Posted inଖେଳ

ଲଗାତାର ୮ ବର୍ଷ ଧରି ବିଫଳ, ଏବେ କୋହଲିଙ୍କୁ ଆର୍‌ସିବି ଅଧିନାୟକ ପଦ ଛାଡ଼ି ଦେବା ଉଚିତ୍‌: ଗମ୍ଭୀର

ଆବୁଧାବି,୭।୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚ୍‌ ପାଇଁ ଯୋଗ୍ୟତା ହାସଲ କରିଥିଲା। ହେଲେ ଶୁକ୍ରବାର ଖରାପ ବ୍ୟାଟିଂ ଯୋଗୁ ବିରାଟ କୋହଲିଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ ନେଇଛି। ତେବେ ୨୦୧୩ ମସିହାରୁ କୋହଲି ଆର୍‌ସିବିର ଅଧିନାୟକ ପଦ ତୁଲାଉଥିବା ବେଳେ ଟାଇଟଲ ଜିତିବାରେ ବିଫଳ ହେବାକୁ ସମାଲୋଚନା କରିଛନ୍ତି ଗୌତମ ଗମ୍ଭୀର।

ଏହି ପୂର୍ବତନ ଭାରତୀୟ ଓପନର କହିଛନ୍ତି, ରୋହିତ ଶର୍ମା ଏବଂ ଏମ୍‌ଏସ୍‌ ଧୋନୀଙ୍କୁ ଦେଖାଯାଉ। ସେମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ସହ ବର୍ଷ ବର୍ଷ ଧରି ଜଡ଼ିତ ରହିଥିଲେ ହେଁ ସଫଳ ହୋଇଛନ୍ତି। ହେଲେ ବିରାଟଙ୍କ ପାଇଁ ଭିନ୍ନ ନିୟମ ରହିବା ଉଚିତ ନୁହେଁ। ୮ ବର୍ଷ ବହୁତ ଲମ୍ବା ସମୟ। ରବିଚନ୍ଦ୍ରନ ଅଶ୍ୱିନଙ୍କ କଥା ଭାବନ୍ତୁ। କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ଅଧିନାୟକ ହୋଇ ଦୁଇ ବର୍ଷ ମଧ୍ୟରେ ସେ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଧୋନୀ ୩ଟି ଏବଂ ରୋହିତ ୪ଟି ଆଇପିଏଲ୍‌ ଟାଇଟଲ ଟିମ୍‌ ନାମରେ କରିଛନ୍ତି। ସେଥିପାଇଁ ସେମାନେ ଏତେ ଦିନ ପର୍ଯ୍ୟନ୍ତ ଅଧିନାୟକ ଅଛନ୍ତି। ହେଲେ ଯଦି ରୋହିତ ୮ ବର୍ଷରେ ପ୍ରଦର୍ଶନ କରିପାରି ନ ଥାନ୍ତେ ତେବେ ତାଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯାଇଥାନ୍ତା ବୋଲି ମୁଁ ବିଶ୍ୱାସ କରେ। କାରଣ ଭିନ୍ନ ଲୋକଙ୍କ ପାଇଁ ଅଲଗା ନିୟମ ନାହିଁ।

ଗୌତମ ଆହୁରି ମଧ୍ୟ କହିଛନ୍ତି, ମୁଁ ବିରାଟଙ୍କ ବିପକ୍ଷରେ ନୁହେଁ, ହେଲେ ଏଭଳି ସମୟରେ ତାଙ୍କୁ ହାତ ଉଠାଇବାକୁ ପଡ଼ିବ ଏବଂ ସେ ଦାୟୀ ବୋଲି କହିବାକୁ ହେବ। ଯେହେତୁ କୋହଲି ଟାଇଟଲ ଜିତିବାରେ ବିଫଳ ହେଉଛନ୍ତି ଆର୍‌ସିବିକୁ ଅନ୍ୟ ଅଧିନାୟକ ଖୋଜିବାର ଆବଶ୍ୟକତା ରହିଛି।

ତେବେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ଆର୍‌ସିବି। ହେଲେ ଦଳ ୨୦ ଓଭରରେ ମାତ୍ର ୧୩୧ ରନ୍‌ କରିଥିଲା। ଏହି ବିଜୟ ଲକ୍ଷ୍ୟକୁ ସନରାଇଜର୍ସ ହାଇଦ୍ରାବାଦ ୧୯.୪ ଓଭରରେ ହାସଲ କରି ନେଇଥିଲା। ଚଳିତ ଆଇପିଏଲ୍‌ରେ ଏହାକୁ ମିଶାଇ କ୍ରମାଗତ ଭାବେ ୫ମ ପରାଜୟ ବରଣ କରିଥିବା ଆର୍‌ସିବି ଫାଇନାଲ ଖେଳିବାରୁ ବଞ୍ଚିତ ହେବା ସହ ଏଲିମିନେଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଲେ ଫଓ୍ବାଦ ଆଲମ

କରାଚୀ, ୭।୧୨- ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ଟେଷ୍ଟ ସିରିଜ୍‌ ଖେଳାଯିବାକୁ ଯାଉଛି। ଆସନ୍ତା ୧୧ ତାରିଖରେ ରାଓ୍ବଲପିଣ୍ଡଠାରେ ପାକିସ୍ତାନ ଓ...

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଭାଇରସ୍‌ ଇମର୍ଜେନ୍ସି ବଢ଼ିବ

ଟୋକିଓ,୧୫।୫ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଜାପାନ ସରକାର ତାଙ୍କର ଆଭିମୁଖ୍ୟ ପୁଣି ସ୍ପଷ୍ଟ କରିଛନ୍ତି। ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ମାତ୍ର...

ବିନା ଭ୍ୟାକ୍ସିନରେ ଆମେରିକାର ୧୦୦ ଆଥ୍‌ଲେଟ

ଟୋକିଓ, ୨୪।୭(ଏପି): ଅଲିମ୍ପିକ୍ସରେ ଭାଗ ନେବାଲାଗି ଟୋକିଓ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ୬୧୩ ଆଥ୍‌ଲେଟଙ୍କ ମଧ୍ୟରୁ ପ୍ରାୟ ୧୦୦ଜଣ କରୋନା ଭ୍ୟାକ୍ସିନ ନେଇ ନାହାନ୍ତି। ଶୁକ୍ରବାର...

ଆଇଏସ୍‌ଏଲ୍‌: ମୁମ୍ବାଇ-ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ଗୁଆହାଟୀ, ୨୮।୧୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ମୁମ୍ବାଇ ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଡ୍ର’ରେ ସମାପ୍ତ...

ପୃଥ୍ବୀଙ୍କୁ ସେହ୍ବାଗଙ୍କ ସହ ତୁଳନା କଲେ ଜାଫର

ମମ୍ବାଇ, ୯।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର୍‌ ତଥା ବର୍ତ୍ତମାନ ଉତ୍ତରାଖଣ୍ଡ କ୍ରିକେଟ୍‌ ଦଳର କୋଚ୍‌ ରହିଥିବା ଓ୍ବାସିମ ଜାଫର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ...

୭ ଓ୍ବିକେଟରେ ଜିତିଲା ଏଲଏସଜି…

ହାଇଦ୍ରାବାଦ,୧୩।୫ : ଆଇପିଏଲ ୨୦୨୩ର ୫୮ ତମ ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦ(ଏସଆରଏଚ) ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ୭ ଓ୍ବିକେଟରେ ଜିତିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା...

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ୨୪ରୁ

ଭୁବନେଶ୍ୱର, ୨୨ା୧ (ସ୍ପୋର୍ଟ୍ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ୭ମ ଅଲ୍‌ ଓଡ଼ିଶା ଓପନ ଟେନିସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୨୪ରୁ ୨୬ ତାରିଖ...

ଚୌକା-ଛକା ବର୍ଷା କଲେ ଧୋନୀ

ଚେନ୍ନାଇ,୫।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୬ତମ ସିଜନ ଅର୍ଥାତ୍‌ ଆଇପିଏଲ ୨୦୨୩ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ଏଥିରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ...

Advertisement
Archives

Model This Week