ଅଲଗା ହେବେ ଗୌରବ ଖାନ୍ନା-ଆକାଂକ୍ଷା ଚମୋଲା, ସାମ୍ନାକୁ ଆସିଲା ଛାଡ଼ପତ୍ରର ଅସଲ କାରଣ!

ମୁମ୍ବାଇ: ଅଲଗା ହେବେ ଟେଲିଭିଜନ ଦୁନିଆର ଆଉ ଏକ ପ୍ରିୟ ଦମ୍ପତି। ଅଭିନେତ୍ରୀ ଆକାଂକ୍ଷା ଚମୋଲା ଏବଂ ଅଭିନେତା ତଥା ବିଗ୍‌ବସ୍‌ ବିଜେତା ଗୌରବ ଖାନ୍ନାଙ୍କ ସମ୍ପର୍କରେ ଆସିଛି ଫାଟ। ଦୁହେଁ ନିଜ ବୈବାହିକ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଗତ ପ୍ରାୟ ଏକ ବର୍ଷ ହେବ ସେମାନେ ପରସ୍ପରଠାରୁ ଅଲଗା ରହୁଥିବା ନେଇ ନିଜେ ଆକାଂକ୍ଷା ଖୁଲାସା କରିଛନ୍ତି। ରିଆଲିଟି ଶୋ’ ‘ଲକ୍‌ଅପ୍‌ ସିଜନ୍‌ ୨’ରେ ପ୍ରବେଶ କରିବା ମାତ୍ରେ ଆକାଂକ୍ଷା ଏହି ବଡ଼ ସୂଚନା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ଶୋ’ରେ ଆକାଂକ୍ଷା ପ୍ରକାଶ କରିଛନ୍ତି ଯେ, ସେ ଏବଂ ଗୌରବ ଛାଡ଼ପତ୍ର ନେବାକୁ ଯାଉଛନ୍ତି। ଏହି କଥାକୁ ସେମାନେ ପ୍ରଶଂସକମାନଙ୍କଠାରୁ ଲୁଚାଇ ରଖିଥିଲେ। ଗତ ଏକ ବର୍ଷ ଧରି କେବଳ ସାଙ୍ଗରେ ରହିବାର ଅଭିନୟ କରୁଥିଲେ। ଆକାଂକ୍ଷାଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ଦୁହିଁଙ୍କ ଅଲଗା ହେବାର କାରଣ ଖୋଜାଯାଉଥିବା ବେଳେ, ଗୌରବଙ୍କର ଏକ ପୁରୁଣା ବୟାନ ଏବେ ଭାଇରାଲ ହେବାରେ ଲାଗିଛି। ଏହି ବୟାନକୁ ହିଁ ଦୁହିଁଙ୍କ ଛାଡ଼ପତ୍ରର ଅସଲ କାରଣ ବୋଲି କୁହାଯାଉଛି।

ଅଭିନେତ୍ରୀ ଆକାଂକ୍ଷା ଚମୋଲା ପୂର୍ବରୁ ହିଁ ସ୍ପଷ୍ଟ କରିସାରିଥିଲେ ଯେ ସେ ମା’ ହେବାକୁ ଚାହାନ୍ତି ନାହିଁ। କିନ୍ତୁ ଅନ୍ୟପଟେ ଗୌରବ ଖାନ୍ନା ନିଜ ବୈବାହିକ ଜୀବନ ଓ ପିଲାମାନଙ୍କୁ ନେଇ ଏକ ଭିନ୍ନ ଇଚ୍ଛା ରଖିଥିଲେ। ‘ବିଗ ବସ’ ଘରେ ଥିବା ସମୟରେ ଗୌରବ ନିଜ ବିବାହ ଏବଂ ସନ୍ତାନ ବିଷୟରେ କହିଥିଲେ ଯେ ଆମର ବିବାହକୁ ୯ ବର୍ଷ ହୋଇସାରିଲାଣି, କିନ୍ତୁ କୌଣସି ସନ୍ତାନ ନାହିଁ। ମୁଁ ମୋ ସ୍ତ୍ରୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନେଇଛି। ଦିନଥିଲା ଯେତେବେଳେ ମୁଁ ସନ୍ତାନ ଚାହୁଁଥିଲି, ସେ ପ୍ରସ୍ତୁତ ନ ଥିଲେ ଏବଂ ମୁଁ ତାଙ୍କ କଥା ବୁଝିଥିଲି। ଭଲପାଇଛୁ ଯେତେବେଳେ, ସମ୍ପର୍କ ତ ନିଭାଇବାକୁ ପଡ଼ିବ।

ଗୌରବ ଆହୁରି ମଧ୍ୟ କହିଥିଲେ ଯେ, ସନ୍ତାନ ଏକ ବଡ଼ ଦାୟିତ୍ୱ। ସେ ନିଜେ ଦିନସାରା ଶୁଟିଂରେ ବ୍ୟସ୍ତ ରୁହନ୍ତି। ଯଦି ପିଲା ହେବା ପରେ ଆକାଂକ୍ଷା ମଧ୍ୟ କାମ ଆରମ୍ଭ କରିଦେବେ, ତେବେ ପିଲାର ଲାଳନପାଳନ କିଏ କରିବ? ସେ କୌଣସି ବାହାର ଲୋକ ବା ଆୟା ଭରସାରେ ନିଜ ଛୁଆକୁ ଛାଡ଼ିବାକୁ ଠିକ ମନେ କର ନ ଥିଲେ।
କହିରଖୁଛୁ, ’ବିଗ ବସ ୧୯’ର ଫ୍ୟାମିଲି ୱିକ୍‌ ସମୟରେ ଆକାଂକ୍ଷା ଗୌରବଙ୍କୁ ସମର୍ଥନ କରିବାକୁ ପହଞ୍ଚିଥିଲେ। ସେଠାରେ ସେ ମାଲତୀ ଚାହର ଏବଂ ପ୍ରଣୀତ ମୋରେଙ୍କ ସାମ୍ନାରେ କହିଥିଲେ ଯେ, ସେ ପିଲା ଚାହାନ୍ତି ନାହିଁ। ଏପରି ନୁହେଁ ଯେ ସେ କିଛି ପ୍ଲାନିଂ କରୁନାହାନ୍ତି, କିନ୍ତୁ ତାଙ୍କୁ କେବେ ସନ୍ତାନର ଆବଶ୍ୟକତା ଅନୁଭବ ହୋଇନାହିଁ କି ତାଙ୍କ ଭିତରେ ଏପରି କୌଣସି ଭାବନା ନାହିଁ। ନିଜର ଏହି ବୟାନ ପାଇଁ ଆକାଂକ୍ଷା ସୋସିଆଲ ମିଡିଆରେ ବେଶ ଟ୍ରୋଲ ମଧ୍ୟ ହୋଇଥିଲେ। ବିଚାରଧାରାରେ ଏହି ମତଭେଦ ହିଁ ଶେଷରେ ଏହି ଷ୍ଟାର୍‌ ଦମ୍ପତିଙ୍କୁ ଅଲଗା ହେବା ପଥକୁ ଟାଣି ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri