
ଗଞ୍ଜାମ,୩ା୬(ବିଦ୍ୟାଧର ସାହୁ ): ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ତାଙ୍କ ସ୍ବାମୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ଏ ନେଇ ବିଜେଡ଼ି ରାଜ୍ୟ ଉପସଭାପତି ପ୍ରତାପ ଜେନା ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟକ ସୁବାସ ବେହେରା ଗଣ ମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।