ବିଶ୍ୱ ସହ ଯୋଡ଼ିହେବେ ଗାଜା ବିଦ୍ୟାର୍ଥୀ

ଜେନେଭା, ୮।୯: ଗାଜା ଷ୍ଟ୍ରିପ୍‌ରେ ଥିବା ପାଲେଷ୍ଟିନୀୟ ଶିଶୁମାନେ ଏଣିକି ସାରା ବିଶ୍ୱ ସହ ଯୋଡ଼ି ହୋଇପାରିବେ। କାରଣ ସେମାନଙ୍କୁ ସହଯୋଗ କରିବାକୁ ଜାତିସଂଘ ଆଗେଇ ଆସିଛି। ଜାତିସଂଘ ପକ୍ଷରୁ ସେମାନଙ୍କୁ ଟାବ୍‌ଲେଟ ବଣ୍ଟନ କରାଯାଇଛି। ଗାଜା ଜନସଂଖ୍ୟା ୨.୩ ନିୟୁତ ହୋଇଥିବାବେଳେ ଏହାର ପ୍ରାୟ ଅଧା ହେଉଛନ୍ତି ଶିଶୁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍‌ଲାମିକ୍‌ ମୁଭ୍‌ଭେଣ୍ଟ ହମାସ୍‌ ଦ୍ୱାରା ଶାସିତ ଏହି ଉପକୂଳ ଭୂଖଣ୍ଡରେ ଆବଦ୍ଧ ହୋଇ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପାଲେଷ୍ଟିନୀୟଙ୍କ ପାଇଁ ଜାତିସଂଘ ସଂସ୍ଥା ୟୁଏନ୍‌ଆର୍‌ଡବ୍ଲ୍ୟୁଏ ପକ୍ଷରୁ ପରିଚାଳିତ ସ୍କୁଲଗୁଡ଼ିକରେ ଚଳିତ ସପ୍ତାହରେ ୮୯୦ ଛାତ୍ରୀଛାତ୍ରଙ୍କୁ ଟାବ୍‌ଲେଟ ବଣ୍ଟନ କରାଯାଇଛି। ଆଗକୁ ଟାବ୍‌ଲେଟ୍‌ ବଣ୍ଟନ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ।

ଫଳରେ ଏହି ଛାତ୍ରୀଛାତ୍ରମାନେ ଡିଜିଟାଲାଇଜ୍‌ଡ ଓ୍ବାଲର୍‌ଡ ସହ ନିଜକୁ ଯୋଡ଼ି ଜ୍ଞାନ ଆହରଣ କରିପାରିବେ ବୋଲି ସଂସ୍ଥାର ଗାଜା ଡାଇରେକ୍ଟର ଥୋମାସ୍‌ ହ୍ବାଇଟ୍‌ କହିଛନ୍ତି। ଇସ୍ରାଏଲ୍‌ ପକ୍ଷରୁ ଦୀର୍ଘ ୧୫ ବର୍ଷ ଧରି ଲଗାଯାଇଥିବା କଟକଣା ଯୋଗୁ ଗାଜାର ଅର୍ଥନୀତି ଦୁର୍ବଳ ହୋଇଛି। ଫଳରେ ଗାଜାର ୭୪% ସ୍ନାତକ ବେକାର ହୋଇଯାଇଛନ୍ତି।

ସେମାନଙ୍କ ହାତରେ ଟାବ୍‌ଲେଟ୍‌ ରହିଲେ ଆଗକୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇ ଅର୍ଥ ଉପାର୍ଜନ କରିପାରିବେ ବୋଲି ପାଲେଷ୍ଟିନୀୟ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଷ୍ଟାଟିଷ୍ଟିକ୍ସ ପକ୍ଷରୁ କୁହାଯାଇଛି। ତେବେ ଗାଜାରେ ବାରମ୍ବର ବିଦ୍ୟୁତ୍‌ କାଟ୍‌ ଓ ସୀମିତ ୨ଜି ଇଣ୍ଟରନେଟ ସେବା ଏବେ ମଧ୍ୟ ଚ୍ୟାଲେଞ୍ଜ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେପର୍‌ ଲିକ୍‌ ଘଟଣାରେ ମୋଦି ସରକାରଙ୍କ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ସମସ୍ତ ପେପର ଲିକ୍ ଘଟଣାରେ ମାମଲାର ଶୀଘ୍ର ସମାଧାନ ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବା ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ। ଆବଶ୍ୟକୀୟ…

ଆନ୍ଦୋଳନ ଭିତରେ ଆକ୍ସନ ମୋଡକୁ ଆସିଲେ ଧର୍ମେନ୍ଦ୍ର ପ୍ରଧାନ: ନେଲେ ଏହି ପଦକ୍ଷେପ, ଓଡ଼ିଶାର ସାଂସଦଙ୍କ ସହିତ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, କାହାକୁ ବି ମିଳିନି ଦଣ୍ଡ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri