Posted inUncategorized

ଅଡୁଆରେ ଗମ୍ଭୀର, ବଡ଼ ଧରଣର ଠକେଇ ନେଇ କୋର୍ଟ ଦେଲେ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୧୦: ଭାରତୀୟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଅଡ଼ୁଆ ଥମିବାର ନାଁ ନେଉନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ହାରିବା ପରେ ସେ ବର୍ତ୍ତମାନ ତୃତୀୟ ଟେଷ୍ଟ ପାଇଁ ମୁମ୍ବାଇରେ ଅଛନ୍ତି। ଏସବୁ ମଧ୍ୟରେ ସେ ବଡ଼ ଅଡ଼ୁଆରେ ଫସିଛନ୍ତି। ଫ୍ଲାଟ୍‌ କ୍ରେତାଙ୍କୁ ଠକିଥିବା ନେଇ ପୂର୍ବରୁ ହୋଇଥିବା ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ହେଲେ ଅକ୍ଟୋବର ୨୯ରେ ଦିଲ୍ଲୀ କୋର୍ଟ ଏହି ନିର୍ଦ୍ଦେଶକୁ ଖାରଜ କରିଛନ୍ତି। କେବଳ ଏତିକି ନୁହେଁ ଏହି ମାମଲାରେ ତାଙ୍କ ଭୂମିକା ନେଇ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପିଟିଆଇ ରିପୋର୍ଟ ମୁତାବକ, ଫ୍ଲାଟ୍‌ କ୍ରେତାମାନେ ରିଏଲ ଇଷ୍ଟେଟ ସଂସ୍ଥା ରୁଦ୍ର ବିଲ୍ଡୱେଲ ରିଆଲିଟି ପ୍ରାଇଭେଟ୍‌ ଲିମିଟେଡ୍‌, ଏଚ୍‌ ଆର୍‌ ଇନଫ୍ରାସିଟି ପ୍ରାଇଭେଟ୍‌ ଲିମିଟେଡ୍‌, ୟୁଏମ୍‌ ଆର୍କିଟେକ୍ଚର ଆଣ୍ଡ କଣ୍ଟ୍ରାକ୍ଟର ଲିମିଟେଡ୍‌ ଏବଂ ଗୌତମ ଗମ୍ଭୀରଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଥିଲେ। ଏହି ସମସ୍ତ କମ୍ପାନୀର ମିଳିତ କାର୍ଯ୍ୟରେ ଗମ୍ଭୀର ନିର୍ଦ୍ଦେଶକ ଏବଂ ବ୍ରାଣ୍ଡ ଆମ୍ବାସାଡର ଥିଲେ। ସ୍ବତନ୍ତ୍ର ବିଚାରପତି ବିଶାଲ ଗୋଗାନେ ଏହି ମାମଲାର ଶୁଣାଣି କରି ଜାଣିବାକୁ ପାଇଲେ ଯେ ଗମ୍ଭୀର କେବଳ ଜଣେ ଅଭିଯୁକ୍ତ ଯିଏକି ବ୍ରାଣ୍ଡ ଆମ୍ବାସାଡର ଭାବେ ନିବେଶକଙ୍କ ସହିତ ସିଧାସଳଖ ଯୋଗାଯୋଗ କରିଥିଲେ ।

ଏହା ବ୍ୟତୀତ ଚାର୍ଜସିଟରେ ଜାଲିଆତି ରାଶିର କିଛିି ଅଂଶ ଗମ୍ଭୀରଙ୍କ ହାତକୁ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିଲା। ଏହା ସତ୍ତ୍ୱେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହି କାରଣରୁ ସେମାନେ ନିମ୍ନ ଅଦାଲତର ପୂର୍ବ ନିଷ୍ପତ୍ତିକୁ ଖାରଜ କରି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକଙ୍କୁ ପୁଣି ଅଭିଯୁକ୍ତ କରିଥିଲେ। ସେ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିମ୍ନ ଅଦାଲତର ନିଷ୍ପତ୍ତିରେ ରୁଦ୍ର ବିଲଡୱେଲ ରିଅଲିଟି ପ୍ରାଇଭେଟ ଲିମିଟେଡକୁ ୬ କୋଟି ଟଙ୍କା ପ୍ରଦାନ କରିବା ଏବଂ କମ୍ପାନୀରୁ ୪.୮୫ କୋଟି ଟଙ୍କା ପାଇବା ବିଷୟରେ ଉଲ୍ଲେଖ କରାଯାଇ ନାହିଁ।

କୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ବ୍ରାଣ୍ଡ ଆମ୍ବାସାଡର ଭାବରେ ତାଙ୍କ ଭୂମିକା ବ୍ୟତୀତ ଗମ୍ଭୀରଙ୍କ କମ୍ପାନୀ ସହିତ ଆର୍ଥିକ କାରବାର ହୋଇଛି। କୋର୍ଟଙ୍କ ଅନୁଯାୟୀ, ଗମ୍ଭୀର ୨୯ ଜୁନ ୨୦୧୧ ରୁ ୧ ଅକ୍ଟୋବର ୨୦୧୩ ପର୍ଯ୍ୟନ୍ତ ଅତିରିକ୍ତ ନିର୍ଦ୍ଦେଶକ ଥିଲେ। ଅର୍ଥାତ ଯେତେବେଳେ ସେ ଜଣେ ଅଧିକାରୀ ଭାବରେ କମ୍ପାନୀ ସହ ଜଡିତ ଥିଲେ, ସେତେବେଳେ ଏହି ଘଟଣା ଘଟିଥିଲା। ଏହା ବ୍ୟତୀତ ୧ ଅକ୍ଟୋବର ୨୦୧୩ ରେ ପଦରୁ ଇସ୍ତଫା ଦେବା ପରେ ମଧ୍ୟ କିଛି ନେଣଦେଣ ହୋଇଥିଲା। ତେଣୁ ଏହାର ଅନୁସନ୍ଧାନ କରିବା ଆବଶ୍ୟକ।

ବର୍ତ୍ତମାନ ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଗମ୍ଭୀର ଟାର୍ଗେଟରେ ଅଛନ୍ତି। ଏହି ସମୟରେ ଏକ ସମ୍ବେଦନଶୀଳ ଦାବି ସାମ୍ନାକୁ ଆସିଛି। ଏକ ନ୍ୟୁଜ ଚ୍ୟାନେଲ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨ ତାରିଖରୁ ମୁମ୍ବାଇରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ଦଳରେ ନିଷ୍ପତ୍ତି ନେବା ଏବଂ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଉଭୟଙ୍କ ଚିନ୍ତାଧାରା ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, କେତେକ ସମୟରେ ଉଭୟଙ୍କ ମଧ୍ୟରେ ବଡ଼ କଥା କଟାକଟି ହୋଇଛି ବୋଲି ମଧ୍ୟ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri