Posted inଖେଳ

ଜର୍ମାନୀ-ବେଲଜିୟମ ଫାଇନାଲ

ଭୁବନେଶ୍ୱର, ୨୮।୧ (କ୍ରୀଡ଼ା ପ୍ରତିନିଧି): ଗତଥରର ଚାମ୍ପିୟନ ବେଲ୍‌ଜିୟମ କ୍ରମାଗତ ଦ୍ୱିତୀୟ ଥରପାଇଁ ହକି ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଏହି ଦଳ ଆସନ୍ତା ରବିବାର ଜର୍ମାନୀକୁ ଭେଟିବ। ବେଲଜିୟମ ଓ ଗତ ସଂସ୍କରଣର ରନରଅପ୍‌ ନେଦରଲାଣ୍ଡ୍ସ ମଧ୍ୟରେ ଶୁକ୍ରବାର ଅନୁଷ୍ଠିିତ ହାଇ ଭୋଲ୍ଟେଜ ଦ୍ୱିତୀୟ ସେମିଫାଇନାଲ ଖେଳ ନିର୍ଦ୍ଧାରିତ ସମୟରେ ୨-୨ ଗୋଲରେ ବରାବର ରହିଥିଲା। ଫଳରେ ଫଳାଫଳ ନିର୍ଣ୍ଣୟ ପାଇଁ ପେନାଲ୍ଟି ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏହି ପର୍ଯ୍ୟାୟରେ ବେଲଜିୟମ ୩ଟିି ଗୋଲ ଦେଇଥିବାବେଳେ ନେଦରଲାଣ୍ଡ୍‌ସ ୨ଟି ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ବେଲଜିୟମ-ନେଦରଲାଣ୍ଡ୍ସ ଦ୍ୱିତୀୟ ସେମିଫାଇନାଲ ୨୦୧୮ ଫାଇନାଲର ରିମ୍ୟାଚ ସଦୃଶ ଥିଲା। ମାତ୍ର ୨ ଥରଯାକ ବେଲଜିୟମ ବିଜୟ ସ୍ବାଦ ଚାଖିଥିଲା। ଗତ ସଂସ୍କରଣର ଫାଇନାଲରେ ନେଦରଲାଣ୍ଡ୍‌ସକୁ ପେନାଲ୍ଟି ଶୁଟ୍‌ଆଉଟ ୩-୨ ଗୋଲରେ ବେଲଜିୟମ ପରାସ୍ତ କରିଥିଲା। ଚଳିତ ସଂସ୍କରଣର ପ୍ରଥମ ସେମିଫାଇନାଲରେ ଗତଥରର ବ୍ରୋଞ୍ଜ ମେଡାଲିଷ୍ଟ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇ ଜର୍ମାନୀ ଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ପରାଜିତ ଦୁଇ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ବ୍ରୋଞ୍ଜ ପଦକ ପାଇଁ ଲଢ଼ିିବେ।
୨ ନମ୍ବର ବେଲଜିୟମ ଓ ୩ ନମ୍ବର ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଆରମ୍ଭରୁ ସ୍ବାଭାବିକଭାବେ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଆକ୍ରମଣ ଆରମ୍ଭ କରିଥିଲା ନେଦରଲାଣ୍ଡ୍ସ। ମ୍ୟାଚର ୮ମ ମିନିଟରେ ଦଳ ପ୍ରଥମ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିିଥିଲା। ୧୧ତମ ମିନିଟରେ ଦଳକୁ ଦ୍ୱିତୀୟ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଗୋଲରେ ପରିଣତ କରି ୧୨ତମ ମିନିଟରେ ଦଳକୁ ଅଗ୍ରଣୀ କରାଇଥିଲେ ଜିପ୍‌ ଜାନସେନ। ପ୍ରଥମ କ୍ୱାର୍ଟର ଶେଷସୁଦ୍ଧା ନେଦରରଲାଣ୍ଡ୍‌ସ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମୁକାବିଲା ଜୋରଦାର ହୋଇଥିଲା। ଗୋଲ ପରିଶୋଧ ପାଇଁ ବେଲଜିୟମ ଉଦ୍ୟମ କରିଥିବାବେଳେ ନେଦରଲାଣ୍ଡ୍‌ସ ଏହାକୁ ପ୍ରତିହତ କରିଥିଲା। ୨୩ତମ ମିନିଟରେ ଜର୍ମାନୀ ଖେଳାଳି ନେଦରଲାଣ୍ଡ୍‌ସ ଗୋଲକିପରଙ୍କୁ ଚକ୍‌ମା ଦେବାରେ ସକ୍ଷମ ହୋଇଥିଲେ। ମାତ୍ର ଫାଉଲ୍‌ଯୋଗୁ ସେତେବେଳକୁ ବଲ୍‌ ଡେଡ୍‌ ହୋଇ ଯାଇଥିଲା। ୨୮ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ସିଧାସଳଖ ଗୋଲରେ ପରିିଣତ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ତୃତୀୟ କ୍ୱାର୍ଟର ରୋମାଞ୍ଚକ ହୋଇଥିଲା। ୩୫ତମ ମିନିଟରେ ନେଦରଲାଣ୍ଡ୍‌ସକୁ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲା। ୩୬ତମ ମିନିଟରେ ଗୋଲଦେଇ ନେଦରଲାଣ୍ଡ୍‌ସକୁ ଅଗ୍ରଣୀ କରିଥିଲେ ଜାନସେନ। ମ୍ୟାଚରେ ଏହା ତାଙ୍କର ବ୍ୟକ୍ତିଗତ ଦ୍ୱିିତୀୟ ଗୋଲ ଥିଲା। ମାତ୍ର ବେଲଜିୟମ ସହଜରେ ଛାଡ଼ି ନ ଥିଲା। ବିପକ୍ଷ ଦଳ ଉପରେ ଚାପ ଜାରିରଖି ସୁଯୋଗ ସନ୍ଧାନରେ ରହିଥିଲା। ୪୪ତମ ମିନିଟରେ ପେନାଲ୍ଟି କର୍ନର ମିସ୍‌ ହୋଇଥିଲେ ହେଁ ୪୫ତମ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ନଇ ଆସିଥିଲେ। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଅଗ୍ରଣୀ ନେବାପାଇଁ ଉଭୟ ଦଳ ନିଜ ନିଜ ରଣନୀତିରେ ଖେଳିଥିଲେ। ୪୬ତମ ମିନିଟରେ ନେଦରଲାଣ୍ଡ୍ସକୁ ଲଗାତର ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହା ବେକାର ଯାଇଥିଲା। ୫୧ତମ ମିନିଟରେ ଅଗ୍ରଣୀ ନେବାପାଇଁ ବେଲଜିୟମ ନିକଟରେ ସୁବର୍ଣ୍ଣ ସୁଯୋଗ ଥିଲା। ମାତ୍ର ଭାଗ୍ୟ ସାଥ୍‌ ଦେଇ ନ ଥିଲା। ନେଦରଲାଣ୍ଡ୍ସ ରକ୍ଷଣଭାଗ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଦଣ୍ଡ ସ୍ବରୂପ ୫୧ତମ ମିନିଟରେ ବେଲଜିୟମକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ମାତ୍ର ଟମ୍‌ ବୁନ୍‌ ମାରିଥିବା ଶଟ୍‌କୁ ନେଦରଲାଣ୍ଡ୍ସ ଗୋଲକିପର ପିରମିନ ବ୍ଲାକ୍‌ ଦକ୍ଷତାର ସହ ସେଭ୍‌ କରି ଦେଇଥିଲେ। ବୁନ୍‌ ଗୋଲପୋଷ୍ଟର ଲେଫ୍ଟ କର୍ନରକୁ ଶଟ୍‌ ମାରିଥିବାବେଳେ ବ୍ଲାକ୍‌ ନିଜ ଡାହାଣ ପଟକୁ ଡାଇଭ୍‌ ମାରି ବଲ୍‌କୁୁ ବାହାରକୁ ପଠାଇ ଦେଇଥିଲେ।
ନେଦରଲାଣ୍ଡ୍ସସ ୧୯୭୩, ୧୯୯୦, ୧୯୯୮ରେ ଚାମ୍ପିୟନ ଏବଂ ୧୯୭୮, ୧୯୯୪, ୨୦୧୪ ଓ ୨୦୧୮ରେ ରନରଅପ୍‌ ହୋଇଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri