ଘୋଷଣାରେ ରହିଯିବ ‘ଗାନ୍ଧୀ ସର୍କିଟ’

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଚଳିତବର୍ଷ କେବଳ ପାଳନରେ ସୀମିତ ରହିଯିବ ସରକାରଙ୍କ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ମହାସମାରୋହର ସହ ଆୟୋଜନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଥିଲେ। ହେଲେ ଏବେ କୋଭିଡ୍‌ ବାହାନା ଦେଖାଇ ସେସବୁକୁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି କେବଳ ଘୋଷଣାରେ ସୀମିତ ରହିଥିବା ବହୁ ପ୍ରତୀକ୍ଷିତ ‘ଗାନ୍ଧୀ ସର୍କିଟ୍‌’ ଏବର୍ଷ ବାସ୍ତବ ରୂପ ନେବ ବୋଲି ଆଶା କରାଯାଉଥିଲା। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ହେବା ସମ୍ଭବ ନୁହେଁ।
ମହାତ୍ମା ଗାନ୍ଧୀଙ୍କ ଓଡିଶା ଗସ୍ତକୁ ଉଜ୍ଜୀବିତ ରଖିବା ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୫ରେ ଗାନ୍ଧୀ ସର୍କିଟ୍‌ର ପରିକଳ୍ପନା କରାଯାଇଥିଲା। ମୃତ୍ୟୁ ପୂର୍ବରୁ ଗାନ୍ଧିଜୀ ଓଡିଶାର ଯେଉଁସବୁ ସ୍ଥାନକୁ ଆସିଥିଲେ ତାହାକୁ ଏକାଠି କରି ‘ଗାନ୍ଧୀ ସର୍କିଟ୍‌’ କରିବାକୁ ବ୍ୟାପକ ଆଲୋଚନା ସହ ପ୍ରକ୍ରିୟା ମଧ୍ୟ ହୋଇଥିଲା। ଗୁଜରାଟର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତକରି ଭିତ୍ତିଭୂମି ବୁଲି ଦେଖିଥିଲେ। ସେସବୁ ସ୍ଥାନର ବିକାଶ ଲାଗି ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବ ବୋଲି ସରକାରଙ୍କ ପକ୍ଷରୁ ବିଧାନସଭାରେ ବି ଘୋଷଣା କରାଯାଇଥିଲା। ମାତ୍ର ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଗାନ୍ଧୀ ଯେଉଁ ସ୍ଥାନକୁ ଆସିଥିଲେ ତାହା ଏବେ ବି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଛି। କଟକର ସ୍ବରାଜ ଆଶ୍ରମ, ତେଲଙ୍ଗାପେଣ୍ଠ, ପୁରୀ ଜିଲାର ବେରେବୋଇ ଏବଂ ବାଲିଅନ୍ତାକୁ ଏହି ସର୍କିଟରେ ଅନ୍ତର୍ଭୁକ୍ତ କରାଯାଇଥିବା ତତ୍‌କାଳୀନ ପର୍ଯ୍ୟଟନ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗର ବେରେବୋଇ ଏବଂ ବାଲିଅନ୍ତାର ନିକୁଞ୍ଜ ବିହାରୀର ଭିତ୍ତିଭୂମି ବିକାଶ ସହ ଟଙ୍କପାଣି ରୋଡ୍‌ ଅଞ୍ଚଳରେ ଗାନ୍ଧିଜୀଙ୍କ ୧୧ଟି ପ୍ରତିମୂର୍ତ୍ତି ସ୍ଥାପନା କରି ତାହାକୁ ଗାନ୍ଧୀ ସର୍କିଟ ସହ ଯୋଡ଼ିବାକୁ ମଧ୍ୟ ମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ୩ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଟଙ୍କାଟିଏ ଖର୍ଚ୍ଚ କରାଯାଇନାହିଁ। ବଜେଟରେ ବରାଦ କରାଯାଉଥିବା ଅର୍ଥକୁ ବିଭାଗଗୁଡ଼ିକ ଖର୍ଚ୍ଚ କରିପାରୁ ନଥିବାରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ କିଛି ବି ଫରକ୍‌ ପଡୁନି।
ତେବେ ବିଭାଗ ପକ୍ଷରୁ ଏନେଇ କୁହାଯାଇଛି, ଓଡ଼ିଶାକୁ ଗାନ୍ଧୀ ଯେତେଥର ଆସିଥିଲେ ଓ ଯେଉଁ ସ୍ଥାନରେ ରହିଥିଲେ ସେଠାରେ ସଂପୃକ୍ତ ଜିଲାପାଳ ଓ ସଂସ୍କୃତି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଳିତବର୍ଷ ଉତ୍ସବ ପାଳନ କରାଯିବ। ଅକ୍ଟୋବର ମାସର ସଂସ୍କୃତି ଚର୍ଚ୍ଚା ଓ ପୁସ୍ତକ ଚର୍ଚ୍ଚା ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପାଇଁ ସମର୍ପିତ ହେବ। ତେବେ ସର୍କିଟ ଡେଷ୍ଟିନେଶନ କାର୍ଯ୍ୟ ଉଭୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମିଳିତଭାବେ କରିବେ ବୋଲି କୁହାଯାଇଛି।

ଓଡ଼ିଶାରେ ଗାନ୍ଧୀ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୨୧ ମାର୍ଚ୍ଚରେ ପ୍ରଥମଥର ମହାତ୍ମା ଗାନ୍ଧୀ ଓଡିଶା ଗସ୍ତରେ ଆସିଥିଲେ। କଟକ କାଠଯୋଡି ପଠାରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେଇ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନର ମଞ୍ଜି ବୁଣିଥିଲେ। ଏହାପରେ ସେ ଭଦ୍ରକ ଏବଂ ପୁରୀ ଜିଲା ବ୍ରହ୍ମପୁରରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫେରିଯାଇଥିଲେ। ସେହିଭଳି ୧୯୨୫ ଅଗଷ୍ଟରେ ଦ୍ବିତୀୟଥର ଲାଗି କଟକ, ୧୯୨୭ ଡିସେମ୍ବରରେ ବାଲେଶ୍ୱର, ଭଦ୍ରକ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳ, ୧୯୨୮ରେ ଝାରସୁଗୁଡା ଏବଂ ସମ୍ବଲପୁର ଗସ୍ତ କରିଥିଲେ। ୧୯୩୪ରେ ଝାରସୁଗୁଡା, ସମ୍ବଲପୁର, ଭଦ୍ରକ, ପୁରୀର ବିଭିନ୍ନ ସଭାରେ ଯୋଗଦେଇ ପୁରୀରୁ କଟକ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ୧୯୩୮ ମାର୍ଚ୍ଚରେ ପୁରୀ ଗାନ୍ଧୀ ସେବା ସଂଘର ବାର୍ଷିକ ସମ୍ମିଳନୀ ଏବଂ ଶେଷଥର ଲାଗି ୧୯୪୬ରେ କଟକ ଏବଂ ବ୍ରହ୍ମପୁରରେ ଗାନ୍ଧୀ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?