ଜେଲରେ ରହି ସ୍ବାବଲମ୍ବୀ ଚିତ୍ତରଞ୍ଜନ

ଛତ୍ରପୁର,୨୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ମାଟି ହାଣ୍ଡିରେ ଚିତ୍ର ଆଙ୍କି ସ୍ବାବଲମ୍ବୀ ହୋଇଛନ୍ତି। ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାଇଛି। ୨୦୧୭ ଜାନୁୟାରୀରେ ଗଞ୍ଜାମ ଥାନା ଅଧୀନ ମଲାଡ଼ ଗ୍ରାମର ଆର.ଚିତ୍ତରଞ୍ଜନ ଏକ ବଳାକତ୍ାର ମାମଲାରେ ଗିରଫ ହୋଇ ଛତ୍ରପୁର ଜେଲରେ ଅଛନ୍ତି। କିଛିଦିନ ତଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜେଲକୁ ପରିଦର୍ଶନରେ ଆସିଥିବା ବେଳେ କାନ୍ଥରେ ଭଲ ଚିତ୍ର ଅଙ୍କାଯାଇଥିବା ଓ ତାହାକୁ ଜେଲ ଅନ୍ତେବାସୀ ଚିତ୍ତରଞ୍ଜନ କରିଥିବା ଜାଣିବାକୁ ପାଇଥିଲେ। ଜିଲାରେ ଓର୍‌ମାସ, ମିଶନ ଶକ୍ତି ଓ ଓଏଲ୍‌ଏମ୍‌ ପକ୍ଷରୁ ଗଞ୍ଜାମ ହାଟ ଖୋଲାଯାଇଛି। ସେଠାରେ ଗୁଡ଼ହାଣ୍ଡି ବିକ୍ରି ହେଉଥିବା ବେଳେ ଉକ୍ତ ହାଣ୍ଡିରେ ଚିତ୍ର ଆଙ୍କିବାକୁ ଚିତ୍ତରଞ୍ଜନଙ୍କୁ କୁହାଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଜେଲ ଅଧୀକ୍ଷକ ଶୁଭସ୍ମିତା ବିଶ୍ୱାଳ ବିଭିନ୍ନ ପ୍ରକାର ରଙ୍ଗ, ତୂଳୀ ଆଦି ଯୋଗାଇ ଦେଇଥିଲେ। ପରେ ଓର୍‌ମାସ ପକ୍ଷରୁ ଗଞ୍ଜାମ ବ୍ଲକ ନୀଳାଦ୍ରିପୁର ଗ୍ରାମର ଏକ ମହିଳା ସଂଘଠାରୁ ଜେଲକୁ ମାଟିହାଣ୍ଡି ଅଣାଯାଇ ସେଥିରେ ଚିତ୍ର ଆଙ୍କିବାକୁ ଚିତ୍ତରଞ୍ଜନଙ୍କୁ ଦିଆଯାଇଥିଲା। ହାଣ୍ଡି ପିଛା ତାଙ୍କୁ ୧୫ ଟଙ୍କା ମିଳୁଥିବା ବେଳେ ଦୈନିକ ୬ରୁ ୭ଟି ହାଣ୍ଡିରେ ସେ ଚିତ୍ର ଆଙ୍କୁଛନ୍ତି। ଚିତ୍ତରଞ୍ଜନ ଏଯାବତ ଡିଆରଡିଏ ପକ୍ଷରୁ ଦିଆଯାଇଥିବା ୫ଶହ ହାଣ୍ଡିରେ ଚିତ୍ର ଆଙ୍କିଥିବା ଜେଲ ଅଧୀକ୍ଷକ କହିଛନ୍ତି। ଏଥିସହ ତାଙ୍କ ଚାଲିଚଳନରେ ମଧ୍ୟ ପରିବତ୍ତର୍ର୍ନ ହେଉଥିବା ସେ କହିଥିଲେ। ଛତ୍ରପୁର ଉପକାରାଗାରରେ ବର୍ତ୍ତମାନ ୧୬୭ ଜଣ ବିଚାରାଧୀନ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୬୪ ଜଣ ପୁରୁଷ ଓ ୩ଜଣ ମହିଳା। ଆଗାମୀ ଦିନରେ ଅନ୍ତେବାସୀଙ୍କୁ ଜିଲା ପ୍ରଶାସନ ସହଯୋଗରେ ପଣସ ଚିପ୍‌ସ ଓ ଝାଡୁ ତିଆରି ନେଇ ତାଲିମ ଦିଆଯିବା କାର୍ଯ୍ୟକ୍ରମ ରହିଛି। ଯାହାଦ୍ୱାରା ସେମାନେ ସ୍ବାବଲମ୍ବୀ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri