Posted inଫୁରସତ

ଗର୍ଭବତୀ ହେଲେ ସମଲିଙ୍ଗୀ

ନୂଆଦିଲ୍ଲୀ: ନିକଟରେ ଏକ ସମଲିଙ୍ଗୀ ଦମ୍ପତି ତାଙ୍କ ପ୍ରେଗ୍ନାନ୍ସିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏନେଇ ଦମ୍ପତି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି। ସେଥିରେ ଦୁହେଁ ସୋନୋଗ୍ରାଫିର ଫଟୋ ଦେଖାଇ ପୋଜ୍‌ ଦେଇଛନ୍ତି। ଅମିତ୍‌ ଶାହା ଏବଂ ଆଦିତ୍ୟ ମଦିରାଜୁ ଆମେରିକାର ଏକ ମନ୍ଦିରରେ ହିନ୍ଦୁ ରୀତିନୀତିରେ ୨୦୧୮ରେ ବିବାହ କରି ଚର୍ଚ୍ଚାକୁ ଆସିଥିଲେ। ଏହି ଦମ୍ପତି ଏକ ଭିଡିଓ ମାଧ୍ୟମରେ ଜଣାଇଛନ୍ତି, ସେମାନେ ଜଣେ ସାଙ୍ଗର ଜନ୍ମଦିନ ପାର୍ଟିରେ ଦେଖାହୋଇଥିଲେ। ସେବେଠାରୁ ଦୁହେଁ ଦୁହିଁଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ହେଲେ ସେମାନଙ୍କ ଘରେ ତାଙ୍କ ଲିଙ୍ଗ ବାବଦରେ ଜଣା ନ ଥିଲା। ପ୍ରଥମେ ସେମାନଙ୍କ ପରିବାର ସହ ପରସ୍ପରଙ୍କୁ ସାଙ୍ଗ କହି ଦେଖା କରାଇଥିଲେ। ପରେ ଘର ଲୋକଙ୍କୁ ସେମାନଙ୍କ ଲିଙ୍ଗ ବାବଦରେ ଜଣାଇ ଦୁହେଁ ଦୁହଁିଙ୍କୁ ପସନ୍ଦ କରୁଥିବା ମଧ୍ୟ କହିଥିଲେ। ଅମିତ ତାଙ୍କ ମା’ଙ୍କୁ ଏହା କହିବା ପରେ ତାଙ୍କୁ ଝଟ୍‌କା ଲାଗିଥିଲା, ହେଲେ ପରେ ସେ ଏଥିପାଇଁ ଅନୁମତି ଦେଇଥିଲେ। ଆଦିତ୍ୟଙ୍କ ବାପା ଏକଥା ଜାଣିବା ପରେ ସେମାନଙ୍କୁ ବିରୋଧ ନ କରି ତାଙ୍କ ସହିତ ଠିଆ ହୋଇଥିଲେ। ପରେ ପରିବାରର ଉପସ୍ଥିତିରେ ଦୁହଁିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସେମାନେ ବିବାହ କରି ଲୋକଙ୍କ ହୀନ ମାନସିକତା ଦୂର କରିବାକୁ ପ୍ରୟାସ କରିଥିବା କହିଛନ୍ତି। ତେବେ ସେମାନଙ୍କ ୨ ବର୍ଷର ସ୍ବପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତା ମେ’ ବେଳକୁ ସେମାନଙ୍କ ସନ୍ତାନ ଜନ୍ମ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri