Posted inଖେଳ

ଆଜିଠୁ ପ୍ୟାରିସ୍‌ ଅଲିମ୍ପିକ୍ସ: ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମ

ପ୍ୟାରିସ୍‌,୨୬ା୭(ପି.ଟି.):ପ୍ୟାରିସ୍‌ ପ୍ରସ୍ତୁତ। ବିଶ୍ୱର ୧୦,୫୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ଙ୍କ ସମାଗମରେ ‘ସିଟି ଅଫ୍‌ ଲାଇଟ୍ସ’ ହୋଇଉଠିଛି ଚଳଚଞ୍ଚଳ। ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବ ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ। ବିଶ୍ୱର ପ୍ରଥମ ସହର ଭାବରେ ପ୍ୟାରିସ୍‌ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି। ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସ୍‌କୁ ଅଲିମ୍ପିକ୍ସ ପ୍ରତ୍ୟାବର୍ତ୍ତନ କରିଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଆୟୋଜକମାନେ ପ୍ରତିଶ୍ରୁତିବଦ୍ଧ। ଏଥର ନିଆରା ଢଙ୍ଗରେ ହେବ ଉଦ୍‌ଘାଟନୀ ସମାରୋହ। ପୂର୍ବରୁ ଷ୍ଟାଡିୟମରେ ଏହି ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ଏଥର ସିନ୍‌ ନଦୀରେ ଦେଖିବାକୁ ମିଳିବ ଉଦ୍‌ଘାଟନୀ ଝଲକ। ଏଥିରେ ଫ୍ରାନ୍ସର କଳା, ସଂସ୍କୃତି, ଭାସ୍କର୍ଯ୍ୟ ପ୍ରତିଫଳିତ ହେବା ସହ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ। ୯୦ଟି ଡଙ୍ଗାରେ ଆଥଲେଟମାନଙ୍କ ପରେଡ୍‌ ଅନୁଷ୍ଠିତ ହେବ। ପ୍ରାୟ ୬ କି.ମି. ଯାଏ ଏହି ପରେଡ ହେବାକୁ ଥିବାବେଳେ ସିନ୍‌ ନଦୀର ଉଭୟ ପାର୍ଶ୍ୱରେ ୩ ଲକ୍ଷ ୨୦ ହଜାର ଦର୍ଶକ ପରେଡ୍‌ର ମଜା ଉଠାଇବେ। ଅଷ୍ଟରଲିଜ୍‌ ବ୍ରିଜ୍‌ ନିକଟରୁ ଆରମ୍ଭ ହୋଇ ପରେଡ୍‌ ଇଫେଲ ଟାଓ୍ବାରର ଟ୍ରକାଡେରୋ ଗାର୍ଡେନ୍ସରେ ଶେଷ ହେବ। ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ୟାରିସ ସମୟ ସନ୍ଧ୍ୟା ୭.୩୦ ତଥା ଭାରତୀୟ ସମୟ ରାତି ୧୧.୦୦ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହେବ। କିମ୍ବଦନ୍ତୀ ଫୁଟବଲର ଜିନେଡିନ ଜିଡାନ୍‌ ଅଲିମ୍ପିକ୍ସ ମଶାଲରେ ଅଗ୍ନି ସଂଯୋଗ ସହ ଏହି ସମାରୋହ ଆରମ୍ଭ ହେବ।
ପୂର୍ବରୁ ୧୯୦୦ ଓ ୧୯୨୪ରେ ପ୍ୟାରିସ୍‌ ସଫଳତାର ସହ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିଥିଲା। ଉଦ୍‌ଘାଟନୀ ସମାରୋହରେ ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରଥ କମଲ ତ୍ରିରଙ୍ଗା ବାହକ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?