Posted inଜାତୀୟ

ପାକିସ୍ତାନରୁ ଆସିଥିବା ପ୍ରଦୀପ ଜ୍ୟୋତି ପୂଜା ଉପରେ ରୋକ ଲଗାଇଲେ ଗେହଲୋଟ ସରକାର …

ଜୟପୁର, ୨୫।୯ : ରାଜସ୍ଥାନର ସୀମାନ୍ତ ବାଡମେର ଜିଲାରେ ଅବସ୍ଥିତ ହିଙ୍ଗଲାଜ ମାତା ମନ୍ଦିରରେ ନବରାତ୍ରୀ ସମୟରେ ପୂଜାପାଠ ଉପରେ ଲାଗିଥିବା ନିଷେଧାଦେଶକୁ ନେଇ ବିବାଦ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରକାରଙ୍କୁ ଭାଜପା ନେତା ତରୁଣ ବିଜୟ ଘେରିବା ଆରମ୍ଭ କରିଛନ୍ତି। ତରୁଣ ବିଜୟ କହିଛନ୍ତି ଯେ ପାକିସ୍ତାନ ସରକାର ଯାହା କରି ପାରିଲେ ନାହିଁ, ରାଜସ୍ଥାନର ଗେହଲୋଟ ସରକାର ଏହା କରିଛନ୍ତି।

ସୂଚନାଯୋଗ୍ୟ ଯେ ପାକିସ୍ତାନ ସୀମାରେ ଥିବା ରାଜସ୍ଥାନର ବାରମର୍‌ ଜିଲାରେ ଅବସ୍ଥିତ ଏହି ମନ୍ଦିରରେ ପ୍ରଦୀପ ଜ୍ୟୋତି ପାକିସ୍ତାନର ବାଲୁଚିସ୍ତାନରେ ଅବସ୍ଥିତ ହିଙ୍ଗଲାଜ ଶକ୍ତିପୀଠର ପ୍ରଦୀପରୁ ପ୍ରଜ୍ୱଳିତ ହୋଇଛି। ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମୟରେ ଏହା ପାକିସ୍ତାନର ବାଲୁଚିସ୍ତାନରେ ଅବସ୍ଥିତ ହିଙ୍ଗଲାଜ ମନ୍ଦିରରୁ ବାଡମେରକୁ ସ୍ବତନ୍ତ୍ର ଭାବେ ଅଣାଯାଇଥିଲା।

ରାଜସ୍ଥାନର ବାରମର୍‌ ଜିଲାରେ ନବରାତ୍ରୀ ସମୟରେ ଏହି ମନ୍ଦିରରେ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟକ୍ରମକୁ ପୋଲିସ ପକ୍ଷରୁ ବାରଣ କରାଯାଇଛି। ମନ୍ଦିର କମିଟିର ଅଧ୍ୟକ୍ଷଙ୍କୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ସ୍ଥାନୀୟ ପୋଲିସ ପକ୍ଷରୁ ସେମାନଙ୍କୁ ଏକ ଲିଖିତ ନୋଟିସ ଜାରି କରି ତୁରନ୍ତ ଏହାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୋଟିସରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ନବରାତ୍ରୀ ସମୟରେ ଏହି ମନ୍ଦିରରେ କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ କରାଯିବ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହିଙ୍ଗଲାଜ ମାତା କ୍ଷତ୍ରୀ ସମାଜର ଦେବତା ଏବଂ ଏହି ମନ୍ଦିର କେବଳ କ୍ଷତ୍ରୀ ସମାଜ ଦ୍ୱାରା ପରିଚାଳିତ। କିଛି ଦିନ ଧରି ଏହି ସମାଜର ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ବିଷୟକୁ ନେଇ ବିବାଦ ଦେଖାଦେଇଛି ଏବଂ ଏହି ବିବାଦ ଶେଷରେ ମନ୍ଦିରରେ ନବରାତ୍ରୀ ପୂଜା ଉପରେ ନିଷେଧାଦେଶର କାରଣ ପାଲଟିଛି। ସହର କୋଟୱାଲ ଗଙ୍ଗାରାମ ଖାୱା ମନ୍ଦିର କମିଟିର ଅଧ୍ୟକ୍ଷ ଲେଖରାଜ କ୍ଷତ୍ରୀଙ୍କୁ ଦିଆଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ଏହି ମନ୍ଦିରକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଛି, ଯାହା ଯେକୌଣସି ସମୟରେ ତୀବ୍ର ରୂପ ନେଇପାରେ। ଏପରି ପରିସ୍ଥିତିରେ, ନବରାତ୍ରୀ ସମୟରେ ମନ୍ଦିରରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ ନୁହେଁ ଏବଂ ଏହି ନିର୍ଦ୍ଦେଶକୁ ତୁରନ୍ତ ପାଳନ କରାଯିବା ଉଚିତ।

ହିଙ୍ଗଲାଜ  ମନ୍ଦିରରେ ନବରାତ୍ରୀ ପୂଜା ଉପରେ ପ୍ରତିବନ୍ଧକ ଲଗାଇବା ନେଇ ତରୁଣ ବିଜୟ ବର୍ତ୍ତମାନ ଗେହଲୋଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତରୁଣ ବିଜୟ କହିଛନ୍ତି ଯେ ବାଲୁଚିସ୍ତାନ ଏବଂ ପାକିସ୍ତାନ ସରକାର ଯାହା କରିପାରିବେ ନାହିଁ, ରାଜସ୍ଥାନର ଗେହଲୋଟ ସରକାର ଏହା କରିଛନ୍ତି। ହିନ୍ଦୁମାନଙ୍କ ପାଇଁ ଏକ କଳା ଦିନ ଭାବେ ବର୍ଣ୍ଣନା କରି ତରୁଣ ବିଜୟ ଲେଖିଛନ୍ତି ଯେ ବାୱେଜା ଏବଂ ଶାହାବାଜ ସରକାର ଯାହା କରିପାରିଲେ ନାହିଁ, ରାଜସ୍ଥାନର ଗେହଲୋଟ ସରକାର ଏହା କରିଛନ୍ତି। ଏହାକୁ ଦ୍ୟଢ଼ ବିରୋଧ କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?