ଘୋଷଣାରେ ରହିଯିବ ‘ଗାନ୍ଧୀ ସର୍କିଟ’

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଚଳିତବର୍ଷ କେବଳ ପାଳନରେ ସୀମିତ ରହିଯିବ ସରକାରଙ୍କ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ମହାସମାରୋହର ସହ ଆୟୋଜନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଥିଲେ। ହେଲେ ଏବେ କୋଭିଡ୍‌ ବାହାନା ଦେଖାଇ ସେସବୁକୁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି କେବଳ ଘୋଷଣାରେ ସୀମିତ ରହିଥିବା ବହୁ ପ୍ରତୀକ୍ଷିତ ‘ଗାନ୍ଧୀ ସର୍କିଟ୍‌’ ଏବର୍ଷ ବାସ୍ତବ ରୂପ ନେବ ବୋଲି ଆଶା କରାଯାଉଥିଲା। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ହେବା ସମ୍ଭବ ନୁହେଁ।
ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ ଉଜ୍ଜୀବିତ ରଖିବା ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୫ରେ ଗାନ୍ଧୀ ସର୍କିଟ୍‌ର ପରିକଳ୍ପନା କରାଯାଇଥିଲା। ମୃତ୍ୟୁ ପୂର୍ବରୁ ଗାନ୍ଧିଜୀ ଓଡିଶାର ଯେଉଁସବୁ ସ୍ଥାନକୁ ଆସିଥିଲେ ତାହାକୁ ଏକାଠି କରି ‘ଗାନ୍ଧୀ ସର୍କିଟ୍‌’ କରିବାକୁ ବ୍ୟାପକ ଆଲୋଚନା ସହ ପ୍ରକ୍ରିୟା ମଧ୍ୟ ହୋଇଥିଲା। ଗୁଜରାଟର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତକରି ଭିତ୍ତିଭୂମି ବୁଲି ଦେଖିଥିଲେ। ସେସବୁ ସ୍ଥାନର ବିକାଶ ଲାଗି ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବ ବୋଲି ସରକାରଙ୍କ ପକ୍ଷରୁ ବିଧାନସଭାରେ ବି ଘୋଷଣା କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଗାନ୍ଧୀ ଯେଉଁ ସ୍ଥାନକୁ ଆସିଥିଲେ ତାହା ଏବେ ବି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଛି। କଟକର ସ୍ବରାଜ ଆଶ୍ରମ, ତେଲଙ୍ଗାପେଣ୍ଠ, ପୁରୀ ଜିଲାର ବେରେବୋଇ ଏବଂ ବାଲିଅନ୍ତାକୁ ଏହି ସର୍କିଟରେ ଅନ୍ତର୍ଭୁକ୍ତ କରାଯାଇଥିବା ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗର ବେରେବୋଇ ଏବଂ ବାଲିଅନ୍ତାର ନିକୁଞ୍ଜ ବିହାରୀର ଭିତ୍ତିଭୂମି ବିକାଶ ସହ ଟଙ୍କପାଣି ରୋଡ୍‌ ଅଞ୍ଚଳରେ ଗାନ୍ଧିଜୀଙ୍କ ୧୧ଟି ପ୍ରତିମୂର୍ତ୍ତି ସ୍ଥାପନା କରି ତାହାକୁ ଗାନ୍ଧୀ ସର୍କିଟ ସହ ଯୋଡ଼ିବାକୁ ମଧ୍ୟ ମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ୩ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ କରାଯାଇନାହିଁ। ବଜେଟରେ ବରାଦ କରାଯାଉଥିବା ଅର୍ଥକୁ ବିଭାଗଗୁଡ଼ିକ ଖର୍ଚ୍ଚ କରିପାରୁ ନଥିବାରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କିଛି ବି ଫରକ୍‌ ପଡୁନି।
ତେବେ ବିଭାଗ ପକ୍ଷରୁ ଏନେଇ କୁହାଯାଇଛି, ଓଡ଼ିଶାକୁ ଗାନ୍ଧୀ ଯେତେଥର ଆସିଥିଲେ ଓ ଯେଉଁ ସ୍ଥାନରେ ରହିଥିଲେ ସେଠାରେ ସଂପୃକ୍ତ ଜିଲାପାଳ ଓ ସଂସ୍କୃତି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଳିତବର୍ଷ ଉତ୍ସବ ପାଳନ କରାଯିବ। ଅକ୍ଟୋବର ମାସର ସଂସ୍କୃତି ଚର୍ଚ୍ଚା ଓ ପୁସ୍ତକ ଚର୍ଚ୍ଚା ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପାଇଁ ସମର୍ପିତ ହେବ। ତେବେ ସର୍କିଟ ଡେଷ୍ଟିନେଶନ କାର୍ଯ୍ୟ ଉଭୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମିଳିତଭାବେ କରିବେ ବୋଲି କୁହାଯାଇଛି।

ଓଡ଼ିଶାରେ ଗାନ୍ଧୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୨୧ ମାର୍ଚ୍ଚରେ ପ୍ରଥମଥର ମହାତ୍ମା ଗାନ୍ଧୀ ଓଡିଶା ଗସ୍ତରେ ଆସିଥିଲେ। କଟକ କାଠଯୋଡି ପଠାରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେଇ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନର ମଞ୍ଜି ବୁଣିଥିଲେ। ଏହାପରେ ସେ ଭଦ୍ରକ ଏବଂ ପୁରୀ ଜିଲା ବ୍ରହ୍ମପୁରରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫେରିଯାଇଥିଲେ। ସେହିଭଳି ୧୯୨୫ ଅଗଷ୍ଟରେ ଦ୍ବିତୀୟଥର ଲାଗି କଟକ, ୧୯୨୭ ଡିସେମ୍ବରରେ ବାଲେଶ୍ୱର, ଭଦ୍ରକ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ, ୧୯୨୮ରେ ଝାରସୁଗୁଡା ଏବଂ ସମ୍ବଲପୁର ଗସ୍ତ କରିଥିଲେ। ୧୯୩୪ରେ ଝାରସୁଗୁଡା, ସମ୍ବଲପୁର, ଭଦ୍ରକ, ପୁରୀର ବିଭିନ୍ନ ସଭାରେ ଯୋଗଦେଇ ପୁରୀରୁ କଟକ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ୧୯୩୮ ମାର୍ଚ୍ଚରେ ପୁରୀ ଗାନ୍ଧୀ ସେବା ସଂଘର ବାର୍ଷିକ ସମ୍ମିଳନୀ ଏବଂ ଶେଷଥର ଲାଗି ୧୯୪୬ରେ କଟକ ଏବଂ ବ୍ରହ୍ମପୁରରେ ଗାନ୍ଧୀ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ ୧୧୫୦ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର, ୬।୮(ବ୍ୟୁରୋ): ମହାକାରୀ କରୋନାରୁ ଗୁରୁବାର ୧୧୫୦ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୬,୮୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ...

ଭାଜପା ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଖୋର୍ଦ୍ଧା ଭାଜପା ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲା। ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଡିଜି ବିକେ...

କମିପାରେ ହୋମ ଆଇସୋଲେଶନ ଅବଧି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ୭ ଦିନ ବଦଳରେ ହୋମ ଆଇସୋଲେଶନ ଅବଧି ୫ ଦିନ କରାଯିବା। ପୂର୍ବରୁ ହୋମ ଆଇସୋଲେଶନ ଅବଧି ୧୦ ଦିନ ରହିଥିଲା, ପରେ...

ନିୟମ ଅନୁଯାୟୀ ମାସ୍କ କିଣା: ସସ୍ମିତ

ଭୁବନେଶ୍ୱର,୧୨ା୬(ବ୍ୟୁରୋ):କରୋନା(କୋଭିଡ୍‌-୧୯) ମହାମାରୀ ସମଗ୍ର ବିଶ୍ୱ ପାଇଁ ବିପର୍ଯ୍ୟୟ ସୃଷ୍ଟିକରିଛି। ଲକ୍‌ଡାଉନ ଯୋଗୁ ମାସ୍କ ଦର ବଢିଥିଲା। ଉତ୍ପାଦନ ଦାମ୍‌ ବଢିବାରୁ ୧୦ ଟଙ୍କାର ମାସ୍କ ୧୬...

ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌: ଯାତ୍ରୀଙ୍କୁ ଖାଦ୍ୟରେ ନିଶାଦେଇ ଲୁଟ୍‌

କଟକ ଅଫିସ,୨୦ା୭: ଟ୍ରେନରେ ମାତିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ। ରାଜ୍ୟ ବାହାରୁ ଟ୍ରେନରେ ଓଡ଼ିଶା ଆସୁଥିବା ଯାତ୍ରୀମାନଙ୍କୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ଟାର୍ଗେଟ କରୁଛନ୍ତି। ଟ୍ରେନ୍‌ରେ...

ବିବାଦ ପିଛା ଛାଡୁନି: ପୁଣି ଠକେଇ ଅଭିଯୋଗ ଅଡୁଆରେ ଅଭିନେତ୍ରୀ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଓଲିଉଡ୍‌ର ଜଣେ ଅଭିନେତ୍ରୀଙ୍କ ପିଛା ଛାଡ଼ୁନି ବିବାଦ। ପ୍ରଥମେ ପ୍ରେମ ନାଁରେ ପ୍ରେମିକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେବା ଅଭିଯୋଗରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ...

ବଢ଼ିବ ଟୋଲ ଫି: ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଲା ଓବିସିସି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ। ଗାଡି ଚାଳକଙ୍କୁ ଅଧିକ ଟିକସ ଦେବାକୁ ପଡିବ।୨୦୦୬ରେ ଧାର୍ଯ୍ୟ ହୋଇଥିବା ଟୋଲ ଟିକସରେ ସଂଶୋଧନ କରାଯିବ। ଓଡ଼ିଶା...

ଡରାଇଲାଣି କରୋନା: ରାଜଧାନୀରେ ଚିହ୍ନଟ ହେଲେ ୨୪ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରେ ୨୦ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତ ଥିବା ବେଳେ ୪ ଲୋକାଲ କେସ୍‌ ରହିଛି।...

Advertisement
Archives

Model This Week