Posted inଜାତୀୟ

ସିଡିଏସ୍ ବିପିନ ରାୱତଙ୍କ ରାଜକୀୟ ସମ୍ମାନ ସହ ହେବ ଶେଷ କୃତ୍ୟ ସମ୍ପନ୍ନ, ସକାଳ ୧୧ଟାରୁ ଶେଷ ଦର୍ଶନ

ନୂଆଦିଲ୍ଲୀ,୧୦ ।୧୨: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତଙ୍କର ଶୁକ୍ରବାର ଶେଷ କୃତ୍ୟ ଦିଲ୍ଲୀଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ସମ୍ପନ୍ନ ହେବ । ଯେତେବେଳେ ରାୱତଙ୍କ ଅନ୍ତିମ ଯାତ୍ରା ବାହାରିବ, ସେତେବେଳେ ଯେ ତାଙ୍କୁ ଶେଷ ସଲାମି ଦିଆଯିବ କେବଳ ସେତିକି ନୁହେଁ ସେହି ସମୟର ସମସ୍ତ ଚିତ୍ରକୁ ଦେଶବାସୀ ସାଇତି ରଖିବେ ଚୀରକାଳ ପର୍ଯ୍ୟନ୍ତ । ଆଉ ଆଗାମୀ ପିଢିକୁ କହିବେ ଆମେ ଦେଶର ପ୍ରଥମ ସିଡିଏସ୍‌ଙ୍କୁ ଦେଖିଛୁ । ଆମେ ଜେନେରାଲ ବିପିନ ରାୱତଙ୍କୁ ଦେଖିଛୁ । କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ବୀରପୁତ୍ର ଯୋଦ୍ଧାଙ୍କୁ ଆଜି ସାରା ଦେଶ ଲୁହ ଭିଜା ଆଖିରେ ଦେଉଛି ଶ୍ରଦ୍ଧାଞ୍ଜଳି । ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କର ଶୁକ୍ରବାର ହେବ ଶେଷ ଯାତ୍ରା । ସକାଳ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ତାଙ୍କ ଦିଲ୍ଲୀସ୍ଥିତି ବାସଭବନରେ ପାର୍ଥିକ ଶରୀରର ଶେଷ ଦର୍ଶନ କରାଯିବ । ଏହାପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ନେତା ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ବରାର ସ୍କୋୟାରରେ ହେବ ଅନ୍ତିମ ସଂସ୍କାର
ଜେନରାଲ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ଗନ କ୍ୟାରିଏଜ ଅର୍ଥାତ୍ ତୋପ ଗାଡିରେ ରଖାଯିବ । ଅନ୍ତିମ ଯାତ୍ରାରେ ଜେନରାଲ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର ବି ରହିବ । ଏହା ତାଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ବରାର ସ୍କୋୟାର ପର୍ଯ୍ୟନ୍ତ ଯିବ । ଆଉ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଲେୟର ଶର୍ଟ ବିଜ୍ଞାପନ ନେଇ ସରକାରଙ୍କ କଡ଼ା ପଦକ୍ଷେପ, ଟୁଇଟର-ୟୁଟ୍ୟୁବରୁ ହଟାଇବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୪।୬ : ବଡ଼ି ସ୍ପ୍ରେ ଲେୟର ଶର୍ଟ ବିବାଦୀୟ ବିଜ୍ଞାପନ ନେଇ ବିବାଦ ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ...

ସିଦ୍ଧୁଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ,୨୧ା୪: ସାମ୍ପ୍ରଦାୟିକ ମନ୍ତବ୍ୟ ଲାଗି କଂଗ୍ରେସ ନେତା ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ନିର୍ବାଚନ କମିଶନ (ଇସି) କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା...

ଭାରତ ଇତିହାସ ରଚିବା ଦ୍ୱାରଦେଶରେ, ୯୯ କୋଟିରୁ ଅଧିକ ଟିକାକରଣ…

ନୂଆଦିଲ୍ଲୀ,୧୯।୧୦: ଭାରତ ନୂଆ ଇତିହାସ ରଚିବାର ଦ୍ୱାରଦେଶରେ ଠିଆ ହୋଇଛି। ଦେଶରେ ଇତିମଧ୍ୟରେ ୯୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ...

ଶସ୍ତାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ,୨୪।୪: କୋଭିଡ୍‌ -୧୯ ଟିକା ଆମଦାନୀ ଉପରେ କଷ୍ଟମ୍‌ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଅକ୍ସିଜେନ ଉପରୁ ମଧ୍ୟ ସ୍ବାସ୍ଥ୍ୟ ସେସ୍‌ ଛାଡ଼ କରାଯାଇଥିବା...

କରୋନା ରିପୋର୍ଟ ଆସିବାର ୪୮ଘଣ୍ଟା ମଧ୍ୟରେ ପହଞ୍ଚିବାକୁ ପଡ଼ିବ ମା’ଙ୍କ ମନ୍ଦିରରେ

ଜମ୍ମୁ,୨୪।୮: ଜମ୍ମୁର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ଯାତ୍ରା ଅଗଷ୍ଟ ୧୬ରୁ ଆରମ୍ଭ ହୋଇଛି। କରୋନା କାଳରେ ଯାତ୍ରା କରୁଥିବା କେତେକ ଲୋକ ସଂକ୍ରମିତ ଚିହ୍ନଟ...

ଗୋଟିଏ ଦିନ ଉପବାସ ରଖନ୍ତୁ ଦେଶବାସୀ: କେଜ୍‌ରିଓ୍ବାଲ୍‌

ଦୂଆଦିଲ୍ଲୀ,୧୩।୧୨: କୃଷକଙ୍କ ସମର୍ଥନରେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ଦେଶବାସୀ ଗୋଟିଏ ଦିନ ଉପବାସ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ନିବେଦନ କରିଛନ୍ତି। ସେ କହିଛନ୍ତି...

ଭେଣ୍ଟିଲେଟରରେ ଅଜିତ୍‌ ଯୋଗୀ

ରାୟପୁର,୯।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହୃଦ୍‌ଘାତ ଯୋଗୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି...

ପି. ଚିଦାମ୍ବରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୧୬।୧୦: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଗିରଫ କରାଯାଇଛି। ଆଇଏନଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ...

Advertisement
Archives

Model This Week