ମାଫିଆଙ୍କ କବ୍‌ଜାରେ ରତ୍ନପଥର ଖଣି

ବିଷମକଟକ/କୋରାପୁଟ,୧୩ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲାରୁ ଅବାଧରେ ବାହାର ରାଜ୍ୟକୁ ରତ୍ନପଥର ଚାଲାଣ କରାଯାଉଛି। ଦୀର୍ଘ ବର୍ଷ ଧରି ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ଏଥିରେ ଲଗାମ ଲାଗିପାରୁନାହିଁ। ସୋମବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ରାୟଗଡ଼ା ସହରରୁ ଅମ୍ବାଦଳା ଥାନା ଅଧୀନ ବିଜାବନ୍ଦାଳି ଗ୍ରାମର ଜିତେନ୍ଦ୍ର କୁମାର ବେହେରାଙ୍କ ନିକଟରୁ ପ୍ରାୟ ୨୦ ପ୍ରକାର ରତ୍ନପଥର(୧୫୧କେ.ଜି.) ଜବତ କରିବା ପରେ ଏହା ପଦାରେ ପଡ଼ିଛି। ଜିଲାରେ ବନ୍ଦ ହୋଇଥିବା ରତ୍ନ ଖଣିଗୁଡ଼ିକରୁ ମାଫିଆମାନେ ବିପୁଳ ପରିମାଣର ରତ୍ନପଥର ଲୁଟି ନେଉଥିବାବେଳେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଓ ପ୍ରଶାସନ ଚୁପ୍‌ ବସିଥିବା ନେଇ ଜିଲାରେ ଅସନ୍ତୋଷ ବଢ଼ୁଛି। ଜିଲାର ବିଷମକଟକ ବ୍ଲକ୍‌ ପାଇକ ଡାକୁଲୁଗୁଡ଼ାରେ ଥିବା ବୈଦୁର୍ଯ୍ୟ(କ୍ୟାଟ୍ସ ଆଇ)ଖଣିରୁ ପ୍ରତିଦିନ ରତ୍ନପଥର ଖୋଳାଯାଇ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହେଉଛି। ଜିଲାର ବିଭିନ୍ନ ରତ୍ନପଥର ଖଣି ଅଞ୍ଚଳରେ ମାଫିଆମାନେ ଆଡ୍ଡା ଜମାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ରତ୍ନପଥର ଖୋଳୁଥିବା ଅଭିଯୋଗ ହେଉଛି। ଏହା ବ୍ୟତୀତ ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ରାସପଲ୍ଲା, ମୁନିଗୁଡ଼ା ବ୍ଲକ୍‌ର ଦହିଖାଲ ଏବଂ ରାୟଗଡ଼ାର ଇରୁକୁଠାରେ ମଧ୍ୟ ରତ୍ନପଥର ଖଣି ରହିଥିବା କୁହାଯାଉଛି। କିନ୍ତୁ ଏସବୁ ଖଣି ବିଷୟରେ ଖଣି ନିଗମ ନିକଟରେ କୌଣସି ସୂଚନା ନାହିଁ।

ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ପାଇକଡାକଲଗୁଡ଼ା ଗ୍ରାମରେ ୨ଟି କ୍ୟାଟ୍ସ ଆଇ ରତ୍ନପଥର ଖଣି ରହିଥିବା କୋରାପୁଟସ୍ଥିତ ଖଣି ଉପନିର୍ଦ୍ଦେଶକ ଜାନୁମ୍‌ ସିଂ ବାନରା ସୂଚନା ଦେଇଛନ୍ତି। ଗୋଟିଏ ଖଣି ବିଜୟ କୁମାର ବଂଶଲ ଓ ଅନ୍ୟ ଏକ ଖଣି ବିଜୟ ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଲିଜ୍‌ରେ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏଠାରୁ ରତ୍ନପଥର ଉତ୍ତୋଳନ ନିମନ୍ତେ ପରିବେଶ ମଞ୍ଜୁରୀ, ମାଇନିଂ ପ୍ଲାନ୍‌ ଆଦି ବିଭିନ୍ନ ପ୍ରାଥମିକ କାଗଜପତ୍ର ହୋଇ ନ ଥିବା ସେ କହିଛନ୍ତି। କିନ୍ତୁ ଅବିଭକ୍ତ କୋରାପୁଟ ଜିଲାରେ ରତ୍ନପଥର ଖଣିରୁ ବେଆଇନ ଚାଲାଣ ନେଇ ତାଙ୍କୁ ପଚାରିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୧ ବର୍ଷ ତଳେ ରାୟଗଡ଼ା ଜିଲାର ଡାକୁଲୁଗୁଡ଼ା ପାହାଡ଼ରେ ରତ୍ନପଥର ଖଣିର ସନ୍ଧାନ ମିଳିଥିଲା। ସେତେବେଳେ ଖଣି ନିଗମ ପକ୍ଷରୁ ଉକ୍ତ ସ୍ଥାନରେ ଖନନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। କିନ୍ତୁ ସରକାର ଏହାକୁ ହାତକୁ ନ ନେବା ଯୋଗୁ ଖଣି ମାଫିଆମାନେ ଏହାର ଫାଇଦା ନେଲେ। ୨୦୧୮ରେ ଏଠାରୁ ଦଲାଲମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୧୫୦-୨୦୦ଫୁଟ ଗଭୀରରେ ଖଣି ଖୋଳିଥିଲେ। ଏହା ଜାଣିବା ପରେ ଗୁଣପୁର ଉପଜିଲାପାଳଙ୍କ ନୋଟିସ ଅନୁଯାୟୀ ବିଷମକଟକ ତହସିଲଦାର ଏବଂ ମୁନିଗୁଡ଼ା ପୋଲିସ ପକ୍ଷରୁ ଖଣି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସର କଡ଼ା ନଜରରେ ଖଣି ଅଞ୍ଚଳ ରହିଥିଲା। କିନ୍ତୁ କୌଣସି ଅପ୍ରୀତିକର ପରିସ୍ଥିତି ଦେଖା ନ ଦେବାରୁ ୨ମାସ ପରେ କଟକଣା ହଟିଥିଲା। ୨୦୧୯ରେ ଓଏମ୍‌ସି ଏବଂ ପରିବେଶ ବିଭାଗ ପକ୍ଷରୁ ଏଠାରେ ଜନଶୁଣାଣି କରାଯାଇ ଖଣି ଖନନ ପାଇଁ ଲୋକଙ୍କ ମତାମତ ଲୋଡ଼ାଯାଇଥିଲା। ପ୍ରଶାସନ ପକ୍ଷରୁ ଖଣି ଚାରିପଟେ ତାରବାଡ଼ ଦିଆଯାଇଥିଲା। ଲୋକେ ମଧ୍ୟ ଖଣି ଖନନ ହେଲେ ସ୍ଥାନୀୟ ବାସିନ୍ଦା ରୋଜଗାର ପାଇବା ସହ ଅଞ୍ଚଳର ବିକାଶ ହେବ ବୋଲି ଆଶା ବାନ୍ଧିଥିଲେ। ହେଲେ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହେଲାନାହିଁ। କୌଣସି କାମ ନ ହେବାରୁ ଏବେ ଏହି ଅଞ୍ଚଳ ରତ୍ନପଥର ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଏହି ଖଣିରେ ଉତ୍କୃଷ୍ଟ ଧରଣର ରତ୍ନପଥର ବାହାରୁଥିବାରୁ ଦେଶର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ସ୍ଥାନୀୟ ଲୋକଙ୍କ ସହାୟତାରେ ରତ୍ନପଥର ଲୁଟି ନେଉଥିବା ଡାକୁଲୁଗୁଡ଼ା ଗ୍ରାମର ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ବୈଦ୍ୟଭୂଷଣ କହିଛନ୍ତି। ତେବେ ଖଣି ଉପନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଯଦି ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ, ମାଇନିଂ ପ୍ଲାନ୍‌ ଏବଂ ଅନ୍ୟ କାଗଜପତ୍ର ହୋଇନାହିଁ, ତେବେ ୨୦୧୯ରେ କିପରି ପଲ୍ଲିସଭା କରାଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ବେଆଇନ ରତ୍ନପଥର ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସେପରି କଡ଼ା ଯାଞ୍ଚ କରାଯାଉ ନ ଥିବାରୁ ମାଫିଆମାନେ ବେଧଡ଼କ ଚୋଚାଚାଲାଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ରତ୍ନପଥର ଖଣି ମାଧ୍ୟମରେ ସରକାରଙ୍କ ବିପୁଳ ପରିମାଣରେ ରାଜସ୍ବ ଆଦାୟ ହୋଇପାରିବ। କିନ୍ତୁ ବହୁ ଲୁକ୍କାୟିତ ଖଣି ସରକାର ହାତକୁ ନ ଯିବା ଏବଂ ଖଣି ନିଗମ ଅଜଣା ଭଳି ରହିବା ଯୋଗୁ ବିପୁଳ ରାଜ୍ୟର ରାଜସ୍ବ ହାନି ଘଟୁଛି। ଏ ଦିଗରେ ପ୍ରଶାସନର ବେଖାତିର କାହିଁକି ବୋଲି ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ରତ୍ନପଥର ଲୁଟ୍‌ ବିଷୟରେ ସ୍ଥାନୀୟ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଜନଶୁଣାଣି ପରେ ଖଣି ନିଗମ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ରତ୍ନପଥର ଚୋରାଚାଲାଣ ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ନ ଥିବା ସେ କହିଛନ୍ତି।

 

-ବିଭୂତି ଭୂଷଣ ନାୟକ/ଅମିତାଭ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?