ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଜନଶୁଣାଣିରେ ଗଞ୍ଜାମ ଜିଲାପାଳ ଭି . କୀର୍ତ୍ତି ଭାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବି. ସି, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପ ଜିଲାପାଳ ଅବିନାଶ କୁମାର, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାହାକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । ମିଳିତ ଅଭିଯୋଗ ଶୁଣାଣି ରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ସମୁଦାୟ ୩୬୧ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ କ୍ୟାନସର, ଯକ୍ଷ୍ମା, କିଡନୀ ରୋଗରେ ପୀଡିତ ୮ ଜଣଙ୍କୁ ଜିଲାପାଳ ୪୭,୫୦୦ ଟଙ୍କା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିଥିଲେ ।  ୩ ହିତାଧିକାରୀଙ୍କୁ ଭତ୍ତା ଏବଂ ୪ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ମଧ୍ୟ ସେ ପ୍ରଦାନ କରିଥିଲେ।

ରାଶନ୍ କାର୍ଡ, ଆବାସ ଯୋଜନାରେ ଗୃହ, ବାର୍ଦ୍ଧକ୍ୟ ଭତ୍ତା ସମେତ କିଛି ବ୍ୟକ୍ତିଗତ ସମସ୍ୟା ନେଇ ବହୁ ସଂଖ୍ୟକ ବ୍ୟକ୍ତି ଜନଶୁଣାଣୀ କାର୍ଯ୍ୟକ୍ରମରେ ଅଭିଯୋଗ କରିଥିବା ବେଳେ ସାହାସପୁର ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି କୈଳାସ ପାତ୍ର ଏବଂ ଗ୍ରାମବାସୀ  ସାହାସପୁର ବ୍ରିଜ ଠାରୁ ଭୁଡ଼ିକି ରାସ୍ତାକୁ ପ୍ରଶସ୍ତ କରି ପିଚୁ ଢଳେଇ କରିବା ।  ପାଟପୁର ଲକ୍ଷ୍ମୀନଗର ସାହି ଠାରୁ ଆମ୍ବଠା ଗ୍ରାମ ବ୍ରିଜ ପର୍ଯ୍ୟନ୍ତ ରାସ୍ତା କୁ ପ୍ରଶସ୍ତ କରାଯିବା। ସାହାସପୁର ରୋଡ ଠାରୁ ତୁଳସୀପଦର ରାସ୍ତା  ପ୍ରଶସ୍ତିକରଣ ପାଇଁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯିବା। ତିତିଖଣ୍ଡି କେନାଲ ରାସ୍ତାକୁ ପିଚୁ ଢଳେଇ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଦାବି କରିଥିଲେ। କିଛି ବ୍ୟକ୍ତି ଶତପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ୫୦ ପ୍ରତିଶତ ଦିବ୍ୟାଙ୍ଗ ସାର୍ଟଫିକେଟ୍ ଦିଆଯାଉଥିବା ନେଇ କିଛି ବ୍ୟକ୍ତି ଅଭିଯୋଗ କରିଥିଲେ । ପଦ୍ମପୁର ପଞ୍ଚାୟତ ଜନଜାତି ଅଧ୍ୟୁଷିତ କିଛି ଗ୍ରାମବାସୀ ସେମାନଙ୍କୁ  ଘର ପଟ୍ଟା ପାଇଁ ଦାବି କରିଥିଲେ ।

ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର, ଆମ୍ବଗାଁ, କଙ୍କୋରଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଗ୍ରାମକଣ୍ଠ ପଟ୍ଟା ସଂଶୋଧନ କରାଯାଇ ସେମାନଙ୍କୁ  ସେଟଲମେଣ୍ଟ ପଟ୍ଟା ଦେବାକୁ ଲୋକେ ଦାବି କରିଥିଲେ। ଉକ୍ତ ଗ୍ରାମ ଗୁଡ଼ିକରେ ସେଟଲମେଣ୍ଟ ହୋଇନଥିବା ଯୋଗୁଁ ଛାତ୍ରୀଛାତ୍ର ବିଭିନ୍ନ ସମୟରେ ତହସିଲରୁ ଉଚ୍ଚତର ଅଧ୍ୟୟନ ପାଇଁ ସେମାନଙ୍କୁ ସ୍ଥାୟୀ ବାସିନ୍ଦା, ବାର୍ଷିକ ଆୟ ପ୍ରମାଣପତ୍ର ଓ ଅନ୍ୟାନ୍ୟ  ସାର୍ଟଫିକେଟ  ମିଳିପାରୁନାହିଁ ବୋଲି ଅଭିଯୋଗ କରିଥିଲେ । ବିଭିନ୍ନ ପଞ୍ଚାୟତରେ ଭିବିଜିରାମଜି ଯୋଜନାରେ ଉନ୍ନୟନ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ମେଟେରିଆଲ ଅର୍ଥ ପ୍ରଦାନ କରାଯାଇ ନଥିବାରୁ  ଏନେଇ ଜିଲାପାଳଙ୍କୁ ବ୍ଲକ ଅଧ୍ୟକ୍ଷ, ସମିତିସଭ୍ୟ ଦନାର୍ଦ୍ଦନ ପଲେଇ ଙ୍କ ସମେତ ବହୁ ସଂଖ୍ୟକ ସମିତି ସଭ୍ୟ ସରପଞ୍ଚ ବୃନ୍ଦ ଅଭିଯୋଗ କରିବା ପରେ  ଯଥା ଶୀଘ୍ର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ଶୁଣିବା ପରେ ଉପସ୍ଥିତ ଜିଲାସ୍ତରୀୟ ଅଧିକାରୀ ବୃନ୍ଦ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ  ଯଥା ଶୀଘ୍ର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।  ଅଭିଯୋଗ ଶୁଣାଣିରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ବସନ୍ତ ପଣ୍ଡା, ଜିଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାସ, ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଜିଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁଏବଂ ସସ୍ମିତା ସାହୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ସୋମନାଥ ତ୍ରିପାଠୀ, ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା. ବାହନ ଦାସ ,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ତାପସ କୁମାର ଦାସ, ଇଂ. ବନୋଜ ସେଠୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ଇଂ.ସୀମାଞ୍ଚଳ ବେହେରା, ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କ ସମେତ ମୃତ୍ତିକା ସଂରକ୍ଷଣ, କୃଷି, ଗ୍ରାମ୍ୟ ଉନ୍ନୟନ, ଉଦ୍ୟାନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

ଶିବିରରେ ବହୁ ସଂଖ୍ୟକ ଜିଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବ୍ଲକ କାର୍ଯ୍ୟାଳୟରର ଯନ୍ତ୍ରୀ, ପଞ୍ଚାୟତ  ନିର୍ବାହୀ ଅଧିକାରୀ, ଏସିପି, ଏଡିଓ, ଜିଆରଏସ, ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ  ଉପସ୍ଥିତ ଥିଲେ। ଅଭିଯୋଗ ଶୁଣାଣି ପରେ ଜିଲାପାଳ, ଉପ ଜିଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଆରକ୍ଷୀ ଅଧିକ୍ଷକ, ବିଡିଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ପଟିଗୁଡ଼ା ପଞ୍ଚାୟତ ସାତଧାଙ୍ଗୁଡ଼ି ପାହାଡ଼ରେ ହୋଇଥିବା ଅତ୍ୟାଧୁନିକ ପାର୍କର ଉନ୍ନୟନ କାର୍ଯ୍ୟ ଏବଂ ତପ୍ତପାଣି ରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?