ଜିନୀୟ ସମ୍ପାଦନା ଉପକରଣ

ସଜୀବର ଜୀବନଶୈଳୀ ନିର୍ଭର କରିଥାଏ ତା’ ଜିନ୍‌ ଉପରେ। ଏଥିରେ ହିଁ ଲିପିବଦ୍ଧ ହୋଇଥାଏ ତାହାର ମାନଚିତ୍ର। ଏହାର ସଂରଚନାରେ ତାରତମ୍ୟ ସେ ପ୍ରତ୍ୟେକଙ୍କୁ ଅନ୍ୟଠାରୁ ଭିନ୍ନ କରି ଗଢ଼ିଥାଏ। ଅନ୍ୟପକ୍ଷରେ, ତହିଁରେ ସାମାନ୍ୟତମ ତ୍ରୁଟିର ପରିଣାମ ଭୟାବହ ହୋଇପାରେ ! ତାହା ଅସାଧ୍ୟ ରୋଗବ୍ୟାଧିଠାରୁ ଆରମ୍ଭ କରି ପ୍ରଜାତିଟିର ବିଲୁପ୍ତିର କାରଣ ମଧ୍ୟ ହୋଇପାରେ। ସେଥିପାଇଁ ଦୀର୍ଘଦିନ ଧରି ପ୍ରକୃତିର ଏହି ବିସ୍ମୟକର ସୃଷ୍ଟିରେ ହସ୍ତକ୍ଷେପ କରିବା ଲାଗି, ଅର୍ଥାତ୍‌ ଉକ୍ତ ମାନଚିତ୍ରଟିର ରୂପରେଖ ବଦଳାଇ ଜୀବନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଲାଗି ଚିନ୍ତା କରି ଆସିଛନ୍ତି ବୈଜ୍ଞାନିକମାନେ। ଏହା ଫଳରେ ବିବିଧ ବଂଶଗତ ଜିନୀୟ ରୋଗର ନିରାକରଣଠାରୁ ଆରମ୍ଭ କରି ଉଚ୍ଚମାନର ଫସଲ ଓ ଗୋସମ୍ପଦ ସୃଷ୍ଟି ସେମାନଙ୍କର ଲକ୍ଷ୍ୟ। ଏହାରି ସାଧନ ପାଇଁ ଉପକରଣଟିଏ ଆବିଷ୍କାର କରି ଚଳିତବର୍ଷ (୨୦୨୦)ରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଲାଭ କରିଛନ୍ତି ବର୍ଲିନସ୍ଥିତ ‘ମାକ୍ସପ୍ଲାଙ୍କ୍‌ ୟୁନିଟ୍‌ ଫର ସାଇନ୍ସ ଅଫ ପାଥେଜେନ୍‌’ର ଇମ୍ମାନୁଏଲ୍‌ ମ୍ୟାରିକ୍‌ ଚାରପେଣ୍ଟିଅର୍‌ ଏବଂ ‘ୟୁନିଭର୍ସିଟି ଅଫ କାଲିଫର୍ନିଆ’ର ଜେନିଫର୍‌ ଆନେ ଡାଉଡ୍‌ନା।
ଏହି ଜୈବିକ ଉପକରଣଟି ହେଲା CRISPR/cas9। Clustered Regulatty Interspaced Short Polindromic Repeatsର ସଂକ୍ଷିପ୍ତ ନାମ ହେଉଛି ‘CRISPR’। ଏହା ଜୀବାଣୁମାନଙ୍କର ପ୍ରତିରକ୍ଷା ବ୍ୟବସ୍ଥାର ବିଶିଷ୍ଟତା। ସେହିପରି cas ହେଲା CRISPR ସହ ଜଡିତ ପ୍ରୋଟିନ୍‌। ଏଗୁଡିକ ଜୀବାଣୁମାନଙ୍କୁ ଭୂତାଣୁଦ୍ୱାରା ସଂକ୍ରମିତ ହେବାରୁ ରକ୍ଷା କରେ। ଚାରପେଣ୍ଟିଅର ଏବଂ ଡାଉଡନା ଅତି ଅପ୍ରତ୍ୟାଶିତ ଭାବେ ଏହା ଆବିଷ୍କାର କରିବାର ସୂଚନା ଦେଇଥିଲେ ୨୦୧୨ ମସିହାରେ। ‘ଷ୍ଟ୍ରେପ୍ଟୋକୋକସ୍‌ ପାୟୋଜିନସ୍‌’ ନାମକ ଜୀବାଣୁର ପ୍ରତିରକ୍ଷା ବ୍ୟବସ୍ଥା ଅଧ୍ୟୟନ କରିବା ଅବସରରେ। ସେଥିରୁ ଜଣାପଡିଥିଲା ଯେ, ତାଙ୍କଠାରେ ଥିବା CRISPR ଏବଂ ଏଥିସହିତ ସଂପୃକ୍ତ cas ଜିନ୍‌ଗୁଡିକ ସେମାନଙ୍କୁ ଏଥିପାଇଁ ସକ୍ଷମ କରନ୍ତି। କାରଣ ତାହା ‘ଜିନୀୟ କତୁରି’ ରୂପେ କାର୍ଯ୍ୟକରି ସଂକ୍ରମଣକାରୀ ଭୂତାଣୁର ଜିନୀୟ ପଦାର୍ଥକୁ କାଟିଦିଏ।
ଚଳିତବର୍ଷର ନୋବେଲ ପୁରସ୍କାର ବିଜୟିନୀଦ୍ୱୟ କୃତ୍ରିମ ଉପାୟରେ ଜୀବାଣୁଟିର ଜିନୀୟ କତୁରି ତିଆରି କରିବାରେ ସଫଳତା ଅର୍ଜନ କରିବା ସହିତ ତାହାର ବିଭିନ୍ନ କ୍ଷେତ୍ରରେ ବ୍ୟବହାର ପଦ୍ଧତିକୁ ସରଳ କରିଛନ୍ତି। ଏହାର ବ୍ୟବହାର ଜୀବ ବିଜ୍ଞାନର ବିଭିନ୍ନ ଦିଗକୁ ପରିବର୍ଦ୍ଧିତ ଏବଂ ବିକଶିତ ହେବାରେ ସହାୟକ ହୋଇପାରିଛି।
ବର୍ତ୍ତମାନ ସୁଦ୍ଧା ତିନି ପ୍ରକାର CRISPR କ୍ରିୟାବିଧି ଚିହ୍ନିତ ହୋଇପାରିଛି। ତନ୍ମଧ୍ୟରୁ ଟାଇପ୍‌-୨ଟି ସବୁଠାରୁ ଅଧିକ ଅଧ୍ୟୟନ ହୋଇଛି। ଏଥିରେ cas ପ୍ରୋଟିନ୍‌ cas9 ର ମୁଖ୍ୟ ଭୂମିକା ଥିବାର ଦେଖାଯାଉଛି। ଏହା ଅନ୍ୟମାନଙ୍କ ତୁଳନାରେ ଅନନ୍ୟ ହେବାର କାରଣ ହେଲା ଯେ, ଜିନ୍‌କୁ ନୀରବ କରିଦେବା ପାଇଁ ଏଥିରେ ଆବଶ୍ୟକ ହୋଇଥାଏ ମାତ୍ର ଗୋଟିଏ cas ପ୍ରୋଟିନ୍‌ (cas9)।
ଇମ୍ମାନୁଏଲ୍‌ ଚାରପେଣ୍ଟିଅର୍‌ ୧୯୬୮ ମସିହା ଡିସେମ୍ବର ୧୧ ତାରିଖରେ ଫ୍ରାନ୍ସର ଦୁଭିସି-ସୁର୍‌-ଅରବାଠାରେ ଜନ୍ମଗ୍ରହଣ କରିଥିଲେ। ତତ୍ପରେ ସେ ପ୍ୟାରିସସ୍ଥିତ ଇନଷ୍ଟିୁଚ୍ୟୁଟ୍‌ ପାଶ୍ଚରରୁ ପିଏଡି ଡିଗ୍ରୀ ହାସଲ କଲେ। ବର୍ତ୍ତମାନ ସେ ବର୍ଲିନର ମାକ୍ସପ୍ଲାଙ୍କ୍‌ ୟୁନିଟ୍‌ ଫର ସାଇନ୍ସ ଅଫ ପାଥେଜେନ୍‌ର ନିର୍ଦ୍ଦେଶିକା। ଅନ୍ୟପକ୍ଷରେ ଜେନିଫର ଡାଉଡନା ଓ୍ବାଂଶିଟନ ଡିସିଠାରେ ୧୯୬୪ ମସିହା ଫେବୃୟାରୀ ୧୪ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ବୋଷ୍ଟନସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲରୁ ସେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ଏବେ ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଏବଂ ତା’ସହ ହୋଓ୍ବାର୍ଡ ହ୍ୟୁଗସ ମେଡିକାଲ ଇନଷ୍ଟିଚ୍ୟୁଟରେ ଅନୁସନ୍ଧାନକାରୀ ବୈଜ୍ଞାନିକ ରୂପେ କାର୍ଯ୍ୟରତ। ଏକ ସଂଗରେ ରସାୟନ ବିଜ୍ଞାନରେ ଦୁଇ ଜଣ ମହିଳା ନୋବେଲ ପୁରସ୍କାର ଲାଭ କରିବା ଏହାର ଇତିହାସରେ ବିରଳ। ସେମାନଙ୍କୁ ଏହି ପୁରସ୍କାର ରାଶି ୧୦ନିୟୁତ ସ୍ବିଡେନ୍‌ କ୍ରୋନ୍‌ର ସମାନଭାବରେ ପ୍ରଦାନ କରାଯିବ।
ଚାରପେଣ୍ଟିଅର ଏବଂ ଡାଉଡନାଙ୍କର ଜିନୀୟ ବିଜ୍ଞାନକୁ ଏହି ଅବଦାନ ଯୁଗନ୍ତକାରୀ। ତାହା ହୁଏତ ଦିନେ ମଣିଷକୁ ଜିନ୍‌-ସମ୍ପାଦନା ମାଧ୍ୟମରେ ଈଶ୍ୱରଙ୍କ ଆସନରେ ଅଧିଷ୍ଠିତ କରିବ ବୋଲି ମନେକରାଯାଏ।

ପ୍ର. ରମେଶ ଚନ୍ଦ୍ର ପରିଡା

-ଉଷାନିବାସ, ୧୨୪/୨୪୪୫,
ଖଣ୍ଡଗିରି ବିହାର,ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?