Posted inଖେଳ

ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୦।୧: ଆଜିକାଲି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ସିରିଜ ଖେଳୁଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଦଳ ୧୨ ରନ୍‌ରେ ଜିତିଥିଲା। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ଭ୍ରମଣକାରୀ ଦଳକୁ ୩୫୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ୪୯.୨ ଓଭରରେ ୩୩୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଏକଦା ବିପକ୍ଷ ଦଳ ୧୩୧ ରନ୍‌ରେ ୬ ଉଇକେଟ ହରାଇଥିଲା। ଏହା ପରେ କିୱି ବ୍ୟାଟ୍ସମ୍ୟାନ ମାଇକେଲ ବ୍ରେସୱେଲ ଏବଂ ମିଚେଲ ସାଣ୍ଟନର୍‌ ଚମତ୍କାର ଇନିଂସ ଖେଳି ଦଳକୁ ବିଜୟର ନିକଟତର କରିଥିଲେ। ନ୍ୟୁଜିଲାଣ୍ଡର ବ୍ୟାଟିଂ ଦେଖି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଭାରତୀୟ ବୋଲିଂ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗାଭାସ୍କର କହିଛନ୍ତି, ଟାର୍ଗେଟକୁ ଡିଫେଣ୍ଡ୍‌ କରିବା ଭାରତୀୟ ଦଳ ପାଇଁ ସବୁବେଳେ ସମସ୍ୟା ହୋଇଆସୁଛି। କିନ୍ତୁ ରନ ଚେଜ ଦୃଷ୍ଟିରୁ ଭାରତୀୟ ଦଳ ବହୁତ ଭଲ। ଏହା ମଧ୍ୟ ଟି-୨୦ରେ ଦେଖାଯାଇଛି ଦଳ ୧୯୦-୨୦୦ ରନ୍‌ କରୁଛି, କିନ୍ତୁ ଏହାକୁ ଡିଫେଣ୍ଡ୍‌ କରିବାରେ ବିଫଳ ହେଉଛି। ଏଥିରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ଦଳର ବୋଲିଂରେ ଦଳର ଅନେକ ଉନ୍ନତି ଆବଶ୍ୟକ। ତେଣୁ ବିଶ୍ୱକପ୍‌ ପୂର୍ବରୁ ଦଳକୁ ଏସବୁ ସୁଧାରିବାକୁ ପଡ଼ିବ, ନେଚେତ୍‌ ଏହା ଦଳ ପାଇଁ ମହଙ୍ଗା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri