ଜର୍ମାନୀ ଏବେ ବି ଦଖଲରେ, ସ୍ବତନ୍ତ୍ର ନିଷ୍ପତ୍ତି ନେବାକୁ ଅସମର୍ଥ, ନର୍ଡ ଷ୍ଟ୍ରିମ ପାଇପଲାଇନ ବିସ୍ଫୋରଣରେ ଆମେରିକାର ହାତ: ପୁଟିନ…

ମସ୍କୋ,୧୫।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ସେ ଦାବି କରିଛନ୍ତି ଯେ ଜର୍ମାନୀ ଏବେବି ଦଖଲରେ ଅଛି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆତ୍ମସମର୍ପଣ କରିବା ପରଠାରୁ ସ୍ବତନ୍ତ୍ର ଭାବେ ନିଷ୍ପତ୍ତି ନେବାକୁ ଅସମର୍ଥ। ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନରେ ବିସ୍ଫୋରଣକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଭ୍ଲାଦିମିର ପୁଟିନ ଏହା କହିଛନ୍ତି। ରୁଷିଆର ସରକାରୀ ଟିଭି ସହିତ କଥାବାର୍ତ୍ତା କରି ପୁଟିନ କହିଛନ୍ତି ଯେ ୟୁରୋପର ନେତାମାନେ ନିଜେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଜର୍ମାନୀ କେବେ ବି ଏକ ସାର୍ବଭୌମ ରାଷ୍ଟ୍ର ହୋଇ ନାହିଁ।

ରୁଷିଆର ରାଷ୍ଟ୍ରପତି କହିଛନ୍ତି ଯେ ସୋଭିଏତ ୟୁନିଅନ ଜର୍ମାନୀ ଦଖଲ କରିବାର କିଛି ସମୟ ପରେ ନିଜର ସେନାବାହିନୀ ପ୍ରତ୍ୟାହାର କରି ନେଇଥିଲା କିନ୍ତୁ ସମସ୍ତେ ଜାଣନ୍ତି ଯେ ଆମେରିକା କ୍ଷେତ୍ରରେ ତାହା ହୋଇ ନାହିଁ। ଆମେରିକା ଏବେ ବି ଜର୍ମାନୀ ଉପରେ ନିଜର ଦଖଲ ଆଭିମୁଖ୍ୟ ବଜାୟ ରଖିଛି। ପୁଟିନ ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନରେ ହୋଇଥିବା ବିସ୍ଫୋରଣକୁ ଏକ ବୃହତ ଷଡଯନ୍ତ୍ର ବୋଲି କହିଛନ୍ତି । ୟୁକ୍ରେନ ସମର୍ଥିତ ସଂଗଠନ ଦ୍ୱାରା ଗ୍ୟାସ ପାଇପଲାଇନରେ ବିସ୍ଫୋରଣ ହୋଇଥିବା ମନ୍ତବ୍ୟ ନିରର୍ଥକ ବୋଲି ସେ କହିଛନ୍ତି।

ପୁଟିନ କହିଛନ୍ତି ଯେ ଏହା ଦେଖିବା ଉଚିତ ଯେ କିଏ ଏଥିରେ ଆଗ୍ରହୀ ଏବଂ କିଏ ଏହା କରିବାକୁ ଇଚ୍ଛୁକ? ଅବଶ୍ୟ ଆମେରିକା ଏହା କରିବାକୁ ଚାହୁଁଛି। କେଉଁ ପ୍ରକାର ବିସ୍ଫୋରଣ ଘଟିଥିଲା ଏବଂ ଯେତିକି ଶକ୍ତିଶାଳୀ ଥିଲା, ତାହା କେବଳ ବିଶେଷଜ୍ଞଙ୍କ ଦ୍ୱାରା ଏବଂ ସରକାରଙ୍କ ସମ୍ପୂର୍ଣ୍ଣ ସାହାଯ୍ୟରେ କରାଯାଇପାରିବ।

ରୁଷିଆରୁ ଜର୍ମାନୀ ପର୍ଯ୍ୟନ୍ତ ସମୁଦ୍ର ତଳେ ଏକ ଗ୍ୟାସ ପାଇପଲାଇନ ଯାଇଛି। ଏହା ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ଭାବରେ ଜଣାଶୁଣା। ନର୍ଡ ଷ୍ଟ୍ରିମ-୧ ଗ୍ୟାସ ପାଇପଲାଇନ ବାଲଟିକ ସାଗରରେ ରୁଷିଆର ଭିବର୍ଗକୁ ଉତ୍ତର-ପଶ୍ଚିମ ଜର୍ମାନୀର ଲବମିନ ସହିତ ସଂଯୋଗ କରେ। ଏହାର ଲମ୍ବ ୧୨୨୪ କିଲୋମିଟର। ଏହା ମାଧ୍ୟମରେ ରୁଷିଆ ଜର୍ମାନୀକୁ ପ୍ରାକୃତିକ ଗ୍ୟାସ ଯୋଗାଇଥାଏ। ଏହାର ନିର୍ମାଣ ୨୦୧୧ ମସିହାରେ ଶେଷ ହୋଇଥିଲା। ଏବଂ ନର୍ଡ ଷ୍ଟ୍ରିମ -୨ ପାଇପଲାଇନ ରୁଷିଆର ଉଷ୍ଟ-ଲୁଗାକୁ ଜର୍ମାନୀର ଲୁବମିନ ସହିତ ସଂଯୋଗ କରେ। ସେପ୍ଟେମ୍ବର ୨୦୨୧ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା। ଏହି ଦୁଇଟି ଗ୍ୟାସ ପାଇପଲାଇନ ମାଧ୍ୟମରେ ରୁଷିଆ ଜର୍ମାନୀକୁ ବାର୍ଷିକ ୧୧୦ ବିଲିୟନ ଘନ ମିଟର ଗ୍ୟାସ ଯୋଗାଇ ଥାଏ। ଆଗାମୀ ୫୦ ବର୍ଷ ପାଇଁ, ରୁଷିଆ ନର୍ଡ ଷ୍ଟ୍ରିମ ପାଇପଲାଇନ ମାଧ୍ୟମରେ ଜର୍ମାନୀକୁ ଗ୍ୟାସ ଯୋଗାଇବାର ଯୋଜନା ରହିଛି। ୟୁକ୍ରେନ ଯୁଦ୍ଧ ପରଠାରୁ ଏହି ପାଇପଲାଇନରୁ ୟୁରୋପକୁ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି କାରଣ ବିଶ୍ୱର ଅନେକ ଦେଶ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ୟୁରୋପରେ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ଗତ ବର୍ଷ ସେପ୍ଟେମ୍ବରରେ ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନରେ ବିସ୍ଫୋରଣ ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ବିସ୍ଫୋରଣ ପାଇଁ ପୁଟିନ ପରୋକ୍ଷରେ ଆମେରିକାକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?