Posted inଫୁରସତ

୧୯୨ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହୋଇ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି

ପୋଲାଣ୍ଡରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୧୭ ବର୍ଷ ଧରି ଡ୍ରାଇଭିଂ ଶିଖୁଛନ୍ତି। ଇତିମଧ୍ୟରେ ସେ ୧୯୨ ଥର ଡ୍ରାଇଭିଂ ଟେଷ୍ଟ ମଧ୍ୟ ଦେଇସାରିଲେଣି। ମାତ୍ର ସଫଳତା ହାସଲ କରିପାରିନାହାନ୍ତି। ତେବେ ବିଫଳ ହୋଇ ମଧ୍ୟ ସେ ଦେଶରେ ରେକର୍ଡ ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ, ଡ୍ରାଇଭିଂ ଶିଖିବା ପାଇଁ ସେ ଗତ ୨ ବର୍ଷ ମଧ୍ୟରେ ୧ ଲକ୍ଷରୁ ଅଧିକ ଫିସ୍‌ ବି ଦେଇସାରିଲେଣି।

ସାଧାରଣତଃ ପୋଲାଣ୍ଡରେ କୌଣସି ବ୍ୟକ୍ତି ଡ୍ରାଇଭିଂ ଲାଇସେନ୍ସ ହାସଲ କରିବାକୁ ହେଲେ ପ୍ରଥମେ ଏକ ଥିଓରୀ ପରୀକ୍ଷାରେ ପାସ କରିବାକୁ ପଡ଼ିଥାଏ। ଏହା ପରେ ପ୍ରାକ୍ଟିକାଲ ପେପର ପରୀକ୍ଷା ଦେବାକୁ ପଡ଼ିଥାଏ। ପରୀକ୍ଷା ପାସ ହାର ଥିଓରୀ ପାଇଁ ୫୦ରୁ ୬୦ ପ୍ରତିଶତ ରଖିବା ଆବଶ୍ୟକ। ପ୍ରାକ୍ଟିକାଲରେ ଏହା ୪୦ ପ୍ରତିଶତ ହେବା ଦରକାର।

ପୋଲାଣ୍ଡର ଲୋକେ ଏହି ପରୀକ୍ଷାରେ ୨ କି ୩ ଥରରେ ପାସ କରିଯାଇଥାନ୍ତି। ମାତ୍ର ଏଠାକାର ଜଣେ ବ୍ୟକ୍ତି ୧୯୨ ଥର ଡ୍ରାଇଭିଂ ଟେଷ୍ଟ ଦେଇସାରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।

ଷ୍ଟେନିସ୍ଲୋ ନାମକ ଡ୍ରାଇଭିଂ ଇନ୍‌ଷ୍ଟ୍ରକ୍ଟର କୁହନ୍ତି, ମୋତେ ଲାଗୁଛି ପୋଲାଣ୍ଡରେ ୨୦ରୁ ୩୦ ଥର ଅଧିକ ସୁଯୋଗ ଦିଆ ନ ଯାଉ। ମୋ’ ମତରେ ଯେକୌଣସି ବ୍ୟକ୍ତି ପାଇଁ ଗାଡ଼ି ଚଳାଇବାରେ ଗମ୍ଭୀରତା କି ନାହିଁ ତାହା ପ୍ରମାଣ କରିବାକୁ ଅନେକ ସୁଯୋଗ ଅଛି। ଯଦି ଜଣେ ବ୍ୟକ୍ତି ଡ୍ରାଇଭିଂ ଶିଖୁଛନ୍ତି ତେବେ ଭଲ ଭାବେ ଶିଖନ୍ତୁ। ନଚେତ୍‌ ଏପରି ଲୋକ ଗାଡ଼ି ଧରି ରାସ୍ତାରେ ଗଲେ ଅନ୍ୟମାନେ ସମସ୍ୟାରେ ପଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲିପାଇନ୍ସରେ ଦେଖାଗଲା ମଣିଷ ଉଚ୍ଚତାର ବାଦୁଡ଼ି

ନୂଆଦିଲ୍ଲୀ, ୨୮।୬- ଚାଇନାରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଯୋଗୁ ଇତିମଧ୍ୟରେ ବିଶ୍ୱରେ ଏକ କୋଟିରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ସେହିଭଳି ୫ ଲକ୍ଷ...

୩ ସିଂହଙ୍କ ଉପରେ ଭାରି ପଡିଲା କୁମ୍ଭୀର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ କୁମ୍ଭୀର ସହ ୩ଟି ସିଂହ ଲଢୁଥିବା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।...

ପିଞ୍ଜରା ଭିତରୁ ଦେଖିବାକୁ ଯାଇଥିଲେ ସିଂହକୁ , ଘଟିଲା ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ

ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ...

ତିନି ଗୋଡ଼ିଆ ମଣିଷ ଫ୍ରାନ୍ସେସ୍କୋ: ଥିଲା ୪ ପାଦ ଓ ଦୁଇଟି ଗୁପ୍ତାଙ୍ଗ

ବେଳେବେଳେ ଆମେ ଏମିତି କିଛି ଅଜବ ଦେଖୁ ଯାହାକୁ ସହଜରେ ବିଶ୍ୱାସ କରିହୁଏନା। ସେମିତି କିଛି ଅଜବ ଦେଖିବାକୁ ମିଳିଥିଲା ଇଟାଲିରେ। ଏଠାକାର ଜଣେ ବ୍ୟକ୍ତି...

ଏମିତି ଦେଶ ଯେଉଁଠି ମୃତବ୍ୟକ୍ତିଙ୍କ ସହ ହୋଇଥାଏ ବିବାହ, ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି

ବିଭିନ୍ନ ଦେଶର ଆଇନକାନୁନ ଭିନ୍ନ ପ୍ରକାରର। ତେବେ ଏମିତି କିଛି ଆଇନକାନୁନ ରହିଛି ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଦେଶ ହେଉଛି...

ଶୀଘ୍ର ତରଳୁଛି ପାଣି ତଳେ ଥିବା ଗ୍ଲାସିୟର

ଗ୍ରୀନ୍‌ଲାଣ୍ଡ,ଆଲାସ୍କା ଓ ଆଣ୍ଟାର୍କଟିକାରେ ଭାସମାନ ବିରାଟକାୟ ଗ୍ଲାସିୟର ଏବେ ଦ୍ରୁ୍ରୁତ ଗତିରେ ତରଳିବାରେ ଲାଗିଛି । ଏହା ଫଳରେ ସମୁଦ୍ର ପତ୍ତନ ବି ବୃଦ୍ଧି ପାଇବ...

ସ୍କାଏ ପୁଲ୍‌

ଖରାଦିନେ ସୁଇମିଂ ପୁଲ୍‌ର ମଜା ଉଠାଇବାକୁ କିଏ ବା ନ ଚାହାନ୍ତି। ପ୍ରବଳ ତାତିରୁ ନିସ୍ତାର ଦିଏ ପୁଲ୍‌। ତେବେ ବ୍ରିଟେନରେ ନିର୍ମାଣ ହେଉଥିବା ଏକ...

Advertisement


Archives

Model This Week