Posted inଖେଳ

ଫୁଟ୍‌ବଲରୁ ଗାରେଥ୍‌ ବାଲେଙ୍କ ଅବସର

ଲସ୍‌ଆଞ୍ଜେଲ୍ସ, ୧୦ା୧(ଏପି): ଓ୍ବେଲ୍ସ ତରଫରୁ ରେକର୍ଡ ୪୧ ଅନ୍ତର୍ଜାତୀୟ ଗୋଲ୍‌ ସ୍କୋର କରିଥିବା ଗାରେଥ୍‌ ବାଲେ ସୋମବାର ଫୁଟ୍‌ବଲରୁ ଅବସର ନେଇଛନ୍ତି। ୩୩ ବର୍ଷୀୟ ବାଲେ ନଭେମ୍ବର ୨୯ରେ ତାଙ୍କ ଶେଷ ମ୍ୟାଚ୍‌ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଏହା ଥିଲା ତାଙ୍କର ୧୧୧ତମ ଅନ୍ତର୍ଜାତୀୟ ମ୍ୟାଚ୍‌। ସେ କହିଛନ୍ତି, ଫୁଟ୍‌ବଲରୁ ଅବସର ତାଙ୍କ କ୍ୟାରିୟରର ସବୁଠାରୁ କଠିନ ନିଷ୍ପତ୍ତି ଥିଲା। ବାଲେ ଆହୁରି ମଧ୍ୟ କ୍ଲବ ଫୁଟ୍‌ବଲରୁ ଅବସର ନେଇଛନ୍ତି। ସେ ପ୍ରିମିୟର ଲିଗ୍‌ରେ ୫୩ ଏବଂ ଲା’ ଲିଗାରେ ୮୧ ଗୋଲ୍‌ ସ୍କୋର କରିଛନ୍ତି। ସେ ତାଙ୍କ କ୍ୟାରିୟରରେ ୫ ଚାମ୍ପିୟନଶିପ୍‌ ଟାଇଟଲ, ୩ ସ୍ପାନିଶ୍‌ ଲିଗ୍‌ ଟାଇଟଲ, ଥରେ କୋପା ଡେଲ୍‌ ରେ’ ଏବଂ ଥରେ ଲିଗ୍‌ କପ୍‌ ଜିତିଛନ୍ତି। ବାଲେ ୨୦୦୬ ମେ’ ୨୭ରେ ଓ୍ବେଲ୍ସ ତରଫରୁ ତାଙ୍କ ପଦାର୍ପଣ ମ୍ୟାଚ୍‌ ତ୍ରିନିଦାଦ୍‌ ଟବାଗୋ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଥିଲେ। ଏହି ଦ୍ରୁତଗାମୀ ଓ୍ବିଙ୍ଗରଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଓ୍ବେଲ୍ସ ୨୦୧୬ ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ପର୍ଯ୍ୟାୟରେ ଦଳ ପର୍ତ୍ତୁଗାଲ ନିକଟରୁ ୨-୦ ଗୋଲ୍‌ରେ ହାରିଯାଇଥିଲା। ଓ୍ବେଲ୍ସ ୨୦୨୦ ୟୁରୋ ପାଇଁ ଯୋଗ୍ୟତା ଅର୍ଜନ କରି ରାଉଣ୍ଡ ଅଫ୍‌-୧୬ରେ ଡେନ୍‌ମାର୍କଠାରୁ ହାରିଯାଇଥିଲା। ପୁଣି ଏହି ଦେଶ ୧୯୫୮ ପରେ ଦ୍ୱିତୀୟଥର ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ର ଆମେରିକା ବିପକ୍ଷ ମ୍ୟାଚ୍‌ ୧-୧ରେ ଡ୍ର ରଖିଥିଲା ଏବଂ ପରେ ଦ୍ୱିତୀୟାର୍ଦ୍ଧ ଖେଳ ଷ୍ଟପେଜ୍‌ ସମୟରେ ୨-୦ ଗୋଲରେ ଇରାନ ନିକଟରୁ ହାରିଯାଇଥିଲା। ଓ୍ବେଲ୍ସ ତରଫରୁ ସର୍ବାଧିକ ଗୋଲ୍‌ ସ୍କୋର କରିବାରେ ଇଆନ ରସ୍‌ (୨୮ଗୋଲ୍‌)ଙ୍କ ରେକର୍ଡକୁ ଭାଙ୍ଗି ଦେଇଥିଲେ। କେବଳ ସେତିକି ନୁହେଁ, ବାଲେ ଓ୍ବେଲ୍ସ ତରଫରୁ ସବୁଠାରୁ ଅଧିକ ମ୍ୟାଚ୍‌ ଖେଳି ରେକର୍ଡ କରିଛନ୍ତି। ସେ ୬ଥର ଓ୍ବେଲ୍ସ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri