ଗଞ୍ଜାମ: ୮ ବର୍ଷରେ ଆସିଛନ୍ତି ୧.୪୦ ଲକ୍ଷ ବିଦେଶୀ ପକ୍ଷୀ

ବ୍ରହ୍ମପୁର,୪ା୧ (ସ୍ମୃତି ରଞ୍ଜନ ମହାଲିକ): ଶୀତ ଋତୁ ଆସିଲେ ଗଞ୍ଜାମକୁ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିବା ପାଇଁ ପ୍ରକୃତି ପ୍ରେମୀଙ୍କ ଭିଡ଼ ଲାଗେ। ବିଶେଷ କରି ସାଇବେରିଆ, ଋଷିଆ ଓ ଉତ୍ତର ଚାଇନା ଭଳି ସୁଦୂର ବିଦେଶରୁ ପକ୍ଷୀମାନେ ଗଞ୍ଜାମ ଉପକୂଳ ଅଞ୍ଚଳକୁ ଆସିଥାନ୍ତି। ଏମାନେ ମାର୍ଚ୍ଚ ମାସ ଯାଏଁ ଅତିଥି ଭାବେ ସେଠାରେ ବସବାସ କରିଥାନ୍ତି। ଶୀତ ଦିନରେ ହ୍ରଦଗୁଡିକରେ ଘାସଗୁଡିକ ଅଧିକ ଉଚ୍ଚତାରେ ବୃଦ୍ଧି ପାଇଥାଏ। ଏଥିମଧ୍ୟରେ ନଳ ଘାସ ଅଧିକ। ଯେଉଁଥିରେ ପକ୍ଷୀମାନେ ନିଜର ସୁରକ୍ଷା ପାଇଁ ବସା ବାନ୍ଧିବା ସହ ଛୁଆମାନଙ୍କୁ ମଧ୍ୟ ସୁରକ୍ଷିତ ରଖିଥାନ୍ତି। ଅନ୍ୟପଟେ ବିଦେଶରେ ଶୀତ ଦିନରେ ଅଧିକ ଥଣ୍ଡା କାରଣରୁ ପକ୍ଷୀମାନେ ସେଭଳି ଖାଦ୍ୟ ପାଆନ୍ତିନି। ପ୍ରଚୁର ଖାଦ୍ୟ ମିଳୁଥିବା ଓ ଜଳବାୟୁ ସୁହାଉଥିବାରୁ ଓଡ଼ିଶାର ବିଭିନ୍ନ ଉପକୂଳ ଅଞ୍ଚଳ ସହ ଗଞ୍ଜାମକୁ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଛି। ଛୁଆ ଜନ୍ମଠାରୁ ଆରମ୍ଭ କରି ପକ୍ଷୀଗୁଡିକ ଉଡିବା ଯାଏଁ ଉକ୍ତ ଅଞ୍ଚଳ ସହାୟକ ହେଉଛି। ପରେ ସେମାନେ ସ୍ବ ସ୍ବ ଜାଗାକୁ ଫେରିଯାଇଥାନ୍ତି। ତେବେ ୩ ମାସର ଅତିଥି ରୂପେ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଆସନ୍ତା ୬ରୁ ୮ ତାରିଖ ଯାଏଁ ପକ୍ଷୀ ଗଣନା ହେବା ନେଇ ସ୍ଥିର କରାଯାଇଛି। ବନ ବିଭାଗର ରିପୋର୍ଟ ଅନୁସାରେ ବ୍ରହ୍ମପୁର ବନଖଣ୍ଡ ଅଧୀନ ବାହୁଦା, ଋଷିକୁଲ୍ୟା, ତାମ୍ପରା ଓ ଘୋଡାହାଡ ଆଦି ଅଞ୍ଚଳକୁ ଅଧିକ ବିଦେଶୀ ପକ୍ଷୀ ଆସୁଛନ୍ତି। ପ୍ରତିବର୍ଷ ଏହି ପକ୍ଷୀ ସଂଖ୍ୟା ବଢୁଥିବା ରିପୋର୍ଟରୁ ଆଭାସ ମିଳୁଛି। ବ୍ରହ୍ମପୁର ବନଖଣ୍ଡକୁ ୨୦୧୬ରୁ ୨୦୨୩ ଯାଏଁ ୮ବର୍ଷ ଭିତରେ ୧ଲକ୍ଷ ୪୦ ହଜାର ୩୯୯ ବିଦେଶୀ ପକ୍ଷୀ ଆସିଛନ୍ତି। ୨୦୧୬ରେ ୧୩୬୫୮, ୨୦୧୭ରେ ୧୩୦୫୧, ୨୦୧୮ରେ ୯୦୨୦, ୨୦୧୯ରେ ୧୧୯୧୧, ୨୦୨୦ରେ ୧୨୩୩୨, ୨୦୨୧ରେ ୨୪୨୯୮, ୨୦୨୨ରେ ୨୧୯୯୮ ଓ ୨୦୨୩ରେ ୩୪୧୩୧ ବିଦେଶୀ ପକ୍ଷୀ ଆସିଥିବା ସୂଚନା ମିଳିଛି। ଚଳିତ ଥର ଏକ ସ୍ବତନ୍ତ୍ର ଟିମ ପକ୍ଷୀ ଗଣନାରେ ସାମିଲ ହେବେ। ବିଦେଶୀ ପକ୍ଷୀଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନି ଖୋଖର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri