Posted inଖେଳ

ମହାନ କ୍ରିକେଟରଙ୍କ ଭବିଷ୍ୟବାଣୀ: ୪-୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବ ବିରାଟବାହିନୀ

ନୂଆଦିଲ୍ଲୀ,୪।୬: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିବ। ଦଳ ଏହି ସିରିଜକୁ ୪-୦ରେ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ମହାନ କ୍ରିକେଟର ସୁନୀଲ ଗାଭାସ୍କର।

ଗାଭାସ୍କର କହିଛନ୍ତି, ଇଂଲଣ୍ଡରେ ଅଗଷ୍ଟେ ଏବଂ ସେପ୍ଟେମ୍ବର ମାସରେ ଭାରତ ଭଳି ଗରମ ଅନୁଭୂତ ହେବ। ଏହାର ଫାଇଦା ଅତିଥି ଟିମ୍‌କୁ ମିଳିବ। ଭାରତ ଏହି ସିରିଜ୍‌କୁ ୪-୦ରେ ଜିତିବ। ଚଳିତ ବର୍ଷ ଆରମ୍ଭରେ ଭାରତୀୟ ପିଚ୍‌ରେ ଖେଳି ଇଂଲଣ୍ଡର ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଣୁ ସେମାନେ ପଡ଼ିଆରେ ଘାସ ରଖିପାରନ୍ତି। ହେଲେ ତାହା ଚିନ୍ତାର ବିଷୟ ନୁହେଁ। ଭାରତ ପାଖରେ ଆକ୍ରମଣାତ୍ମକ ବୋଲର୍‌ ରହିଛନ୍ତି। ସେମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ଅଡୁଆରେ ପକାଇବେ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉ କି, ଭାରତୀୟ ଟିମ୍‌ ଗୁରୁବାର ୟୁକେରେ ପହଞ୍ଚିଛି। ସେଠାରେ ପହଞ୍ଚିବା ପରେ ଖେଳାଳିମାନେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏହି ଗସ୍ତକାଳରେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଖେଳିବ। ଏହାପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଶ୍ୱିନଙ୍କଠାରୁ ଲିୟନ ଭଲ ଅଫ୍‌ ସ୍ପିନର: ବ୍ରାଡ ହଗ୍‌

ନୂଆଦିଲ୍ଲୀ,୧୧।୪ (ପି.ଟି.): ରବିଚନ୍ଦ୍ରନ ଅଶ୍ୱିନ ଜଣେ ଉଚ୍ଚକୋଟୀର ଅଫ୍‌ ସ୍ପିନର ଓ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ। ତେବେ ଅଶ୍ୱିନଙ୍କଠାରୁ ନିଜର ଦେଶର ନାଥନ ଲିୟନ ଅପେକ୍ଷାକୃତ...

ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ

ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ...

ମିଥାଲି ଗୁଜରାଟ ଜାଏଣ୍ଟ୍ସ ମେଣ୍ଟର

ଅହମଦାବାଦ, ୨୯ା୧: ଭାରତର ପୂର୍ବତନ ଅଧିନାୟିକା ମିଥାଲି ରାଜ୍‌ ଓମ୍ସେନ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଗୁଜରାଟ ଜାଏଣ୍ଟ୍ସର ମେଣ୍ଟର ଭାବେ ନିଯୁକ୍ତି ପାଇଛନ୍ତି। ଡବ୍ଲ୍ୟୁପିଏଲ୍‌ର ଉଦ୍‌ଘାଟନୀ...

ଫିଜି ପୁଣି ଜିତିଲା ରଗ୍‌ବୀ ଟାଇଟଲ

ଟୋକିଓ, ୨୯ା୭ (ଏପି)-ଅଲିମ୍ପିକ୍ସରେ ଫିଜି ପୁଣି ଥରେ ରଗ୍‌ବୀ ସେଭେନ୍ସ ଟାଇଟଲ ହାସଲ କରିଛି। ବୁଧବାର ଜେରି ତୁଓ୍ବାଇଙ୍କ ନେତୃତ୍ୱାଧୀନ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ...

୨୦୧୪ଠାରୁ ଭାରତ ଜିତି ନାହିଁ ବଡ଼ ଟ୍ରଫି

ମାଞ୍ଚେଷ୍ଟର,୧୧ା୭(ପିଟି)- ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି...

ରୋହିତ ଶର୍ମାଙ୍କ ଦମଦାର୍‌ ଶତକ, ଭାରତର ସ୍ଥିତି ମଜଭୁତ

ବିଶାଖାପାଟନା,୨।୧୦: ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରୁଥିବା ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର୍‌ ବ୍ୟାଟିଂ କରିଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ରୋହିତ...

ତେନ୍ଦୁଲକରଙ୍କ ପରାମର୍ଶ ଚାହାଁନ୍ତି ପାକିସ୍ତାନ ଓପନର

ଲାହୋର, ୨୨ା୪ (ପି.ଟି.)-ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକରଙ୍କଠାରୁ ପରାମର୍ଶ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପାକିସ୍ତାନ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଓପନର ଆବିଦ୍‌ ଅଲି।...

ପ୍ରଥମ ଟି୨୦ରେ ପାକିସ୍ତାନ ବିଜୟୀ

ଲାହୋର, ୨୪।୧- ଭ୍ରମଣକାରୀ ବାଂଲାଦେଶ ବିପକ୍ଷରେ ଶୁକ୍ରବାର ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ପାକିସ୍ତାନ ୫ ଉଇକେଟ୍‌ରେ ଜିତିନେଇଛି। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୪୨...

Advertisement
Archives

Model This Week