Posted inବରଗଡ଼

ଗଙ୍ଗାଧର ଥିଲେ ଅମୃତର କବି

ବରଗଡ଼ ଅଫିସ୍‌,୪।୮
ବରଗଡ଼ ଜିଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଡିଜିଟାଲାଇଜେଶନ ମାଧ୍ୟମରେ ସୋମବାର ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମେହେରପଡ଼ାରେ ଥିବା ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତିରେ ପରିଷଦ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ପରିଷଦ ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଏବଂ ପଦ୍ମଶ୍ରୀ ହଳଧର ନାଗ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଡ. ପ୍ରଦୀପ କୁମାର ପଧାନ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଯୋଗଦାନ କରି ଗଙ୍ଗାଧର ଅମୃତର କବି ବୋଲି ଆଲୋଚନା କରିଥିଲେ। କଣ୍ଠଶିଳ୍ପୀ ପ୍ରଶାନ୍ତ ପ୍ରଧାନ ଉଦଘାଟନୀ ସଙ୍ଗୀତ ଗାନ କରିଥିଲେ। ଏହି ଅନ୍‌ଲାଇନ କାର୍ଯ୍ୟକ୍ରମକୁ ଉପ ସଭାପତି ଦିଲୀପ କୁମାର ଦେବତା, ସମ୍ପାଦକ ରାଜେଶ୍ୱର ବେହେରା, ସହ ସମ୍ପାଦକ ହୃଦମଣି ସାହୁ, କୋଷାଧ୍ୟକ୍ଷ ଦେବାଶିଷ ମେହେର, ଜିତେନ୍ଦ୍ରିୟ ମେହେର, ଆଶୁତୋଷ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଶେଷ ପର୍ଯ୍ୟାୟରେ କବିତା ଆସର ମନର୍‌ କଥା ଅନୁଷ୍ଠିତ ହୋଇଥିଲା।
ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ସଂଘ ସଭାପତି ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଥିଲା। ସମ୍ପାଦକ ବିଶ୍ୱଜିତ ମିଶ, ଗାନ୍ଧୀ ସ୍ମୃତି ପାଠାଗାର ସଭାପତି ଅରୁଣ ମହାନ୍ତି, ଜିଲା କ୍ରୀଡ଼ା ସଂସଦ ସମ୍ପାଦକ କିଶୋର ମିଶ୍ର, କୃଷକ ନେତା ଗୌରଚନ୍ଦ୍ର ଖମାରୀ, ରାଜକୁମାର ବିଶି ପ୍ରମୁଖ ସ୍ବଭାବ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବରପାଲିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ନିରଞ୍ଜନ ମେହେର, ଡ. ସୁକମନି ମେହେର, ଡା. ସୁବଳ ମାଝି, ରମାକାନ୍ତ ତ୍ରିପାଠୀ, ବୀରେନ୍ଦ୍ର ନାଗ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜିଲା ସଦର ମହକୁମାରେ ଗଙ୍ଗାଧର ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପ୍ରମୁଖ ଯୋଗ ଦେଇଥିଲେ ଏବଂ ଗାନ୍ଧୀଛକ ସ୍ଥିତ କବି ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପଦ୍ମପୁର ଗଙ୍ଗାଧର ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଜିଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସ୍ମୃତି କମିଟି ସଭାପତି ଡ. ପ୍ରମୋଦ ପାଢ଼ୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଡ.ଜୟକେତନ ତ୍ରିପାଠୀ, କରୁଣାକର ମେହେର, ରାମଚନ୍ଦ୍ର ମେହେର, ରାଜେନ୍ଦ୍ର କୁମାର ମହାନ୍ତି, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଡ. ମାନଭଞ୍ଜନ ପ୍ରଧାନ କବିଙ୍କ ଜୀବନୀ, ସାହିତ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ। ଅଶୋକ କୁମାର ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ହାତ ଛାଡିଲେ ପୂର୍ବତନ ବିଧାନସଭା ପ୍ରାର୍ଥୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସକୁ ଏକ ଝଟକା ଲାଗିଛି। ଜିଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରହିଥିବା...

ବିଜେପୁର ଆଶାୟୀ ଥିଲେ, ଅତାବିରା ପାଇଁ ପ୍ରାର୍ଥୀ ହେଲେ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ)-କଂଗ୍ରେସ ରବିବାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଅଭିଷେକ...

ଦୁଇ ଫୁଲମାଳାରେ ପରସ୍ପରକୁ ବାଛିଲେ ଜୀବନ ସାଥୀ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ଜାତିଆଣ ଭେଦଭାବ ମଧ୍ୟ ନ ଥିଲା । ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri