ଯୌନ ଅପରାଧୀଙ୍କ ସହ ଗେଟ୍ସଙ୍କ ଲିଙ୍କ୍‌

ଓ୍ବାଶିଂଟନ୍‌, ୧୧ା୫: ବିବାହର ୨୭ ବର୍ଷ ପରେ ବିଶ୍ୱର ଚତୁର୍ଥ ଧନୀ ତଥା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଗେଟ୍ସ ପରସ୍ପରକୁ ଛାଡ଼ପତ୍ର ଦେବା ପାଇଁ ଘୋଷଣା କରିବା ପଛର କାରଣ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି। ବିଲ୍‌ ଗେଟ୍ସ ତାଙ୍କ ପୂର୍ବତନ ପ୍ରେମିକା ଏନ୍‌. ଓ୍ବିନ୍‌ବ୍ଲେଡ୍‌ଙ୍କ ସହ ସମ୍ପର୍କରେ ରହିବା ଏହି ଦମ୍ପତିଙ୍କ ଛାଡ଼ପତ୍ରର କାରଣ ବୋଲି ପ୍ରଥମେ କୁହାଯାଉଥିବାବେଳେ ଏବେ ଦି ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ ଚକିତ କଲା ଭଳି ଖବର ପ୍ରକାଶ କରିଛି। କୁଖ୍ୟାତ ଯୌନ ଅପରାଧୀ ଜେଫ୍‌ରି ଏପ୍‌ଷ୍ଟେନଙ୍କ ସହ ବିଲ୍‌ ଗେଟ୍ସଙ୍କ ସମ୍ପର୍କ ଯୋଗୁ ମେଲିଣ୍ଡା ୨୦୧୯ରୁ ଛାଡ଼ପତ୍ର ଦେବାକୁ ଓକିଲଙ୍କ ସହ ଆଲୋଚନା କରୁଥିଲେ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି। ନାବାଳିକା, ଯୁବତୀଙ୍କୁ ନେଇ ସେକ୍ସ ର଼୍ୟାକେଟ ଚଳାଇଥିବା ଆମେରିକୀୟ ଜେଫ୍‌ରୀଙ୍କ ସହ ଗେଟ୍ସଙ୍କ ବନ୍ଧୁତା ଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ଜେଫ୍‌ରି ୨୦୧୯ରେ ଆତ୍ମହତ୍ୟା କରିଦେଇଥିଲେ। ଏହା ପରଠାରୁ ମେଲିଣ୍ଡା ଓ ଗେଟ୍ସଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ଛାଡ଼ପତ୍ର ପାଇଁ ମେଲିଣ୍ଡା ଓକିଲଙ୍କ ସହ ଆଲୋଚନା କରିବା ଆରମ୍ଭ କରିଥିଲେ ବୋଲି ଉକ୍ତ ପତ୍ରିକା ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଭି କିଣି ଆସିଥିବା ଲୋକଙ୍କ ଭିଡ଼କୁ ଦେଖି ଶେଷରେ ପୋଲିସ ଡାକିଲେ ମାଲିକ

ଯଦି କୌଣସି ବ୍ରାଣ୍ଡର ଦାମିକିଆ ଟିଭି ଶସ୍ତାରେ ମିଳିଯାଏ, ତେବେ କେହି ତାକୁ ହାତଛଡ଼ା କରିବାକୁ ଚାହିଁବେନି। ଆହୁରି ଗୋଟିଏ ଜାଗାରେ ୪-୪ଟି ଟିଭି କିଣିବେ।...

ଭାରତକୁ ମିସାଇଲ ସିଷ୍ଟମ୍‌ ଯୋଗାଇବ ଇସ୍ରାଏଲ: ୫୦ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷର

ଜେରୁଜେଲମ୍‌,୧୮ା୭(ପି.ଟି.): ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଭାରତୀୟ ଏବଂ ମାଜାଗନ ଡକ୍‌ ସିପ୍‌ବିଲ୍ଡର୍ସଙ୍କୁ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରାଯାଇପାରୁଥିବା ମିସାଇଲ ସିଷ୍ଟମ୍‌ (ଏମ୍‌ଆର୍‌ଏସ୍‌ଏଏମ୍‌)...

ଇସ୍ରାଏଲ୍‌ ଆକ୍ରମଣରେ ଗାଜା ଟାଓ୍ବାର ଧ୍ୱଂସ

ଗାଜା ସିଟି, ୧୬।୫: ଗାଜା ସିଟିର ଦୁଇଟି ସ୍ଥାନରେ ଶନିବାର ଇସ୍ରାଏଲ୍‌ ବିମାନ ଆକ୍ରମଣ କରିଛି। ଏଥିରେ ଏକ ସୁଉଚ୍ଚ ଟାଓ୍ବାର ଧ୍ୱଂସ ହୋଇଯାଇଛି। ଉକ୍ତ...

କରୋନା ଭାଇରସ: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ଟ୍ରମ୍ପ

ଓ୍ବାଶିଂଟନ,୭।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କିଛିଦିନ ତଳେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା। ପ୍ରଥମେ ସେ ସେଲ୍ଫ ଆଇସୋଲେଶନରେ ରହିଥିବା ବେଳେ ବେଳକୁ ବେଳ...

‘ହାଓଡି ମୋଦି’ ଫ୍ଲପ୍‌ ଶୋ’: ପାକିସ୍ତାନ

ଇସ୍‌ଲାମାବାଦ,୨୩।୯: ଆମେରିକାର ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପ୍ରାୟ ୫୦ ହଜାର ଭାରତୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମଗ୍ର ବିଶ୍ୱ ଏକ ଐତିହାସିକ...

ସମୁଦ୍ର ମଝିରେ ପହଁରିବା ପରିବର୍ତ୍ତେ ମଣିଷ ପରି ଗୋଡରେ ଚାଲୁଛି ମାଛ

ଏବେ ୨୦୨୦ ମସିହା ଚାଲିଛି। ଏହି ବର୍ଷ ଅନେକ ଅଦ୍ଭୁତ୍‌ ଜିନିଷମାନ ଦେଖିବାକୁ ମିଳୁଛୁ। ସେମିତି କିଛି ଏବେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ...

୨୦ ବର୍ଷୀୟା ଯୁବତୀଙ୍କୁ ଡାକ୍ତର କହିଲେ ମୃତ, ଅନ୍ତିମସଂସ୍କାର ବେଳେ ଘଟିଲା ଏମିତି

ଆମେରିକାର ମିଶିଗନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଯୁବତୀଙ୍କ ପରିବାର ପକ୍ଷରୁ...

ବିଶ୍ୱତାପନ ବଢ଼ିବା ଯୋଗୁ ୧୦ ବର୍ଷରେ ବିସ୍ଥାପିତ ହୋଇଛନ୍ତି ୨ କୋଟି ୨୦ ଲକ୍ଷ

ମାଦ୍ରିଦ୍‌,୪।୧୨: ଗତ ୧୦ ବର୍ଷରେ ବିଶ୍ୱତାପନ ୧.୧ ଡିଗ୍ରୀ ସେଲସିୟସ୍‌ ବଢ଼ିଛି। ଏହା ଯୋଗୁ ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।...

Advertisement


Archives

Model This Week

Why Dharitri