ମୁଖ୍ୟମନ୍ତ୍ରୀ ଘରୁ ବାହାରନ୍ତୁ: ସୁର

ଭୁବନେଶ୍ୱର, ୧ା୧୦ (ବ୍ୟୁରୋ):ରାଜ୍ୟରେ କରୋନା ପରିସ୍ଥିତି ମେ’ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ଆଣି ଭୁଲ୍‌ କଲେ। ବିଭିନ୍ନ ଷ୍ଟେଶନରେ ସେମାନେ ଓହ୍ଲାଇବା ଫଳରେ ରାଜ୍ୟ ସାରା ସଂକ୍ରମଣ ବ୍ୟାପିଲା। ଗଞ୍ଜାମ ଓ ଖୋର୍ଦ୍ଧା ଜିଲା ବିଶେଷକରି ଭୁବନେଶ୍ୱରରେ ଏବେ ସେଥିପାଇଁ ପରିସ୍ଥିତି ଭୟଙ୍କର ହୋଇଛି ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ବିଧାନସଭାରେ କହିଛନ୍ତି। ରାଜ୍ୟ ସରକାର ପ୍ରବାସୀଙ୍କୁ ଡାକି କୋଭିଡ୍‌କୁ ନିମନ୍ତ୍ରଣ କରିଛନ୍ତି। ଭୁବନେଶ୍ୱର, ଜଟଣୀ ଓ ଆଖପାଖରେ ପ୍ରତିଦିନ ଏବେ ୨୦୦ ଲୋକ ଜୀବନ ହରାଉଛନ୍ତି। ଡାକ୍ତରମାନେ ରୋଗୀଙ୍କୁ ଛୁଁ ନାହାନ୍ତି। କୋଭିଡ୍‌ ରୋଗୀଙ୍କର ଯେତିକି ମୃତ୍ୟୁ ହେଉନି, ସେତିକି ସାଧାରଣ ରୋଗୀଙ୍କର ମୃତ୍ୟୁ ଘଟୁଛି। ଏଭଳିସ୍ଥିତିରେ ମୁଖ୍ୟମନ୍ତ୍ରୀ ଘରୁ ବାହାରି ପରିସ୍ଥିତିକୁ ନିଜେ ଦେଖନ୍ତୁ ବୋଲି ସେ କହିଥିଲେ।

କୋଭିଡ୍‌ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ ନରସିଂହ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବୁଧବାର ବିଧାନସଭାରେ ବଲାଙ୍ଗୀର ସହରର ଏକ କୋଭିଡ୍‌ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ। ଏହାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ। ଉକ୍ତ କୋଭିଡ୍‌ ସେଣ୍ଟରରେ ଠିକାରେ ନିଯୁକ୍ତ ହୋଇଥିବା ଆୟୁର୍ବେଦିକ୍‌ ଡାକ୍ତର ରାତି ୧୨ଟାରେ ଜଣେ ମହିଳା କୋଭିଡ୍‌ ରୋଗୀଙ୍କ ବେଡ୍‌ ନିକଟକୁ ଯାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ ସତ୍ତ୍ୱେ ପୋଲିସ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଓଲଟା ଡାକ୍ତରଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା କରାଯାଉଥିବା ସେ କହିଥିଲେ।

ରାଜ୍ୟରେ ୧୬.୫ ଲକ୍ଷ ବେକାରି

ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ରାଜ୍ୟରେ ବେକାରି ସମସ୍ୟା ବଢୁଛି। ରହିଥିବା ସୁଯୋଗକୁ ସରକାର ତା’ର ଉପଯୋଗ କରିପାରୁନାହାନ୍ତି। ରାଜ୍ୟରେ କେତେ ବେକାରି ଅଛନ୍ତି ତା’ର ତଥ୍ୟ ମଧ୍ୟ ନାହିଁ। ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ କହୁଥିବାବେଳେ ମୁଖ୍ୟ ଶାସନ ସଚିବ ୧୨ ଲକ୍ଷ କହୁଛନ୍ତି। ମାତ୍ର ବାସ୍ତବରେ ଓଡ଼ିଶାରେ ୧୬.୫ ଲକ୍ଷ ବେକାରି ଯୁବତୀ, ଯୁବକ ଅଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ଛୋଟ ଛୋଟ ସାମଗ୍ରୀ ପାଇଁ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଭିନ୍ନ ଛୋଟ ବଡ଼ ଫ୍ୟାକ୍ଟ୍ରି ପ୍ରତିଷ୍ଠା ଦ୍ୱାରା ବହୁ ସଂଖ୍ୟାରେ କର୍ମନିଯୁକ୍ତି ସୃଷ୍ଟି କରାଯାଇପାରନ୍ତା। ମାତ୍ର ସରକାରଙ୍କର ଅପାରଗତା ଯୋଗୁ ଆଜି ଓଡ଼ିଶାର ଲୋକେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସେହିଭଳି ଏଠାରେ ରହିଥିବା ଶିଳ୍ପାନୁଷ୍ଠାନରେ ଓଡ଼ିଆଙ୍କୁ ନିଯୁକ୍ତି ଦିଆଯାଉନି। ୮୦ ପ୍ରତିଶତ ସ୍ଥାନୀୟ ଲୋକ ନିଯୁକ୍ତି ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଓଡ଼ିଶାରେ ଏହାକୁ ପାଳନ କରାଯାଉ ନ ଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri