ମାଫିଆଙ୍କ କବ୍‌ଜାରେ ରତ୍ନପଥର ଖଣି

ବିଷମକଟକ/କୋରାପୁଟ,୧୩ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲାରୁ ଅବାଧରେ ବାହାର ରାଜ୍ୟକୁ ରତ୍ନପଥର ଚାଲାଣ କରାଯାଉଛି। ଦୀର୍ଘ ବର୍ଷ ଧରି ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ଏଥିରେ ଲଗାମ ଲାଗିପାରୁନାହିଁ। ସୋମବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ରାୟଗଡ଼ା ସହରରୁ ଅମ୍ବାଦଳା ଥାନା ଅଧୀନ ବିଜାବନ୍ଦାଳି ଗ୍ରାମର ଜିତେନ୍ଦ୍ର କୁମାର ବେହେରାଙ୍କ ନିକଟରୁ ପ୍ରାୟ ୨୦ ପ୍ରକାର ରତ୍ନପଥର(୧୫୧କେ.ଜି.) ଜବତ କରିବା ପରେ ଏହା ପଦାରେ ପଡ଼ିଛି। ଜିଲାରେ ବନ୍ଦ ହୋଇଥିବା ରତ୍ନ ଖଣିଗୁଡ଼ିକରୁ ମାଫିଆମାନେ ବିପୁଳ ପରିମାଣର ରତ୍ନପଥର ଲୁଟି ନେଉଥିବାବେଳେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଓ ପ୍ରଶାସନ ଚୁପ୍‌ ବସିଥିବା ନେଇ ଜିଲାରେ ଅସନ୍ତୋଷ ବଢ଼ୁଛି। ଜିଲାର ବିଷମକଟକ ବ୍ଲକ୍‌ ପାଇକ ଡାକୁଲୁଗୁଡ଼ାରେ ଥିବା ବୈଦୁର୍ଯ୍ୟ(କ୍ୟାଟ୍ସ ଆଇ)ଖଣିରୁ ପ୍ରତିଦିନ ରତ୍ନପଥର ଖୋଳାଯାଇ ବିଭିନ୍ନ ସ୍ଥାନକୁ ଚୋରାଚାଲାଣ ହେଉଛି। ଜିଲାର ବିଭିନ୍ନ ରତ୍ନପଥର ଖଣି ଅଞ୍ଚଳରେ ମାଫିଆମାନେ ଆଡ୍ଡା ଜମାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ରତ୍ନପଥର ଖୋଳୁଥିବା ଅଭିଯୋଗ ହେଉଛି। ଏହା ବ୍ୟତୀତ ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ରାସପଲ୍ଲା, ମୁନିଗୁଡ଼ା ବ୍ଲକ୍‌ର ଦହିଖାଲ ଏବଂ ରାୟଗଡ଼ାର ଇରୁକୁଠାରେ ମଧ୍ୟ ରତ୍ନପଥର ଖଣି ରହିଥିବା କୁହାଯାଉଛି। କିନ୍ତୁ ଏସବୁ ଖଣି ବିଷୟରେ ଖଣି ନିଗମ ନିକଟରେ କୌଣସି ସୂଚନା ନାହିଁ।

ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ପାଇକଡାକଲଗୁଡ଼ା ଗ୍ରାମରେ ୨ଟି କ୍ୟାଟ୍ସ ଆଇ ରତ୍ନପଥର ଖଣି ରହିଥିବା କୋରାପୁଟସ୍ଥିତ ଖଣି ଉପନିର୍ଦ୍ଦେଶକ ଜାନୁମ୍‌ ସିଂ ବାନରା ସୂଚନା ଦେଇଛନ୍ତି। ଗୋଟିଏ ଖଣି ବିଜୟ କୁମାର ବଂଶଲ ଓ ଅନ୍ୟ ଏକ ଖଣି ବିଜୟ ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଲିଜ୍‌ରେ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏଠାରୁ ରତ୍ନପଥର ଉତ୍ତୋଳନ ନିମନ୍ତେ ପରିବେଶ ମଞ୍ଜୁରୀ, ମାଇନିଂ ପ୍ଲାନ୍‌ ଆଦି ବିଭିନ୍ନ ପ୍ରାଥମିକ କାଗଜପତ୍ର ହୋଇ ନ ଥିବା ସେ କହିଛନ୍ତି। କିନ୍ତୁ ଅବିଭକ୍ତ କୋରାପୁଟ ଜିଲାରେ ରତ୍ନପଥର ଖଣିରୁ ବେଆଇନ ଚାଲାଣ ନେଇ ତାଙ୍କୁ ପଚାରିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୧ ବର୍ଷ ତଳେ ରାୟଗଡ଼ା ଜିଲାର ଡାକୁଲୁଗୁଡ଼ା ପାହାଡ଼ରେ ରତ୍ନପଥର ଖଣିର ସନ୍ଧାନ ମିଳିଥିଲା। ସେତେବେଳେ ଖଣି ନିଗମ ପକ୍ଷରୁ ଉକ୍ତ ସ୍ଥାନରେ ଖନନ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। କିନ୍ତୁ ସରକାର ଏହାକୁ ହାତକୁ ନ ନେବା ଯୋଗୁ ଖଣି ମାଫିଆମାନେ ଏହାର ଫାଇଦା ନେଲେ। ୨୦୧୮ରେ ଏଠାରୁ ଦଲାଲମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୧୫୦-୨୦୦ଫୁଟ ଗଭୀରରେ ଖଣି ଖୋଳିଥିଲେ। ଏହା ଜାଣିବା ପରେ ଗୁଣପୁର ଉପଜିଲାପାଳଙ୍କ ନୋଟିସ ଅନୁଯାୟୀ ବିଷମକଟକ ତହସିଲଦାର ଏବଂ ମୁନିଗୁଡ଼ା ପୋଲିସ ପକ୍ଷରୁ ଖଣି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ପୋଲିସର କଡ଼ା ନଜରରେ ଖଣି ଅଞ୍ଚଳ ରହିଥିଲା। କିନ୍ତୁ କୌଣସି ଅପ୍ରୀତିକର ପରିସ୍ଥିତି ଦେଖା ନ ଦେବାରୁ ୨ମାସ ପରେ କଟକଣା ହଟିଥିଲା। ୨୦୧୯ରେ ଓଏମ୍‌ସି ଏବଂ ପରିବେଶ ବିଭାଗ ପକ୍ଷରୁ ଏଠାରେ ଜନଶୁଣାଣି କରାଯାଇ ଖଣି ଖନନ ପାଇଁ ଲୋକଙ୍କ ମତାମତ ଲୋଡ଼ାଯାଇଥିଲା। ପ୍ରଶାସନ ପକ୍ଷରୁ ଖଣି ଚାରିପଟେ ତାରବାଡ଼ ଦିଆଯାଇଥିଲା। ଲୋକେ ମଧ୍ୟ ଖଣି ଖନନ ହେଲେ ସ୍ଥାନୀୟ ବାସିନ୍ଦା ରୋଜଗାର ପାଇବା ସହ ଅଞ୍ଚଳର ବିକାଶ ହେବ ବୋଲି ଆଶା ବାନ୍ଧିଥିଲେ। ହେଲେ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହେଲାନାହିଁ। କୌଣସି କାମ ନ ହେବାରୁ ଏବେ ଏହି ଅଞ୍ଚଳ ରତ୍ନପଥର ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ଏହି ଖଣିରେ ଉତ୍କୃଷ୍ଟ ଧରଣର ରତ୍ନପଥର ବାହାରୁଥିବାରୁ ଦେଶର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ସ୍ଥାନୀୟ ଲୋକଙ୍କ ସହାୟତାରେ ରତ୍ନପଥର ଲୁଟି ନେଉଥିବା ଡାକୁଲୁଗୁଡ଼ା ଗ୍ରାମର ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ବୈଦ୍ୟଭୂଷଣ କହିଛନ୍ତି। ତେବେ ଖଣି ଉପନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ଯଦି ଖଣି ଖନନ ପାଇଁ ପରିବେଶ ମଞ୍ଜୁରୀ, ମାଇନିଂ ପ୍ଲାନ୍‌ ଏବଂ ଅନ୍ୟ କାଗଜପତ୍ର ହୋଇନାହିଁ, ତେବେ ୨୦୧୯ରେ କିପରି ପଲ୍ଲିସଭା କରାଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ବେଆଇନ ରତ୍ନପଥର ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସେପରି କଡ଼ା ଯାଞ୍ଚ କରାଯାଉ ନ ଥିବାରୁ ମାଫିଆମାନେ ବେଧଡ଼କ ଚୋଚାଚାଲାଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ରତ୍ନପଥର ଖଣି ମାଧ୍ୟମରେ ସରକାରଙ୍କ ବିପୁଳ ପରିମାଣରେ ରାଜସ୍ବ ଆଦାୟ ହୋଇପାରିବ। କିନ୍ତୁ ବହୁ ଲୁକ୍କାୟିତ ଖଣି ସରକାର ହାତକୁ ନ ଯିବା ଏବଂ ଖଣି ନିଗମ ଅଜଣା ଭଳି ରହିବା ଯୋଗୁ ବିପୁଳ ରାଜ୍ୟର ରାଜସ୍ବ ହାନି ଘଟୁଛି। ଏ ଦିଗରେ ପ୍ରଶାସନର ବେଖାତିର କାହିଁକି ବୋଲି ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ରତ୍ନପଥର ଲୁଟ୍‌ ବିଷୟରେ ସ୍ଥାନୀୟ ତହସିଲଦାର ଶୁଭେନ୍ଦୁ କୁମାର ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି, ଜନଶୁଣାଣି ପରେ ଖଣି ନିଗମ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ରତ୍ନପଥର ଚୋରାଚାଲାଣ ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ନ ଥିବା ସେ କହିଛନ୍ତି।

 

-ବିଭୂତି ଭୂଷଣ ନାୟକ/ଅମିତାଭ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri