Posted inଜାତୀୟ

ପାକିସ୍ତାନରୁ ଆସିଥିବା ପ୍ରଦୀପ ଜ୍ୟୋତି ପୂଜା ଉପରେ ରୋକ ଲଗାଇଲେ ଗେହଲୋଟ ସରକାର …

ଜୟପୁର, ୨୫।୯ : ରାଜସ୍ଥାନର ସୀମାନ୍ତ ବାଡମେର ଜିଲାରେ ଅବସ୍ଥିତ ହିଙ୍ଗଲାଜ ମାତା ମନ୍ଦିରରେ ନବରାତ୍ରୀ ସମୟରେ ପୂଜାପାଠ ଉପରେ ଲାଗିଥିବା ନିଷେଧାଦେଶକୁ ନେଇ ବିବାଦ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରକାରଙ୍କୁ ଭାଜପା ନେତା ତରୁଣ ବିଜୟ ଘେରିବା ଆରମ୍ଭ କରିଛନ୍ତି। ତରୁଣ ବିଜୟ କହିଛନ୍ତି ଯେ ପାକିସ୍ତାନ ସରକାର ଯାହା କରି ପାରିଲେ ନାହିଁ, ରାଜସ୍ଥାନର ଗେହଲୋଟ ସରକାର ଏହା କରିଛନ୍ତି।

ସୂଚନାଯୋଗ୍ୟ ଯେ ପାକିସ୍ତାନ ସୀମାରେ ଥିବା ରାଜସ୍ଥାନର ବାରମର୍‌ ଜିଲାରେ ଅବସ୍ଥିତ ଏହି ମନ୍ଦିରରେ ପ୍ରଦୀପ ଜ୍ୟୋତି ପାକିସ୍ତାନର ବାଲୁଚିସ୍ତାନରେ ଅବସ୍ଥିତ ହିଙ୍ଗଲାଜ ଶକ୍ତିପୀଠର ପ୍ରଦୀପରୁ ପ୍ରଜ୍ୱଳିତ ହୋଇଛି। ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟରେ ଏହା ପାକିସ୍ତାନର ବାଲୁଚିସ୍ତାନରେ ଅବସ୍ଥିତ ହିଙ୍ଗଲାଜ ମନ୍ଦିରରୁ ବାଡମେରକୁ ସ୍ବତନ୍ତ୍ର ଭାବେ ଅଣାଯାଇଥିଲା।

ରାଜସ୍ଥାନର ବାରମର୍‌ ଜିଲାରେ ନବରାତ୍ରୀ ସମୟରେ ଏହି ମନ୍ଦିରରେ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକ୍ରମକୁ ପୋଲିସ ପକ୍ଷରୁ ବାରଣ କରାଯାଇଛି। ମନ୍ଦିର କମିଟିର ଅଧ୍ୟକ୍ଷଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ସ୍ଥାନୀୟ ପୋଲିସ ପକ୍ଷରୁ ସେମାନଙ୍କୁ ଏକ ଲିଖିତ ନୋଟିସ ଜାରି କରି ତୁରନ୍ତ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ନବରାତ୍ରୀ ସମୟରେ ଏହି ମନ୍ଦିରରେ କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ କରାଯିବ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହିଙ୍ଗଲାଜ ମାତା କ୍ଷତ୍ରୀ ସମାଜର ଦେବତା ଏବଂ ଏହି ମନ୍ଦିର କେବଳ କ୍ଷତ୍ରୀ ସମାଜ ଦ୍ୱାରା ପରିଚାଳିତ। କିଛି ଦିନ ଧରି ଏହି ସମାଜର ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ବିଷୟକୁ ନେଇ ବିବାଦ ଦେଖାଦେଇଛି ଏବଂ ଏହି ବିବାଦ ଶେଷରେ ମନ୍ଦିରରେ ନବରାତ୍ରୀ ପୂଜା ଉପରେ ନିଷେଧାଦେଶର କାରଣ ପାଲଟିଛି। ସହର କୋଟୱାଲ ଗଙ୍ଗାରାମ ଖାୱା ମନ୍ଦିର କମିଟିର ଅଧ୍ୟକ୍ଷ ଲେଖରାଜ କ୍ଷତ୍ରୀଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ଏହି ମନ୍ଦିରକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଛି, ଯାହା ଯେକୌଣସି ସମୟରେ ତୀବ୍ର ରୂପ ନେଇପାରେ। ଏପରି ପରିସ୍ଥିତିରେ, ନବରାତ୍ରୀ ସମୟରେ ମନ୍ଦିରରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ନୁହେଁ ଏବଂ ଏହି ନିର୍ଦ୍ଦେଶକୁ ତୁରନ୍ତ ପାଳନ କରାଯିବା ଉଚିତ।

ହିଙ୍ଗଲାଜ  ମନ୍ଦିରରେ ନବରାତ୍ରୀ ପୂଜା ଉପରେ ପ୍ରତିବନ୍ଧକ ଲଗାଇବା ନେଇ ତରୁଣ ବିଜୟ ବର୍ତ୍ତମାନ ଗେହଲୋଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତରୁଣ ବିଜୟ କହିଛନ୍ତି ଯେ ବାଲୁଚିସ୍ତାନ ଏବଂ ପାକିସ୍ତାନ ସରକାର ଯାହା କରିପାରିବେ ନାହିଁ, ରାଜସ୍ଥାନର ଗେହଲୋଟ ସରକାର ଏହା କରିଛନ୍ତି। ହିନ୍ଦୁମାନଙ୍କ ପାଇଁ ଏକ କଳା ଦିନ ଭାବେ ବର୍ଣ୍ଣନା କରି ତରୁଣ ବିଜୟ ଲେଖିଛନ୍ତି ଯେ ବାୱେଜା ଏବଂ ଶାହାବାଜ ସରକାର ଯାହା କରିପାରିଲେ ନାହିଁ, ରାଜସ୍ଥାନର ଗେହଲୋଟ ସରକାର ଏହା କରିଛନ୍ତି। ଏହାକୁ ଦ୍ୟଢ଼ ବିରୋଧ କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବରରେ ଚାଇନା ସୀମାରେ ଭାରତୀୟ ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୧୧।୯: ଚାଇନା ସୀମାରେ ଭାରତ ଅକ୍ଟୋବରରେ ଶକ୍ତି ପ୍ରଦର୍ଶନ କରିବ। ଅରୁଣାଚଳପ୍ରଦେଶରେ ହେବାକୁଥିବା ଏହି ମିଳିତ ସମରାଭ୍ୟାସରେ ଭାରତୀୟ ସେନା ସହିତ ବାୟୁସେନା ସାମିଲ୍‌ ହେବ।...

ପୁଅ ପାଇଁ ପୋଲିସ ସାଜିଲେ ଚୋର!

ବେଙ୍ଗାଲୁରୁ,୨୫।୨: ନିକଟରେ କର୍ନାଟକ ପୋଲିସ ଚୋରି ଅପରାଧରେ ଜଣେ ପୂର୍ବତନ ପୋଲିସକୁ ଗିରଫ କରିଛି।ପୁଅ କର୍କଟ ରୋଗରେ ପୀଡିତ ହେବା ପରେ ତାଙ୍କ ଚିକତ୍ସା ପାଇଁ...

କଂଗ୍ରେସ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛି: ନଡ୍ଡା

ନୂଆଦିଲ୍ଲୀ,୨୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି ଲାଗି ରହିଛି ।...

ଆଇଏନ୍‌ଏକ୍ସ ମିଡିଆ ମାମଲା: ସିବିଆଇକୁ କେନ୍ଦ୍ରର ଅନୁମତି; ୪ ଅଧିକାରୀଙ୍କ ବିରୋଧରେ ତଦନ୍ତ ଚାଲିବ

ନୂଆଦିଲ୍ଲୀ,୨୯ା୯: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ନୀତି ଆୟୋଗର ପୂର୍ବତନ ସିଇଓଙ୍କ ସମେତ ୪ ବରିଷ୍ଠ ପୂର୍ବତନ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ଲାଗି ସିବିଆଇକୁ...

କୋକେଇ ବାବା ଲଢୁଛନ୍ତି ଉପନିର୍ବାଚନ: ୧୧ ଥର ପରାଜିତ, ମୋଦି-ରାଜନାଥଙ୍କ ସହିତ ବି ଲଢ଼ିଛନ୍ତି

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶରେ ନଭେମ୍ବର ୩ରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଥାନୀୟ ଦେଓରିଆ ସଦର ଆସନରୁ ରାଜନ ଯାଦବ ଓରଫ କୋକେଇ ବାବା...

ନିଯୁକ୍ତି ମାଗୁଛନ୍ତି ଆଶାୟୀ

ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟର୍‌ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍‌ ମୋଦି ଜବ୍‌ ଦୋ, ହାଶଟ୍ୟାଗ୍‌ ମୋଦି ରୋଜଗାର ଦୋ।...

ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ

ନୂଆଦିଲ୍ଲୀ,୧୫ା୨(ପି.ଟି.): ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲାଙ୍କୁ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ଅଟକ ରଖାଯାଇଥିବାରୁ ତାଙ୍କ ଭଉଣୀ ସାରା...

୩ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗିଦେଲେ ଜେଜେମା’ଙ୍କ ବୟଫ୍ରେଣ୍ଡ

ନୋଏଡ଼ା,୩।୧: ୩ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ନୋଏଡ଼ା ପୋଲିସ ସୋମବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ...

Advertisement
Archives

Model This Week