ଇଞ୍ଜିନିୟରିଂ ଚାକିରି ଛାଡ଼ିଥିଲେ ଗଣେଶ ରାମ

ବାରିପଦା,୧୩ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଯଶିପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ନବଗଠିତ ରାଜ୍ୟ ଭାଜପା ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଭାବେ ସ୍ଥାନ ପାଇଛନ୍ତି। ଏନେଇ ନିର୍ବାଚନମଣ୍ଡଳୀରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଯଶିପୁର ବ୍ଳକ ଅଧୀନ ଅସ୍ତକୁଅଁର ପଞ୍ଚାୟତର ବଳରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଗଣେଶ ରାମଙ୍କ ପିତା ହେଉଛନ୍ତି ସ୍ବର୍ଗତ ଲକ୍ଷ୍ମଣ ସିଂ ଖୁଣ୍ଟିିଆ। ବଳରାମପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିବା ଗଣେଶରାମ ୧୯୯୦ରେ ମାଟ୍ରିକ ପାସ୍‌ କରିଥିଲେ। ପରେ କଟକ ସ୍ଥିତ ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜରୁ ୧୯୯୪ରେ ଡିପ୍ଲୋମା ପାସ୍‌ କରିଥିଲେ। ୧୯୯୯ରେ ଗଣେଶ ଇଞ୍ଜିନିୟର ଭାବେ ଭୁବନେଶ୍ୱର ପୂର୍ତ୍ତ ବିଭାଗରେ ଚାକିରି ପାଇଥିଲେ। ସେହିବର୍ଷ ସେ ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକକୁ ବଦଳି ହୋଇ ୧୨ବର୍ଷ ଧରି କାର୍ଯ୍ୟ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଇଞ୍ଜିନିୟରିଂ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିଲେ। ୨୦୧୯ରେ ଭାଜପା ଟିକେଟରେ ଯଶିପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଚକ୍ରଧର ହେମ୍ବ୍ରମଙ୍କୁ ପରାଜିତକରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଜଣେ ଦକ୍ଷ ରାଜନେତା ଭାବେ ସେ ଅଞ୍ଚଳରେ ବେଶ୍‌ ପରିଚିତ। ଶିମିଳିପାଳ ବନାଞ୍ଚଳ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକରେ ଗମନାଗମନ, ବିଦ୍ୟୁତ୍‌ ସେବା ଏବଂ ପାନୀୟ ଜଳ ଯୋଗାଣକୁ ନେଇ ସେ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର ଓ ପୈତୃକ ଘର ଯଶିପୁର ନିର୍ବାଚନମଣ୍ଡଳୀ ଅଧୀନରେ ରହୁଥିବାରୁ ଅଞ୍ଚଳର ବିକାଶ ନିମନ୍ତେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରାଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟରେ ବଡ଼ ଘୋଷଣା: ଚାଷୀଙ୍କ ପାଇଁ ନୂଆ ଯୋଜନା

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।...

ଆଗତ ହେଲା ମୋହନ ସରକାରର ପ୍ରଥମ ବଜେଟ୍: ଜଣାନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା ?

ଭୁବନେଶ୍ୱର,୨୫।୭: ରାଜ୍ୟରେ ପ୍ରଥମ ଥର ପୂର୍ଣ୍ଣ ବହୁମତ ସହିତ କ୍ଷେମତାକୁ ଫେରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି।...

ଆସିଲା ବଜେଟ୍‌: ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ...

ବଜେଟ ୨୦୨୪: ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ଜାଣନ୍ତୁ କେବେ ମିଳିବ, ବ୍ୟୟବରାଦ ହେଲା…

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।...

ଡିସିପି କହିଲେ କାରଣ… ସ୍ବାମୀ ଏଭଳି ଧମକ ଦେଉଥିବାରୁ ଭାଙ୍ଗି ପଡ଼ିଥିଲେ ମଧୁମିତା, ନେଇଗଲେ ଚରମ…

ଭୁବନେଶ୍ୱର,୨୫।୭: ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ମାମଲାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ୍‌ କରି ବଡ଼...

ମୁକେଶ ମହାଲିଙ୍ଗ ଗିରଫ ଦାବିକୁ ନେଇ ମୁହଁ ଖୋଲିଲେ ଅରୁଣ, କହିଲେ ଯଦି ସାହାସ ଅଛି ନବୀନଙ୍କୁ…

ଭୁବନେଶ୍ୱର,୨୫।୭: ବିଧାନସଭା ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। ହେଲେ ଆଜି ବି ଗୃହ ସୁରୁଖୁରୁରେ ଚାଲିପାରିନାହିଁ। ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ବିଧାୟକ ଅରୁଣ...

ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଗେଟ୍‌

ଭୁବନେଶ୍ୱର,୨୫।୭: ଆସନ୍ତା ୨୮ ତାରିଖରେ ଖୋଲିବ ହୀରାକୁଦ ଗେଟ୍‌। ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି। ଏଣୁ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି...

ସାମ୍ବାଦିକା ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ; ମୃତ୍ୟୁ ପୂର୍ବରୁ…

ଭୁବନେଶ୍ୱର,୨୫।୭: ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ରାତିରେ ସେ ଟେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri