Posted inଖେଳ

ଜର୍ମାନୀ-ବେଲଜିୟମ ଫାଇନାଲ

ଭୁବନେଶ୍ୱର, ୨୮।୧ (କ୍ରୀଡ଼ା ପ୍ରତିନିଧି): ଗତଥରର ଚାମ୍ପିୟନ ବେଲ୍‌ଜିୟମ କ୍ରମାଗତ ଦ୍ୱିତୀୟ ଥରପାଇଁ ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଏହି ଦଳ ଆସନ୍ତା ରବିବାର ଜର୍ମାନୀକୁ ଭେଟିବ। ବେଲଜିୟମ ଓ ଗତ ସଂସ୍କରଣର ରନରଅପ୍‌ ନେଦରଲାଣ୍ଡ୍ସ ମଧ୍ୟରେ ଶୁକ୍ରବାର ଅନୁଷ୍ଠିିତ ହାଇ ଭୋଲ୍ଟେଜ ଦ୍ୱିତୀୟ ସେମିଫାଇନାଲ ଖେଳ ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ବରାବର ରହିଥିଲା। ଫଳରେ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏହି ପର୍ଯ୍ୟାୟରେ ବେଲଜିୟମ ୩ଟିି ଗୋଲ ଦେଇଥିବାବେଳେ ନେଦରଲାଣ୍ଡ୍‌ସ ୨ଟି ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ବେଲଜିୟମ-ନେଦରଲାଣ୍ଡ୍ସ ଦ୍ୱିତୀୟ ସେମିଫାଇନାଲ ୨୦୧୮ ଫାଇନାଲର ରିମ୍ୟାଚ ସଦୃଶ ଥିଲା। ମାତ୍ର ୨ ଥରଯାକ ବେଲଜିୟମ ବିଜୟ ସ୍ବାଦ ଚାଖିଥିଲା। ଗତ ସଂସ୍କରଣର ଫାଇନାଲରେ ନେଦରଲାଣ୍ଡ୍‌ସକୁ ପେନାଲ୍ଟି ଶୁଟ୍‌ଆଉଟ ୩-୨ ଗୋଲରେ ବେଲଜିୟମ ପରାସ୍ତ କରିଥିଲା। ଚଳିତ ସଂସ୍କରଣର ପ୍ରଥମ ସେମିଫାଇନାଲରେ ଗତଥରର ବ୍ରୋଞ୍ଜ ମେଡାଲିଷ୍ଟ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇ ଜର୍ମାନୀ ଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ପରାଜିତ ଦୁଇ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ବ୍ରୋଞ୍ଜ ପଦକ ପାଇଁ ଲଢ଼ିିବେ।
୨ ନମ୍ବର ବେଲଜିୟମ ଓ ୩ ନମ୍ବର ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଆରମ୍ଭରୁ ସ୍ବାଭାବିକଭାବେ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଆକ୍ରମଣ ଆରମ୍ଭ କରିଥିଲା ନେଦରଲାଣ୍ଡ୍ସ। ମ୍ୟାଚର ୮ମ ମିନିଟରେ ଦଳ ପ୍ରଥମ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିିଥିଲା। ୧୧ତମ ମିନିଟରେ ଦଳକୁ ଦ୍ୱିତୀୟ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଗୋଲରେ ପରିଣତ କରି ୧୨ତମ ମିନିଟରେ ଦଳକୁ ଅଗ୍ରଣୀ କରାଇଥିଲେ ଜିପ୍‌ ଜାନସେନ। ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ନେଦରରଲାଣ୍ଡ୍‌ସ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମୁକାବିଲା ଜୋରଦାର ହୋଇଥିଲା। ଗୋଲ ପରିଶୋଧ ପାଇଁ ବେଲଜିୟମ ଉଦ୍ୟମ କରିଥିବାବେଳେ ନେଦରଲାଣ୍ଡ୍‌ସ ଏହାକୁ ପ୍ରତିହତ କରିଥିଲା। ୨୩ତମ ମିନିଟରେ ଜର୍ମାନୀ ଖେଳାଳି ନେଦରଲାଣ୍ଡ୍‌ସ ଗୋଲକିପରଙ୍କୁ ଚକ୍‌ମା ଦେବାରେ ସକ୍ଷମ ହୋଇଥିଲେ। ମାତ୍ର ଫାଉଲ୍‌ଯୋଗୁ ସେତେବେଳକୁ ବଲ୍‌ ଡେଡ୍‌ ହୋଇ ଯାଇଥିଲା। ୨୮ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ସିଧାସଳଖ ଗୋଲରେ ପରିିଣତ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ତୃତୀୟ କ୍ୱାର୍ଟର ରୋମାଞ୍ଚକ ହୋଇଥିଲା। ୩୫ତମ ମିନିଟରେ ନେଦରଲାଣ୍ଡ୍‌ସକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲା। ୩୬ତମ ମିନିଟରେ ଗୋଲଦେଇ ନେଦରଲାଣ୍ଡ୍‌ସକୁ ଅଗ୍ରଣୀ କରିଥିଲେ ଜାନସେନ। ମ୍ୟାଚରେ ଏହା ତାଙ୍କର ବ୍ୟକ୍ତିଗତ ଦ୍ୱିିତୀୟ ଗୋଲ ଥିଲା। ମାତ୍ର ବେଲଜିୟମ ସହଜରେ ଛାଡ଼ି ନ ଥିଲା। ବିପକ୍ଷ ଦଳ ଉପରେ ଚାପ ଜାରିରଖି ସୁଯୋଗ ସନ୍ଧାନରେ ରହିଥିଲା। ୪୪ତମ ମିନିଟରେ ପେନାଲ୍ଟି କର୍ନର ମିସ୍‌ ହୋଇଥିଲେ ହେଁ ୪୫ତମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ନଇ ଆସିଥିଲେ। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଅଗ୍ରଣୀ ନେବାପାଇଁ ଉଭୟ ଦଳ ନିଜ ନିଜ ରଣନୀତିରେ ଖେଳିଥିଲେ। ୪୬ତମ ମିନିଟରେ ନେଦରଲାଣ୍ଡ୍ସକୁ ଲଗାତର ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହା ବେକାର ଯାଇଥିଲା। ୫୧ତମ ମିନିଟରେ ଅଗ୍ରଣୀ ନେବାପାଇଁ ବେଲଜିୟମ ନିକଟରେ ସୁବର୍ଣ୍ଣ ସୁଯୋଗ ଥିଲା। ମାତ୍ର ଭାଗ୍ୟ ସାଥ୍‌ ଦେଇ ନ ଥିଲା। ନେଦରଲାଣ୍ଡ୍ସ ରକ୍ଷଣଭାଗ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଦଣ୍ଡ ସ୍ବରୂପ ୫୧ତମ ମିନିଟରେ ବେଲଜିୟମକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ମାତ୍ର ଟମ୍‌ ବୁନ୍‌ ମାରିଥିବା ଶଟ୍‌କୁ ନେଦରଲାଣ୍ଡ୍ସ ଗୋଲକିପର ପିରମିନ ବ୍ଲାକ୍‌ ଦକ୍ଷତାର ସହ ସେଭ୍‌ କରି ଦେଇଥିଲେ। ବୁନ୍‌ ଗୋଲପୋଷ୍ଟର ଲେଫ୍ଟ କର୍ନରକୁ ଶଟ୍‌ ମାରିଥିବାବେଳେ ବ୍ଲାକ୍‌ ନିଜ ଡାହାଣ ପଟକୁ ଡାଇଭ୍‌ ମାରି ବଲ୍‌କୁୁ ବାହାରକୁ ପଠାଇ ଦେଇଥିଲେ।
ନେଦରଲାଣ୍ଡ୍ସସ ୧୯୭୩, ୧୯୯୦, ୧୯୯୮ରେ ଚାମ୍ପିୟନ ଏବଂ ୧୯୭୮, ୧୯୯୪, ୨୦୧୪ ଓ ୨୦୧୮ରେ ରନରଅପ୍‌ ହୋଇଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri