ଗଞ୍ଜାମ ଜିଲାପାଳଙ୍କ ଶେରଗଡ଼ ବ୍ଲକ ଗସ୍ତ: କହିଲେ ଜୁଲାଇ ମାସରେ ସତର୍କ ରହିବାକୁ ପଡ଼ିବ

ଶେରଗଡ଼,୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ଭୋରରୁ ଶେରଗଡ଼ ବ୍ଲକ ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ବ୍ଲକ ସମ୍ମୁଖରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳ ସରପଞ୍ଚମାନଙ୍କୁ ନିଜ ପଞ୍ଚାୟତର ସମସ୍ତ ୱାର୍ଡରେ ଗୋଟିଏ ଲେଖାଏ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ଏପରି କରି କରୋନା ମୁକାବିଲା କରିବା ସହ ଜୁଲାଇ ମାସରେ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ପୂର୍ବରୁ କରୋନା ମୁକିବିଲା ନେଇ ଯୋଜନା କରନ୍ତୁ, ଓ ଆମକୁ ଦିନ ରାତି କାମ କରିବାର ଅଛି। ଏହି ସମୟରେ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ୱାର୍ଡ କମିଟି ସହଯୋଗରେ ଗ୍ରାମର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝୁନ୍ତୁ। ଗ୍ରାମର କେଉଁ ମାନେ ବାହାରେ ଅଛନ୍ତି ସେମାନଙ୍କ ତଥ୍ୟ ରଖନ୍ତୁ। ଦୋକାନ ବଜାରରେ ଯେଉଁ ବ୍ୟବସାୟୀମାନେ ସାମାଜିକ ଦୂରତ୍ୱ ମାନୁନାହାନ୍ତି, ମାସ୍କ ପିନ୍ଧି ନାହାନ୍ତି ବା ଗ୍ରାହକମାନଙ୍କୁ ବିନା ମାସ୍କରେ ଜିନିଷ ଦେଉଛନ୍ତି, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡି.ଦୟାସିନ୍ଧୁ ପରିଡ଼ା, ସିଡିପିଓ ଜୟନ୍ତୀ ପାଟପିଙ୍ଗୁଆ, ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତବାସୀଙ୍କୁ ଭେଟି ସମସ୍ୟା ବୁଝିଲେ ଜିଲାପାଳ

ବରଗଡ଼ ଅଫିସ,୨୮।୨- ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ରବିବାର ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଶିକାରିପାଲି, ଭଏଁଷାଦର୍ହା, ବଡ଼ ଅନକି...

୫୦୮ ଦୀପ ପ୍ରଜ୍ଜ୍ୱୋଳନ କଲେ ଯୁବଗୋଷ୍ଠୀ

ବନ୍ତ,୬ା୪(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ସାରା ଦେଶରେ ରବିବାର ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ ପ୍ରଜ୍ଜ୍ୱୋଳନ କରାଯାଇଥିଲା। ଏହି ଅବସରରେ...

ମାହେଶ୍ୱରୀ ରାଇସ ମିଲ ଦେଲା ୧୦ ହଜାର

ମାଧପୁର, ୧୭ା୪- କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ମାହେଶ୍ୱରୀ ରାଇସ ମିଲ୍ ତରଫରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧୦ ହଜାର...

ପୋଲିସ ଉପରକୁ ଗୁଳିମାଡ଼

ଦେବଗଡ଼,୧୩।୧୦(ଡି.ଏନ.ଏ): ଗଞ୍ଜେଇ ଚାଲାଣକାରୀଙ୍କୁ ପିଛା କରିବା ବେଳେ ଦେବଗଡ଼ ଜିଲା ରିଆମାଳ ପୋଲିସ ଉପରକୁ ଗୁଳିମାଡ଼ ହୋଇଛି। ଏଥିରେ କୌଣସି ପୋଲିସ କର୍ମଚାରୀଙ୍କ କ୍ଷତି ହୋଇନାହିଁ।...

ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବ ୪ ୟୁଟ୍ୟୁବ୍‌ ଚାନେଲ

ପୁରୀ ଅଫିସ,୧୨ା୮: ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପଦ୍ମନାଭ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ୩ଟି ଭାଷାରେ ୟୁଟ୍ୟୁବ୍‌ ଚାନେଲ ଖୋଲାଯାଇଛି। ଏ ନେଇ ପଦ୍ମନାଭ...

ପାର୍କିଂକୁ ନେଇ ସାମାନ୍ୟ ବଚସା: ଗୋଷ୍ଠୀ ଆକ୍ରମଣରେ ଜଣେ ମୃତ

ଗଜପତି,୧୭।୧(ଡି.ଏନ୍‌.ଏ.): କାର୍‌ ପାର୍କିଂକୁ ନେଇ ସାମାନ୍ୟ ବଚସା ନେଲା ଜୀବନ। ଗଜପତି ଜିଲା ପାରଳାଖେମୁଣ୍ଡି ଗୋଲା ସାହିରେ ମଙ୍ଗଳବାର ଏଭଳି ଏକ ଘଟଣା ଘଟିଛି। ବଚସା...

ଭଙ୍ଗା ଆମ୍ବୁଲାନ୍ସରେ ରୋଗୀ ସେବା

ଗୋପ, ୯ା୨(ଡିି.ଏନ୍‌.ଏ): ସ୍ବାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତା’ର ବ୍ୟତିକ୍ରମ ଘଟିଛି। ଏପରି କି ଭଙ୍ଗା ଦଦରା ୧୦୮...

ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ବାଡେଇ ହୋଇ ୩ ବାଇକ ଆରୋହୀ ମୃତ

ସୁନ୍ଦରଗଡ଼/ସବଡେଗା,୧୩।୧୨(ଡି.ଏନ.ଏ.): ସୁନ୍ଦରଗଡ ଜିଲା ତଳସରା ଥାନା କୁହ୍ଲିଆଜରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍‌ରେ ପିଟି ହୋଇ ୩ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ...

Advertisement
Archives

Model This Week