ଅସ୍ତିତ୍ୱ ହରାଉଛି ଗଡ଼ଖୋର୍ଦ୍ଧା, ପାଣ୍ଡବଘରା

ଖୋର୍ଦ୍ଧା,୧୮ା୪ (ପ୍ରଭାତ ପାଣିଗ୍ରାହୀ)ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଖୋର୍ଦ୍ଧାର ଅନେକ ଐତିହ୍ୟ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଐତିହ୍ୟ ଗଡ଼ଖୋର୍ଦ୍ଧା ଏବଂ ବରୁଣେଇ ପାହାଡ଼ ଶୀର୍ଷରେ ଥିବା ପାଣ୍ଡବ ଘରା ଗୁମ୍ଫା ଅସ୍ତିତ୍ୱ ହରାଇବାକୁ ବସିଲାଣି। ତୁରନ୍ତ ଏହାର ସଂରକ୍ଷଣ କରାଯିବାର ଆବଶ୍ୟକତା ରହିଛି ବୋଲି ଗବେଷକ ଓ ବୁଦ୍ଧିଜୀବୀ ମତ ଦିଅନ୍ତି।

ଗବେଷକ ଗୋପାଳ ଦାସ କହିଛନ୍ତି, ପାଣ୍ଡବଘରା ଗୁମ୍ଫାରେ ତୃତୀୟ -ଚତୁର୍ଥ ଶତାବ୍ଦୀର ଓଡ଼ିଆ ଲିପି, ବୌଦ୍ଧ ଧର୍ମାବଲମ୍ବୀଙ୍କ ରହଣିସ୍ଥଳ ଅଧୁନା ଧ୍ୱଂସାଭିମୁଖୀ ା ଏଠାରେ ଦୁଇହଜାର ବର୍ଷ ତଳର ଓଡ଼ିଆରେ ଲେଖାଯାଇଥିବା ଶିଳାଲେଖ, ବୌଦ୍ଧ କୀର୍ତ୍ତି ରହିଛି। ୧୮୩୬ରେ ବ୍ରିଟିଶ ଗବେଷକ ମାରଖାମ୍‌ କିଟୋ ଏବଂ ୧୮୭୬ରେ ବିଖ୍ୟାତ୍‌ ପ୍ରତ୍ନତତ୍ତ୍ୱବିତ୍‌ ସାର୍‌ ଆାଲେକଜାଣ୍ଡାର କନିଙ୍ଗ୍‌ ହାମ୍‌ଙ୍କ ସହଯୋଗୀ ଜେ.ଡି. ବେଗଲର୍‌ ଏହି ଲିପି ସମ୍ପର୍କରେ କୋଲକାତାରୁ ପ୍ରକାଶିତ ‘ଏସିଆଟିକ୍‌ ଜର୍ନାଲ୍‌’ରେ ପ୍ରକାଶ କରିଥିଲେ। ସେହିପରି ନରଣଗଡ଼ ସନ୍ନିକଟ ଭୋଗପୁର ପାହାଡ଼ରେ ଖୋଦିତ ପ୍ରାଚୀନ ଲିପି ଖୋଦିତ ଗୁମ୍ଫା ରହିଛି। ଯଥାଶୀଘ୍ର ଏହାର ସଂରକ୍ଷଣ ନ କଲେ ପ୍ରାଚୀନ ଓଡ଼ିଆ ଲିପିର କ୍ରମବିକଶିତ ପ୍ରାମାଣିକ ତଥ୍ୟ ନଷ୍ଟ ହୋଇଯିବ। ବୀରଭୂମି ଖୋର୍ଦ୍ଧାରେ ସହସ୍ର ବର୍ଷ ଧରି ଅସଂଖ୍ୟ ଯୁଦ୍ଧରେ ବୀରଗତିପ୍ରାପ୍ତ ଶହୀଦମାନଙ୍କ ସ୍ମୃତିରେ ସ୍ଥାପିତ ବୀରଶିଳା ବାଜପୁର, କାଇପଦର, ଖୁଦୁପୁର ଆଦି ସ୍ଥାନରେ ରହିଛି। ଖୋର୍ଦ୍ଧା ଜିଲା ପ୍ରଶାସନ ସଂସ୍କୃତି ଭବନ ପରିସରସ୍ଥ ସଂଗ୍ରହାଳୟକୁ ଏଗୁଡ଼ିକୁ ନ ଆଣିଲେ ବିଲୁପ୍ତ ହୋଇଯିବ। ଭାଗବତ ଟୁଙ୍ଗି ଗାଦିରେ ଥିବା ତାଳପତ୍ର ପୋଥି ସଂରକ୍ଷଣ ପାଇଁ ମଧ୍ୟ ସଚେତନତା ଜରୁରୀ। ସେହିପରି ଗବେଷକ ସତ୍ୟବାଦୀ ବଳିଆରସିଂ କହିଛନ୍ତି, ବରୁଣେଇ ପାହାଡ଼ରେ ଖୋର୍ଦ୍ଧା ରାଜାଙ୍କ ଇଷ୍ଟଦେବୀ ମା’ ବରୁଣେଇ, କରୁଣେଇ ବିଜେ କରିଛନ୍ତି। କୁହାଯାଏ, ଏହି ପାହାଡ଼ ଉପରୁ ଶ୍ରୀମନ୍ଦିର ନୀଳଚକ୍ର ଦୃଶ୍ୟମାନ ହୁଏ। ଔଷଧୀୟ ଗୁଳ୍ମରେ ପାହାଡ଼ ପରିପୂର୍ଣ୍ଣ। ଅଥଚ ଏହି ଐତିହ୍ୟ ପାହାଡ଼ର ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ। ପାହାଡ଼ ଉପରକୁ ରୋପ ୱେ ଏବଂ ପାହାଡ ଉପରେ ପାଇକ ବିଦ୍ରୋହର ମୁଖ୍ୟ ନାୟକ ଜୟୀ ରାଜଗୁରୁ ଏବଂ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବା ଆବଶ୍ୟକ। କଳିଙ୍ଗ ପାଇକ ସଙ୍ଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି, ଅତୀତର ସ୍ମୃତିକୁ ସାଉଁଟି ରଖିଥିବା ଖୋର୍ଦ୍ଧାଗଡ଼ ଏବେ ଭଗ୍ନ ଅବସ୍ଥାରେ ରହିଛି। ଏଠାରୁ ଦିନେ ପାଇକ ବୀରମାନେ ଇଂରେଜଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ। ପାଇକଙ୍କ ଅସୀମ ବୀରତ୍ୱର ସ୍ମୃତିକୁ ସାଇତି ରଖିଥିବା ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର ନ ହେଲେ ବିଲୁପ୍ତ ହୋଇଯିବ। ଗବେଷକ ପ୍ରଫେସର ନାରାୟଣ ରାଓ କହିଛନ୍ତି, ଖୋର୍ଦ୍ଧାଗଡ଼ର ପୁନରୁଦ୍ଧାର କରାଗଲେ ରାଣୀ ପୋଖରୀ ସମେତ ବହୁ କୀର୍ତ୍ତିରାଜିି ସଂରକ୍ଷଣ ହୋଇପାରିବ। ପାଇକ ବିଦ୍ରୋହର ସମସ୍ତ ସ୍ମୃତି ଖୋର୍ଦ୍ଧାଗଡ଼ ସହ ଜଡ଼ିତ। ଏହାର ପୁନରୁଦ୍ଧାର ଜରୁରୀ। ସାମାଜିକ କର୍ମୀ କ୍ଷିତୀଶ ମୋହନ ଦାସ କହିଛନ୍ତି, ରାଜ୍ୟର ଲବ୍ଧ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଖୋର୍ଦ୍ଧାର ବିଜେବି ହାଇସ୍କୁଲ ଅନ୍ୟତମ। ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନରେ ଏହି ବିଦ୍ୟାଳୟର ଛାତ୍ର ଅଂଶଗ୍ରହଣ କରିଥିଲେ। ଅତୀତରେ ବହୁ ଜନନାୟକ, ରାଜନୀତିଜ୍ଞ, ପ୍ରଶାସନିକ ଅଧିକାରୀ, ସାହିତି୍ୟକ ଏହି ବିଦ୍ୟାଳୟରେ ପାଠ ପଢି ଏହାର ଗୌରବକୁ ବୃଦ୍ଧି କରିଛନ୍ତି। ଏହି ଶିକ୍ଷାନୁଷ୍ଠାନକୁ ଜାତୀୟ ଅଥବା ଐତିହ୍ୟ ବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଶିକ୍ଷାବିତ୍‌ ଭୀମସେନ ପ୍ରଧାନ କହିଛନ୍ତି, ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ୩ବର୍ଷ ପରେ ବି ସ୍ମାରକୀ ନିର୍ମାଣ ହୋଇପାରିଲା ନାହିଁ। ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ କାମ ଆଗେଇପାରୁନାହିଁ। ତେଣୁ ଐତିହ୍ୟକୁ ଅଣଦେଖା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ଘସିପୁରାରେ ସୌମ୍ୟରଞ୍ଜନ: ଭାଜପା ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରାମଚନ୍ଦ୍ରପୁର,୧ା୫(ଗଣେଶ୍ୱର ସା):କେନ୍ଦୁଝର ଜିଲା ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ବାଗତ ଜଣାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସମୟରେ...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri