Posted inଖେଳ

‘ଆଗ ବିରାଟ-ରୋହିତଙ୍କୁ ଆଉଟ୍‌ କର, ଅଧା ଭାରତୀୟ ଟିମ୍‌ ସଫା’

ନୂଆଦିଲ୍ଲୀ,୧୬।୯: କେବଳ ଭାରତରେ ନୁହେଁ ବିଶ୍ୱ କ୍ରିକେଟରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦୁଇଜଣ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଉଭୟ କ୍ରିକେଟର ତିନୋଟି ଫର୍ମାଟରେ ଲଗାତାର ଭାବେ ରନ ସ୍କୋର କରିଛନ୍ତି ଏବଂ ମ୍ୟାଚ ବିଜେତା ହୋଇଛନ୍ତି। ଟି -୨୦ ଅନ୍ତର୍ଜାତୀୟ ଫର୍ମାଟରେ ଏହି ବ୍ୟାଟ୍ସମ୍ୟାନଦ୍ୱୟ ସର୍ବାଧିକ ରନ୍‌ ସ୍କୋର କରିବା ମାମଲାରେ ଟପ-୨ରେ ଅଛନ୍ତି। ସେମାନେ ଦିନିକିଆରେ ପାଖାପାଖି ୧୦ ହଜାର ରନ ସଂଗ୍ରହ କରିଛନ୍ତି। ଡେବ୍ୟୁରୁ ଏପର୍ଯ୍ୟନ୍ତ ଏକ ଦଶନ୍ଧିରୁ ଅଧିକ ସମୟ ବିତିଯାଇଥିବା ବେଳେ ଉଭୟ ଦଳର ନିୟମିତ ଖେଳାଳି ଭାବରେ ନିଜର ସ୍ଥାନ ପକ୍କା କରିଛନ୍ତି।

ତେବେ ରୋହିତ ଏବଂ ବିରାଟଙ୍କର କିଛି ସେକେଣ୍ଡ ମଧ୍ୟରେ ବିପକ୍ଷ ଦଳର ହାତରୁ ମ୍ୟାଚ୍‌ ଛଡ଼ାଇବାର କ୍ଷମତା ରହିଛି। ଏଣୁ ଯେତେବେଳେ ବି କୌଣସି ଦଳ ଭାରତ ବିପକ୍ଷରେ ମ୍ୟାଚ ଖେଳନ୍ତି, ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଲାଗି ସମାନ ରଣନୀତି ଆପଣାଇଥାନ୍ତି। ଉଭୟ ଶୀର୍ଷ କ୍ରମରେ ଖେଳନ୍ତି। ଏଣୁ ବିରୋଧୀ ଟିମ୍‌ ସେମାନଙ୍କୁ ଶୀଘ୍ର ଆଉଟ୍‌ କରିବାକୁ ଚାହିଁଥାନ୍ତି। କାରଣ ଯଦି ସେମାନେ କ୍ରିଜରେ ଅଧିକ ସମୟ ବିତାନ୍ତି, ତେବେ ବିରୋଧୀ ଦଳ ପାଇଁ ଜିତିବାର ସମ୍ଭାବନା କମ ହୋଇଯାଏ।

ଏବେ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଆଫଗାନ୍‌ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରୋହିତ ଏବଂ ବିରାଟଙ୍କ ବିପକ୍ଷରେ ସମାନ ରଣନୀତି ସହ ବିଶ୍ୱର ପ୍ରତିଟି ଟିମ୍‌ ଓହ୍ଲାଇଥାନ୍ତି। କାରଣ ସେମାନେ ଜାଣନ୍ତି ଯଦି ଉଭୟଙ୍କୁ ଆଉଟ୍‌ କରିଦିଆଯାଏ ତେବେ ଭାରତୀୟ ଟିମ୍‌ର ଅଧା ଉଇକେଟ ଚାଲିଗଲା। ଯେବେ ବି ଆମେ ଭାରତ ବିପକ୍ଷରେ ଖେଳୁ, ଆମର ଯୋଜନା ଥାଏ ଯେ ରୋହିତ ଏବଂ କୋହଲିଙ୍କୁ ଶୀଘ୍ର ଆଉଟ୍‌ କରିବା। ଉଭୟଙ୍କ ଉଇକେଟ ନେଇଯିବା ଅର୍ଥ ଅଧା ଭାରତୀୟ ଦଳ ଗଲା। କାରଣ ଏହି ଦୁଇଜଣ ଏକାକି ମ୍ୟାଚ୍‌ ଜିତାଇପାରନ୍ତି। ଏମିତିରେ ଆମର ଯୋଜନା ଥାଏ ଯେ ଆରମ୍ଭରୁ ସେମାନଙ୍କୁ ଆକ୍ରମଣ କରିବା। ଯଦି ସେମାନେ ଆରମ୍ଭରେ ଆଉଟ୍‌ ନ ହୁଅନ୍ତି ତେବେ ସେମାନଙ୍କୁ ଅସୁବିଧାରେ ପକାଇବା କଷ୍ଟକର ହୋଇପଡେ। ବିଶେଷକରି ବିରାଟ କୋହଲି। ଯେତେବେଳେ ସେ କ୍ରିଜରେ ଭଲ ଖେଳୁଥାନ୍ତି ତାଙ୍କୁ ଆଉଟ୍‌ କରିବା କଷ୍ଟକର। ଏମିତିରେ ଯଦି ଉଭୟଙ୍କ ଉଇକେଟ ଚାଲିଯାଏ ତେବେ ଦିନିକିଆରେ ଭାରତର ୧୦୦-୧୨୦ ରନ୍‌ କମ୍‌ ହୋଇଯାଏ ଏବଂ ଟି୨୦ରେ ୬୦-୭୦ ରନ୍‌ କମ୍‌ ହୋଇଯାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?