Posted inଜାତୀୟ

ବିକାଶ ଦୁବେ ଏନ୍‌କାଉଣ୍ଟରରେ ପୋଲିସର ଭୁଲ ନ ଥିଲା

ଲକ୍ଷ୍ନୌ, ୨୦।୮: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍‌କାଉଣ୍ଟର ମାମଲାର ତଦନ୍ତ କରୁଥିବା ତିନିଜଣିଆ କମିଟି ଉତ୍ତରପ୍ରଦେଶ ପୋଲିସକୁ କ୍ଲିନ୍‌ଚିଟ୍‌ ଦେଇଛି। ଦୁବେଙ୍କ ମୃତ୍ୟୁକୁ ନେଇ ପୋଲିସ ଦର୍ଶାଇଥିବା କାରଣ ପ୍ରମାଣସିଦ୍ଧ ବୋଲି ତଦନ୍ତ କମିଟି କହିଛି। ତେବେ କାନପୁରରେ ଦୁବେ ଓ ତାଙ୍କ ସହଯୋଗୀଙ୍କ ଅତର୍କିତ ଆକ୍ରମଣରେ ୮ ପୋଲିସ ପ୍ରାଣ ହରାଇବା ସ୍ଥାନୀୟ ଗୋଇନ୍ଦା ବିଫଳତା ଓ ପୋଲିସର ଦୁର୍ବଳ ଯୋଜନା ପାଇଁ ଘଟିଥିଲା ବୋଲି କମିଟି ମତ ଦେଇଛି। ଉତ୍ତରପ୍ରଦେଶ ବିଧାନସଭାରେ ଗୁରୁବାର ଉକ୍ତ ରିପୋର୍ଟ ଉପସ୍ଥାପନ କରାଯାଇଛି। ଦୁବେ ଏନ୍‌କାଉଣ୍ଟର ଫେକ୍‌ ଥିଲା ବୋଲି ତାଙ୍କ ସ୍ତ୍ରୀ ରିଚା ଦୁବେ କୋର୍ଟରେ ସତ୍ୟପାଠ ଦାଖଲ କରିଥିବା ବେଳେ ସେ ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ନ ଥିଲେ। ଏନ୍‌କାଉଣ୍ଟର ସମ୍ପର୍କରେ ପୋଲିସ ବୟାନରେ କୌଣସି ସନ୍ଦେହ ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି। କାନପୁର ନଗର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ତାଙ୍କ ତଦନ୍ତରେ ମଧ୍ୟ ଅନୁରୂପ କଥା କହିଥିଲେ।

ସୂଚନାଯୋଗ୍ୟ, ଗୁରୁତର ଅପରାଧରେ ସମ୍ପୃକ୍ତ ଦୁବେଙ୍କୁ ଗିରଫ କରିବା ଲାଗି ଜୁଲାଇ ୨ ରାତିରେ ପୋଲିସ କାନପୁର ଜିଲାର ବିକ୍ରୁ ଗ୍ରାମକୁ ଯାଇଥିବା ବେଳେ ଗ୍ୟାଙ୍ଗଷ୍ଟର ଓ ତାଙ୍କ ଲୋକମାନେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଜଣେ ଡିଏସ୍‌ପିଙ୍କ ସମେତ ୮ ପୋଲିସ ପ୍ରାଣ ହରାଇଥିଲେ। ଦୁବେଙ୍କୁ ଉଜ୍ଜୟିନୀରୁ ଗିରଫ କରି କାନପୁର ନିଆଯାଉଥିବାବେଳେ ଉକ୍ତ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସୁଯୋଗରେ ଦୁବେ ଖସି ପଳାଇବାକୁ ଉଦ୍ୟମ କରିବାରୁ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ପୋଲିସ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ୍‌ ଏଲ୍‌ଜେପି: ପୁତୁରା ବିରୋଧରେ ବିଦ୍ରୋହ କରି ସଂସଦୀୟ ଦଳର ନେତା ହେଲେ ପଶୁପତି

ପାଟନା/ନୂଆଦିଲ୍ଲୀ,୧୪।୬: ଏକଦା ବିହାର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଏବେ ଫାଟ ସୃଷ୍ଟି ହୋଇଛି। ଦଳର ନେତା ରାମ...

ଇସି ଅର୍ଡର ଉପରେ ସ୍ଥଗିତାଦେଶ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୨: ଭାରତର ନିର୍ବାଚନ କମିଶନ (ଇସିଆଇ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ପ୍ରକୃତ ଶିବସେନା ମାନ୍ୟତା ଓ ନିର୍ବାଚନୀ ଚିହ୍ନ ‘ଧନୁଶର’ ପ୍ରଦାନ...

ସତ୍ୟେନ୍ଦ୍ରଙ୍କ ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୧୮।୬: ବେଆଇନ୍‌ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଆମ ଆଦମୀ ନେତା ସତ୍ୟେନ୍ଦ୍ର ଜୈନ ବଡ ଝଟକା। ଶନିବାର ସତ୍ୟେନ୍ଦ୍ରଙ୍କ...

ରାଜଧାନୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ !

ନୂଆଦିଲ୍ଲୀ, ୨୯।୧୦: ପାର୍ବଣରେ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଏଠାରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାର ଅନୁମାନ...

ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଟିନା ଡାବି

ଜୟପୁର,୨୪ା୫: ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପାକିସ୍ତାନ ହିନ୍ଦୁ ପ୍ରବାସୀଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ରାଜସ୍ଥାନର ଜୈସଲମେରର ମୋଲ ସାଗର ଗ୍ରାମରେ...

ଚିଦାମ୍ବରମ ବାପପୁଅଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୨୫ା୩: ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମନିଲଣ୍ଡରିଂ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଡ଼ୁଆ...

ସିସୋଡିଆଙ୍କୁ ମିଳିବ କି ଜାମିନ? ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି)ନେତା ମନୀଷ ସିସୋଡିଆ ଜାମିନ ପାଇବେ କି ନାହିଁ ତାହା ଆଜି ଦିଲ୍ଲୀ...

ଝାଡଖଣ୍ଡ ଅର୍ଥମନ୍ତ୍ରୀଙ୍କ ବାସଭବନ ସମେତ ୩୨ ସ୍ଥାନରେ ଇଡିର ଚଢାଉ

ରାଞ୍ଚି,୨୩।୮: ଝାଡଖଣ୍ଡରେ ମଦ ଏବଂ ଜମି ଦୁର୍ନୀତି ଘୋଟାଲାରେ ବୁଧବାର ରାଜ୍ୟ ଅର୍ଥମନ୍ତ୍ରୀ ରମେଶ୍ୱର ଓରାଁଓଙ୍କ ରାଞ୍ଚିସ୍ଥିତ ବାସଭବନ ସମେତ ୫ ସହରରେ ୩୨ଟି ସ୍ଥାନରେ...

Advertisement
Archives

Model This Week