Posted inଜାତୀୟ

ଦିନକୁ ଆୟ କରୁଛନ୍ତି ହଜାରେ କୋଟି

ନୂଆଦିଲ୍ଲୀ,୩୦।୯: ଶିଳ୍ପପତୀ ଗୌତମ ଆଦାନି ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ବର୍ଷ ଅପେକ୍ଷା ତାଙ୍କ ସମ୍ପତ୍ତି ୪ ଗୁଣା ବୃଦ୍ଧି ପାଇଛି। ୨୦୨୦ରେ ତାଙ୍କ ପାଖରେ ୧,୪୦,୨୦୦ କୋଟି ଟଙ୍କା ସମ୍ପତ୍ତି ଥିଲା। ଏବେ ତାଙ୍କ ସମ୍ପତ୍ତି ୫,୦୫,୯୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗୁରୁବାର ପ୍ରକାଶ ପାଇଥିବା ଆଇଆଇଏଫ୍‌ଏଲ୍‌ ଓ୍ବେଲଥ ହୁରୁନ ଇଣ୍ଡିଆ ଧନୀ ୨୦୨୧ର ତାଲିକାରେ ଏହା ଦର୍ଶାଇଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀ (୬୪) ୭.୧୮ ଲକ୍ଷ କୋଟି ସମ୍ପତ୍ତି ସହ ଆଗରେ ଅଛନ୍ତି। ଏଥିସହ କ୍ରମାଗତ ୧୦ମ ବର୍ଷ ପାଇଁ ସେ ଦେଶର ସବୁଠୁ ଧନୀ ମାନ୍ୟତା ପାଇଛନ୍ତି। ୫୯ ବର୍ଷୀୟ ଆଦାନି ଦିନକୁ ୧,୦୦୨ କୋଟି ଟଙ୍କା ଆୟ କରି ଚାଇନାର ପାଣି ବୋତଲ ନିର୍ମାତା ଝୋଙ୍ଗ ଶାନଶାନଙ୍କୁ ପଛରେ ପକାଇ ଦେଇଛନ୍ତି।

ଦେଶରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ଗୌତମ ଆଦାନିଙ୍କ ପଛକୁ ତୃତୀୟରେ ଶିବ ନାଦାର, ୪ର୍ଥରେ ଏସପି ହିନ୍ଦୁଜା ପରିବାର, ୫ମରେ ଲକ୍ଷ୍ମୀ ନାରାୟଣ ମିତ୍ତଲ, ୬ଷ୍ଠରେ ସାଇରସ ପୁନାଓ୍ବାଲା, ୭ମରେ ରାଧାକିଶନ ଦମାନୀ, ୮ରେ ବିନୋଦ ଶାନ୍ତିଲାଲ ଅଦାନୀ, ୯ରେ କୁମାର ମଙ୍ଗଳମ ବିର୍ଲା ଏବଂ ୧୦ମ ସ୍ଥାନରେ ଜୟ ଚୌଧୁରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌-୧୫ ପରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଜାରି ନେଇ ଚର୍ଚ୍ଚା: ମିଥ୍ୟା ବୋଲି ସୂଚନା ଦେଲା ପିଆଇବି

ନୂଆଦିଲ୍ଲୀ, ୧୧।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏପରିସ୍ଥଳେ କେତେକ ଗୁଜବ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଉଛି। ସେଭଳି ଏକ...

ମନ୍ତ୍ରୀଙ୍କ ପାଇଁ ଅଢ଼ୁଆରେ ନୂଆ ମୁଖ୍ୟମନ୍ତ୍ରୀ ବୋମାଇ

ବାଙ୍ଗାଲୁରୁ,୧୨।୮ : କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରଜ ବୋମାଇଙ୍କ ନେତୃତ୍ୱରେ ଖୁସି ନାହାନ୍ତି ମନ୍ତ୍ରୀ। ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ ଇଚ୍ଛା ମୁତାବକ ବିଭାଗ ନ ମିଳିବାରୁ ଇସ୍ତଫା...

ବର୍ଷକୁ ୨ ହଜାର ଜୀବନ ନେଉଛି ବର୍ଷା

ନୂଆଦିଲ୍ଲୀ,୧ା୮ :୨୦୧୬ରୁ ବର୍ଷାଜନିତ ବିପର୍ଯ୍ୟୟ ବର୍ଷକୁ ୨ ହଜାର ଭାରତୀୟଙ୍କ ଜୀବନ ନେଉଛି। ମୃତକମାନଙ୍କ ମଧ୍ୟରୁ ୫୧% ହେଉଛନ୍ତି ବିହାର, କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ...

ପ୍ରତି ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ: ମହିଳାଙ୍କ ମୃତ୍ୟୁ ହାର ଅଧିକ

ନୂଆଦିଲ୍ଲୀ, ୨୫।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଦେଶରେ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ...

ମୁଁ ବନ୍ଦ କୋଠରୀରେ ରାଜନୀତି କରେ ନାହିଁ: ଶାହା

ମୁମ୍ବାଇ,୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରକୁ ତିନି ଚକିଆ ଅଟୋରିକ୍ସା ବୋଲି କହିଛନ୍ତି । ଏହାସହ ସବୁକ୍ଷେତ୍ରରେ...

‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିଲେ ଏହି ୟୁଟ୍ୟୁବର୍‌, ଏବେ ହେଉଛନ୍ତି ବଦ୍‌ନାମ: ଜାଣନ୍ତୁ କାହିଁକି

ଦକ୍ଷିଣ ଦିଲ୍ଲୀର ମାଲଭୀୟ ନଗର ସ୍ଥିତ ‘ବାବା କା ଢାବା’ ନିକଟରେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ଲୋକେ ଏହି ଢାବାକୁ ଚଳାଉଥିବା ୮୦...

ମାଲ୍ୟା, ନୀରବ, ଚୋକ୍‌ସିଙ୍କଠାରୁ ୧୮,୦୦୦ କୋଟି ବ୍ୟାଙ୍କକୁ ଫେରିଛି

ନୂଆଦିଲ୍ଲୀ,୨୪।୨: ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କଠାରୁ ବ୍ୟାଙ୍କକୁ ୧୮,୦୦୦ କୋଟି ଟଙ୍କା ଫେରିଥିବା କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।...

ଲାଲଜୀ ଟଣ୍ଡନଙ୍କ ପରଲୋକ

ଭୋପାଳ, ୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ମଙ୍ଗଳବାର ଭୋର୍‌ ୫ଟା ୩୫ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲେ। ସେ ଜୁନ...

Advertisement
Archives

Model This Week