ଆରମ୍ଭ ହେଲା ‘ଗାନ୍ଧୀ ଶିଳ୍ପ ବଜାର’

ଭୁବନେଶ୍ୱର, ୧୬।୩ (ବ୍ୟୁରୋ): ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ (ଉତ୍କଳିକା) ପକ୍ଷରୁ ‘ଗାନ୍ଧୀ ଶିଳ୍ପ ବଜାର’ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି। ସୋମବାର ଏହି ମେଳାକୁ ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦ୍‌ଘାଟନ କରିଥିଲେ। ଏହି ଜାତୀୟ ପ୍ରଦର୍ଶନୀରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆସାମ, ଗୋଆ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ୧୪ ରାଜ୍ୟରୁ ୧୦୦ଜଣ ହସ୍ତଶିଳ୍ପ କାରିଗର ଭାଗ ନେଇଛନ୍ତି। ଓଡ଼ିଶାର ଡୋକ୍ରା, ପିପିଲିର ଚାନ୍ଦୁଆ କାମ, ତାରକସୀ, କାଠଶିଳ୍ପ, ଶିଙ୍ଗ ଶିଳ୍ପ, ଟସର ପେଣ୍ଟିଂ, ତାଳପତ୍ର ଖୋଦେଇ, ଜନଜାତି ଅଳଙ୍କାର, ସବାଇଘାସ ଆଦି ହସ୍ତଶିଳ୍ପ ସାମଗ୍ରୀ ମେଳାରେ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ସେହିପରି ପଶ୍ଚିମବଙ୍ଗର ଟେରାକୋଟା, କନ୍ଥା ସିଲେଇ, ଝାଡ଼ଖଣ୍ଡର ଲୌହଶିଳ୍ପ, ଆସାମର ବାଉଁଶ ଶିଳ୍ପ, ଗୋଆର ଏମ୍ବ୍ରୋଡୋରି, ମହାରାଷ୍ଟ୍ରର କୋହ୍ଲାପୁରୀ, ଦିଲ୍ଲୀର ଅଳଙ୍କାର ଭଳି ବହୁ ହସ୍ତଶିଳ୍ପ ସାମଗ୍ରୀ ଏଠାରେ ଉପଲବ୍ଧ ହେଉଛି। ଉଦ୍‌ଘାଟନୀ ଉତ୍ସବରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସନାତନ ନାୟକ, ବିଭାଗର ଅତିରିକ୍ତ ସଚିବ କୈଳାସ ଚନ୍ଦ୍ର ସାହୁ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ସ୍ବୟଂପ୍ରଭା ମୁଦୁଲି, ଭାରତ ସରକାରଙ୍କ ବିକାଶ ଆୟୁକ୍ତ (ହସ୍ତଶିଳ୍ପ)ର ସହକାରୀ ନିର୍ଦ୍ଦେଶିକା କୁମାରୀ ଶୈଳଜା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

୯ ଦିନରେ ଏନ୍‌ବିଡବ୍ଲ୍ୟୁରେ ବନ୍ଧାହେଲେ ୫୧୨୧

କଟକ ଅଫିସ, ୬ା୨: ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ)ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୨୭ ତାରିଖରୁ...

ଓଡ଼ିଶାର ୨୨ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ୭୬ତମ ସ୍ବାଧୀନତା ଦିବସ ଅବସରରେ ସୋମବାର ଓଡ଼ିଶାର ୨୨ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି। ଲୋକସେବା ଭବନ...

ବ୍ରଜରାଜନଗର ଉପନିର୍ବାଚନ: ଭାଜପାର ପ୍ରଚାରକ ତାଲିକାରେ ୫ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୧୫।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ପୂର୍ବରୁ ପ୍ରଚାରକ ତାଲିକା ଜାରି କରିଥିବା ବେଳେ ରବିବାର ଭାଜପା ୪୦ ଜଣିଆ ପ୍ରଚାରକ...

ପୁରୀରେ ନିରାମିଷ କାଫେଟେରିଆ

ପୁରୀ ଅଫିସ,୨।୪: ସ୍ବର୍ଗଦ୍ୱାର ପାଖରେ ଜିଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲିଛି। ଓଡ଼ିଶା...

ଲଗାଣ ବର୍ଷାରେ ବେହାଲ କଟକ: ଘରେ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

କଟକ ଅଫିସ,୭।୭: ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁ କଟକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ସହରର ସମସ୍ତ ଗଳିକନ୍ଦି ଓ ରାସ୍ତା ଉପରେ ଆଣ୍ଠୁଏ...

ଆଇନ ଶୃଙ୍ଖଳାକୁ ନେଇ ବିଧାନସଭାରେ ହଙ୍ଗାମା: ସରକାରଙ୍କୁ ହରଡ଼ଘଣାରେ ପକାଇଲେ ବିରୋଧୀ; ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଲୋକଙ୍କୁ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି,...

ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା

ଭୁବନେଶ୍ବର, ୯ା୮(ବ୍ୟୁରୋ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଦିଲ୍ଲୀ ଫେରିଯାଇଛନ୍ତି। ହେଲେ ତାଙ୍କ ଗସ୍ତକୁ ନେଇ ବିଜେଡି...

ବାହାରିଲା ମାଟ୍ରିକ ପରୀକ୍ଷା ଫଳ: ପାସ୍‌ ହାର ୭୮.୭୬ ପ୍ରତିଶତ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ବୁଧବାର ସକାଳ ୧୧ଟାରେ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପାସ୍‌ ହାର ୭୮.୭୬% ରହିଛି। ପୁଅଙ୍କ ତୁଳନାରେ ଝିଅମାନେ...

Advertisement
Archives

Model This Week