ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଜନଶୁଣାଣିରେ ଗଞ୍ଜାମ ଜିଲାପାଳ ଭି . କୀର୍ତ୍ତି ଭାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବି. ସି, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପ ଜିଲାପାଳ ଅବିନାଶ କୁମାର, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାହାକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । ମିଳିତ ଅଭିଯୋଗ ଶୁଣାଣି ରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ସମୁଦାୟ ୩୬୧ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ କ୍ୟାନସର, ଯକ୍ଷ୍ମା, କିଡନୀ ରୋଗରେ ପୀଡିତ ୮ ଜଣଙ୍କୁ ଜିଲାପାଳ ୪୭,୫୦୦ ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିଥିଲେ ।  ୩ ହିତାଧିକାରୀଙ୍କୁ ଭତ୍ତା ଏବଂ ୪ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ମଧ୍ୟ ସେ ପ୍ରଦାନ କରିଥିଲେ।

ରାଶନ୍ କାର୍ଡ, ଆବାସ ଯୋଜନାରେ ଗୃହ, ବାର୍ଦ୍ଧକ୍ୟ ଭତ୍ତା ସମେତ କିଛି ବ୍ୟକ୍ତିଗତ ସମସ୍ୟା ନେଇ ବହୁ ସଂଖ୍ୟକ ବ୍ୟକ୍ତି ଜନଶୁଣାଣୀ କାର୍ଯ୍ୟକ୍ରମରେ ଅଭିଯୋଗ କରିଥିବା ବେଳେ ସାହାସପୁର ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି କୈଳାସ ପାତ୍ର ଏବଂ ଗ୍ରାମବାସୀ  ସାହାସପୁର ବ୍ରିଜ ଠାରୁ ଭୁଡ଼ିକି ରାସ୍ତାକୁ ପ୍ରଶସ୍ତ କରି ପିଚୁ ଢଳେଇ କରିବା ।  ପାଟପୁର ଲକ୍ଷ୍ମୀନଗର ସାହି ଠାରୁ ଆମ୍ବଠା ଗ୍ରାମ ବ୍ରିଜ ପର୍ଯ୍ୟନ୍ତ ରାସ୍ତା କୁ ପ୍ରଶସ୍ତ କରାଯିବା। ସାହାସପୁର ରୋଡ ଠାରୁ ତୁଳସୀପଦର ରାସ୍ତା  ପ୍ରଶସ୍ତିକରଣ ପାଇଁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯିବା। ତିତିଖଣ୍ଡି କେନାଲ ରାସ୍ତାକୁ ପିଚୁ ଢଳେଇ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଦାବି କରିଥିଲେ। କିଛି ବ୍ୟକ୍ତି ଶତପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ୫୦ ପ୍ରତିଶତ ଦିବ୍ୟାଙ୍ଗ ସାର୍ଟଫିକେଟ୍ ଦିଆଯାଉଥିବା ନେଇ କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ପଦ୍ମପୁର ପଞ୍ଚାୟତ ଜନଜାତି ଅଧ୍ୟୁଷିତ କିଛି ଗ୍ରାମବାସୀ ସେମାନଙ୍କୁ  ଘର ପଟ୍ଟା ପାଇଁ ଦାବି କରିଥିଲେ ।

ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର, ଆମ୍ବଗାଁ, କଙ୍କୋରଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଗ୍ରାମକଣ୍ଠ ପଟ୍ଟା ସଂଶୋଧନ କରାଯାଇ ସେମାନଙ୍କୁ  ସେଟଲମେଣ୍ଟ ପଟ୍ଟା ଦେବାକୁ ଲୋକେ ଦାବି କରିଥିଲେ। ଉକ୍ତ ଗ୍ରାମ ଗୁଡ଼ିକରେ ସେଟଲମେଣ୍ଟ ହୋଇନଥିବା ଯୋଗୁଁ ଛାତ୍ରୀଛାତ୍ର ବିଭିନ୍ନ ସମୟରେ ତହସିଲରୁ ଉଚ୍ଚତର ଅଧ୍ୟୟନ ପାଇଁ ସେମାନଙ୍କୁ ସ୍ଥାୟୀ ବାସିନ୍ଦା, ବାର୍ଷିକ ଆୟ ପ୍ରମାଣପତ୍ର ଓ ଅନ୍ୟାନ୍ୟ  ସାର୍ଟଫିକେଟ  ମିଳିପାରୁନାହିଁ ବୋଲି ଅଭିଯୋଗ କରିଥିଲେ । ବିଭିନ୍ନ ପଞ୍ଚାୟତରେ ଭିବିଜିରାମଜି ଯୋଜନାରେ ଉନ୍ନୟନ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ମେଟେରିଆଲ ଅର୍ଥ ପ୍ରଦାନ କରାଯାଇ ନଥିବାରୁ  ଏନେଇ ଜିଲାପାଳଙ୍କୁ ବ୍ଲକ ଅଧ୍ୟକ୍ଷ, ସମିତିସଭ୍ୟ ଦନାର୍ଦ୍ଦନ ପଲେଇ ଙ୍କ ସମେତ ବହୁ ସଂଖ୍ୟକ ସମିତି ସଭ୍ୟ ସରପଞ୍ଚ ବୃନ୍ଦ ଅଭିଯୋଗ କରିବା ପରେ  ଯଥା ଶୀଘ୍ର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ଶୁଣିବା ପରେ ଉପସ୍ଥିତ ଜିଲାସ୍ତରୀୟ ଅଧିକାରୀ ବୃନ୍ଦ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ  ଯଥା ଶୀଘ୍ର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।  ଅଭିଯୋଗ ଶୁଣାଣିରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ବସନ୍ତ ପଣ୍ଡା, ଜିଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାସ, ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଜିଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁଏବଂ ସସ୍ମିତା ସାହୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ସୋମନାଥ ତ୍ରିପାଠୀ, ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ବାହନ ଦାସ ,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ତାପସ କୁମାର ଦାସ, ଇଂ. ବନୋଜ ସେଠୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଇଂ.ସୀମାଞ୍ଚଳ ବେହେରା, ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କ ସମେତ ମୃତ୍ତିକା ସଂରକ୍ଷଣ, କୃଷି, ଗ୍ରାମ୍ୟ ଉନ୍ନୟନ, ଉଦ୍ୟାନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଶିବିରରେ ବହୁ ସଂଖ୍ୟକ ଜିଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ କାର୍ଯ୍ୟାଳୟରର ଯନ୍ତ୍ରୀ, ପଞ୍ଚାୟତ  ନିର୍ବାହୀ ଅଧିକାରୀ, ଏସିପି, ଏଡିଓ, ଜିଆରଏସ, ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ  ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣି ପରେ ଜିଲାପାଳ, ଉପ ଜିଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଆରକ୍ଷୀ ଅଧିକ୍ଷକ, ବିଡିଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ପଟିଗୁଡ଼ା ପଞ୍ଚାୟତ ସାତଧାଙ୍ଗୁଡ଼ି ପାହାଡ଼ରେ ହୋଇଥିବା ଅତ୍ୟାଧୁନିକ ପାର୍କର ଉନ୍ନୟନ କାର୍ଯ୍ୟ ଏବଂ ତପ୍ତପାଣି ରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?