ମୁଖ୍ୟମନ୍ତ୍ରୀ ଘରୁ ବାହାରନ୍ତୁ: ସୁର

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟରେ କରୋନା ପରିସ୍ଥିତି ମେ’ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ଆଣି ଭୁଲ୍‌ କଲେ। ବିଭିନ୍ନ ଷ୍ଟେଶନରେ ସେମାନେ ଓହ୍ଲାଇବା ଫଳରେ ରାଜ୍ୟ ସାରା ସଂକ୍ରମଣ ବ୍ୟାପିଲା। ଗଞ୍ଜାମ ଓ ଖୋର୍ଦ୍ଧା ଜିଲା ବିଶେଷକରି ଭୁବନେଶ୍ୱରରେ ଏବେ ସେଥିପାଇଁ ପରିସ୍ଥିତି ଭୟଙ୍କର ହୋଇଛି ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବିଧାନସଭାରେ କହିଛନ୍ତି। ରାଜ୍ୟ ସରକାର ପ୍ରବାସୀଙ୍କୁ ଡାକି କୋଭିଡ୍‌କୁ ନିମନ୍ତ୍ରଣ କରିଛନ୍ତି। ଭୁବନେଶ୍ୱର, ଜଟଣୀ ଓ ଆଖପାଖରେ ପ୍ରତିଦିନ ଏବେ ୨୦୦ ଲୋକ ଜୀବନ ହରାଉଛନ୍ତି। ଡାକ୍ତରମାନେ ରୋଗୀଙ୍କୁ ଛୁଁ ନାହାନ୍ତି। କୋଭିଡ୍‌ ରୋଗୀଙ୍କର ଯେତିକି ମୃତ୍ୟୁ ହେଉନି, ସେତିକି ସାଧାରଣ ରୋଗୀଙ୍କର ମୃତ୍ୟୁ ଘଟୁଛି। ଏଭଳିସ୍ଥିତିରେ ମୁଖ୍ୟମନ୍ତ୍ରୀ ଘରୁ ବାହାରି ପରିସ୍ଥିତିକୁ ନିଜେ ଦେଖନ୍ତୁ ବୋଲି ସେ କହିଥିଲେ।

କୋଭିଡ୍‌ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ ନରସିଂହ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବୁଧବାର ବିଧାନସଭାରେ ବଲାଙ୍ଗୀର ସହରର ଏକ କୋଭିଡ୍‌ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ। ଏହାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ। ଉକ୍ତ କୋଭିଡ୍‌ ସେଣ୍ଟରରେ ଠିକାରେ ନିଯୁକ୍ତ ହୋଇଥିବା ଆୟୁର୍ବେଦିକ୍‌ ଡାକ୍ତର ରାତି ୧୨ଟାରେ ଜଣେ ମହିଳା କୋଭିଡ୍‌ ରୋଗୀଙ୍କ ବେଡ୍‌ ନିକଟକୁ ଯାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ ସତ୍ତ୍ୱେ ପୋଲିସ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଓଲଟା ଡାକ୍ତରଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା କରାଯାଉଥିବା ସେ କହିଥିଲେ।

ରାଜ୍ୟରେ ୧୬.୫ ଲକ୍ଷ ବେକାରି

ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ରାଜ୍ୟରେ ବେକାରି ସମସ୍ୟା ବଢୁଛି। ରହିଥିବା ସୁଯୋଗକୁ ସରକାର ତା’ର ଉପଯୋଗ କରିପାରୁନାହାନ୍ତି। ରାଜ୍ୟରେ କେତେ ବେକାରି ଅଛନ୍ତି ତା’ର ତଥ୍ୟ ମଧ୍ୟ ନାହିଁ। ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ କହୁଥିବାବେଳେ ମୁଖ୍ୟ ଶାସନ ସଚିବ ୧୨ ଲକ୍ଷ କହୁଛନ୍ତି। ମାତ୍ର ବାସ୍ତବରେ ଓଡ଼ିଶାରେ ୧୬.୫ ଲକ୍ଷ ବେକାରି ଯୁବତୀ, ଯୁବକ ଅଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ଛୋଟ ଛୋଟ ସାମଗ୍ରୀ ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଭିନ୍ନ ଛୋଟ ବଡ଼ ଫ୍ୟାକ୍ଟ୍ରି ପ୍ରତିଷ୍ଠା ଦ୍ୱାରା ବହୁ ସଂଖ୍ୟାରେ କର୍ମନିଯୁକ୍ତି ସୃଷ୍ଟି କରାଯାଇପାରନ୍ତା। ମାତ୍ର ସରକାରଙ୍କର ଅପାରଗତା ଯୋଗୁ ଆଜି ଓଡ଼ିଶାର ଲୋକେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସେହିଭଳି ଏଠାରେ ରହିଥିବା ଶିଳ୍ପାନୁଷ୍ଠାନରେ ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଉନି। ୮୦ ପ୍ରତିଶତ ସ୍ଥାନୀୟ ଲୋକ ନିଯୁକ୍ତି ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଓଡ଼ିଶାରେ ଏହାକୁ ପାଳନ କରାଯାଉ ନ ଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri