ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ ପୋଲିସ। ଅଭିଯୁକ୍ତ ଜଣକ ଲାଞ୍ଜିଗଡ଼ ବ୍ଳକ ପାହାଡ଼ ପଦର ପଞ୍ଚାୟତ କାଞ୍ଚନମୁଖି ଗାଁର ମାନ ମାଝୀ (୩୮)।

ସୂଚନାନୁସାରେ ଅଭିଯୁକ୍ତ ମାନ ମାଝୀ ଉକ୍ତ ଗାଁର ଗାଁସାଥୀ ରହି ମନରେଗା କାମ ଦେଖାରେଖା କରୁଥିବା ବେଳେ ପୀଡ଼ିତା ମହିଳା ମଧ୍ୟ ସେହି ମନରେଗା କାମ କରି ଆସୁଥିଲେ l ଗତ ବୁଧବାର ମହିଳାଙ୍କ ଜମା ବହିରେ ମନରେଗା ଟଙ୍କା ଜମା ହୋଇଛି କହି ଟଙ୍କା ଉଠାଇବା ପାଇଁ ନିଜ ବାଇକ ଯୋଗେ ମହିଳାଙ୍କୁ ନିକଟସ୍ଥ ବ୍ୟାଙ୍କକୁ ନେଇଥିଲେ l ବ୍ୟାଙ୍କରେ ଜମା ଖାତା ଯାଞ୍ଚ କଲା ପରେ ଜମାଖାତାରେ କୌଣସି ଟଙ୍କା ପଡ଼ି ନ ଥିବାରୁ ବ୍ୟାଙ୍କଠାରୁ ପାନପଦର ପୁଞ୍ଜାମ ରାସ୍ତା ଦେଇ ଘରକୁ ଫେରିବା ସମୟରେ ଅଧବାଟ ପୁଞ୍ଜାମ ଜଙ୍ଗଲରେ ମିଠା ଓ ପାଣି ପିଇବା ବାହାନା କରି ବାଇକ୍‌ ଅଟକାଇ ବଳପୂର୍ବକ ଉଠାଇ ନେଇ ବଳାତ୍କାର ସହିତ ଏହିକଥା କାହାକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ଚମକ ଦେଇଥିବା ଅଭିଯୋଗ ଆଣିଥିଲେ ମହିଳା l ମହିଳା ଜଣକ ପ୍ରାଣ ବିକଳରେ କୌଶଳ କ୍ରମେ ସେଠାରୁ ପୁଞ୍ଜାମ ଗାଁକୁ ଆସି ସମ୍ପର୍କୀୟଙ୍କ ସାହାଯ୍ୟରେ ଘରକୁ ଆସିଥିଲେ। ଏନେଇ ମହିଳା ଜଣଙ୍କ ନ୍ୟାୟ ପାଇଁ ବିଜେପୁର ଥାନାର ଦ୍ବାରସ୍ଥ ହୋଇ ଶୁକ୍ରବାର ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗର ୪ଦିନ ପରେ ବି ପୋଲିସ ପକ୍ଷରୁ କୌଣସି ତଦନ୍ତ ହୋଇ ନ ଥିବା ପୀଡ଼ିତା ଅଭିଯୋଗ ଆଣିଥିଲେ। ତେବେ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆ ନ ଗଲେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଥିଲେ ପୀଡ଼ିତା। ଏନେଇ ବିଜେପୁର ଥାନା ଅଧିକାରୀ ନିଳାମ୍ବର ଯାନୀଙ୍କୁ ପଚାରିବାରୁ ମୁଁ ଛୁଟିରେ ରହିଥିବା ପ୍ରକାଶ କରିଥିଲେ I ଏସ୍‌ଆଇ ଶ୍ୟାମ କୁଲସିକାଙ୍କୁ ପଚାରିବାରୁ ଆମ ବିଜେପୁର ଥାନା ଅଧିକାରୀ ଅନୁପସ୍ଥିତ ଯୋଗୁ ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜେପୁର ଥାନା ଦାୟିତ୍ୱରେ ଅଛନ୍ତି। କେସ୍‌ ରୁଜୁ ହୋଇ ପାରିନାହିଁ। ମଙ୍ଗଳବାର ତଦନ୍ତ କରିସାରିଲା ପରେ କେସ୍‌ ରୁଜୁ ହେବ ବୋଲି ପ୍ରକାଶ କରିଥିଲେ। ମଙ୍ଗଳବାର ଲାଞ୍ଜିଗଡ ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ କାଞ୍ଚନ ମୁଖି ଗାଁକୁ ଯାଇ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲେ I ଏନେଇ ବିଜେପୁର ଥାନା କେସ୍‌ ନଂ ୩୯/୨୫ ରେ ଏକ ମାମଲା ରୁଜୁ କରି ବୁଧବାର ଉଭୟଙ୍କୁ ଡାକ୍ତର ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବିଜେପୁର ଥାନା ଦାୟିତ୍ୱରେ ଥିବା ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲ ପ୍ରକାଶ କରିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?