜାମ ବ୍ଲକ ନୀଳାଦ୍ରିପୁର ଗ୍ରାମର ଏକ ମହିଳା ସଂଘଠାରୁ ଜେଲକୁ ମାଟିହାଣ୍ଡି ଅଣାଯାଇ ସେଥିରେ ଚିତ୍ର ଆଙ୍କିବାକୁ ଚିତ୍ତରଞ୍ଜନଙ୍କୁ ଦିଆଯାଇଥିଲା। ହାଣ୍ଡି ପିଛା ତାଙ୍କୁ ୧୫ ଟଙ୍କା ମିଳୁଥିବା ବେଳେ ଦୈନିକ ୬ରୁ ୭ଟି ହାଣ୍ଡିରେ ସେ ଚିତ୍ର ଆଙ୍କୁଛନ୍ତି। ଚିତ୍ତରଞ୍ଜନ ଏଯାବତ ଡିଆରଡିଏ ପକ୍ଷରୁ ଦିଆଯାଇଥିବା ୫ଶହ ହାଣ୍ଡିରେ ଚିତ୍ର ଆଙ୍କିଥିବା ଜେଲ ଅଧୀକ୍ଷକ କହିଛନ୍ତି। ଏଥିସହ ତାଙ୍କ ଚାଲିଚଳନରେ ମଧ୍ୟ ପରିବତ୍ତର୍ର୍ନ ହେଉଥିବା ସେ କହିଥିଲେ। ଛତ୍ରପୁର ଉପକାରାଗାରରେ ବର୍ତ୍ତମାନ ୧୬୭ ଜଣ ବିଚାରାଧୀନ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୬୪ ଜଣ ପୁରୁଷ ଓ ୩ଜଣ ମହିଳା। ଆଗାମୀ ଦିନରେ ଅନ୍ତେବାସୀଙ୍କୁ ଜିଲା ପ୍ରଶାସନ ସହଯୋଗରେ ପଣସ ଚିପ୍‌ସ ଓ ଝାଡୁ ତିଆରି ନେଇ ତାଲିମ ଦିଆଯିବା କାର୍ଯ୍ୟକ୍ରମ ରହିଛି। ଯାହାଦ୍ୱାରା ସେମାନେ ସ୍ବାବଲମ୍ବୀ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧରେ କଂଗ୍ରେସର ‘ହାତ୍‌ ସେ ହାତ୍‌ ଯୋଡ଼ୋ’ କାର୍ଯ୍ୟକ୍ରମ

ବୌଦ୍ଧ,୧୧ା୨(ସ୍ବ.ପ୍ର.): ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ପଞ୍ଚାୟତସ୍ତରରେ ‘ହାତ୍‌ ସେ ହାତ୍‌ ଯୋଡ଼ୋ’ କାର୍ଯ୍ୟକମ ଶନିବାର ଆରମ୍ଭ ହୋଇଛି। ଜିଲା କଂଗ୍ରେସ କମିିଟି ସଭାପତି...

ଦ୍ୱିତୀୟ ଶ୍ରୀକ୍ଷେତ୍ରକୁ ଅଣଦେଖା

ସରକାରୀ ମାନ୍ୟତା ମିଳି ନ ଥିଲେ ମଧ୍ୟ ଉତ୍ତର ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚିତ ବାରିପଦା ସହରକୁ ଲୋକେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହନ୍ତି।...

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନେଇ ଦ୍ୱନ୍ଦ୍ୱ

ପୁରୀ ଅଫିସ, ୧୨।୧: ଶ୍ରୀମନ୍ଦିରରେ ଅସରପା ଓ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଦେଖାଦେଇଛି। ଏନେଇ କେତେଜଣ...

ଅହିରାଜକୁ କାମୁଡ଼ି ଘାଇଲା କଲା ନେଉଳ: ଭିଡିଓ ଦେଖିଲେ…

ସଜନାଗଡ଼,୧୩।୨(ଡି.ଏନ୍‌.ଏ.): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଠାରେ ଏକ ବିରାଟକାୟ ଅହିରାଜ ସାପ ସହିତ ଏକ ନେଉଳର ଘମାଘୋଟ ଲଢ଼େଇ ହୋଇଥିବା ଦେଖାଯାଇଛି।...

ହାତୀଶାଳ କଲୋନିରେ ବାହାର ରାଜ୍ୟର ୫ ବ୍ୟକ୍ତି

ଜୟପୁର,୭ା୫(ଡି.ଏନ.ଏ): କୋରାପୁଟ ଜିଲା ଜୟପୁର ସହର ଉପକଣ୍ଠ ହାତୀଶାଳ କଲୋନିଠାରେ ମହାରାଷ୍ଟ୍ର ରାଜ୍ୟର ରେଜିଷ୍ଟ୍ରେଶନ ଥାଇ ଏକ ଇନୋଭା କାର ଏବଂ ସେଠାରେ ଜଣେ ବ୍ୟକ୍ତିଙ୍କ...

ଏସିଡ୍‌ ମାଡ଼ରେ ୫ ଗୁରୁତର

ବରଗଡ଼ ଅଫିସ,୧୧ା୧୨: ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ଓ୍ବାର୍ଡ ନୂଆପଡ଼ାରେ ଶନିବାର ଏସିଡ୍‌ ମାଡ଼ ହୋଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି।...

ଖୁଚୁରା ବଜାରରେ କରୋନା ପ୍ରହାର: ବ୍ୟବସାୟିକ କ୍ଷତି ୩ ହଜାର କୋଟି

ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍‌-୧୯ ଏବଂ ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ରିଟେଲ ବିଜ୍‌ନେସ୍‌ ବା ଖୁଚୁରା ବ୍ୟବସାୟ ବିଶେଷମାତ୍ରାରେ ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ୩ହଜାର...

ନିର୍ଣ୍ଣାୟକ ହେବ ୧୩ ପଞ୍ଚାୟତର ଭୋଟ

ଭଦ୍ରକ ଅଫିସ,୨୬।୧୦: ଧାମନଗର ଉପନିର୍ବାଚନ ଯେତେ ପାଖେଇ ଆସୁଛି ହାର୍‌ଜିତ୍‌କୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ସେତେ ବଢ଼ିଚାଲିଛି। ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକର...

Advertisement
Archives

Model This Week