ଫଳକରେ ସୀମିତ ଗଣ୍ଡାନାଳ ବିଜୁ ସେତୁ

କଳିଙ୍ଗନଗର,୧୧ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ଦାନଗଦି ବ୍ଲକ୍‌ର ରାଣୀପଡ଼ା ଏବଂ ଓଲ୍ଲଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ଗଣ୍ଡାନାଳ। ବର୍ଷ ତମାମ ଏହି ନାଳରେ ପାଣିରେ ପଶି ଲୋକେ ଯାତାୟାତ କରୁଥିବାବେଳେ ବର୍ଷା ଦିନେ ବହୁ ହଇରାଣ ହରକତ ହେଉଛନ୍ତି। ନାଳ ଉପରେ ପୋଲଟିଏ ନ ଥିବାରୁ ଲୋକେ ବୁଲିବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ମୂଳାସାର ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ଓଲ୍ଲୋଳ ରାସ୍ତା ମଧ୍ୟରେ ଗଣ୍ଡାନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ପ୍ରଶାସନ ଆଗେଇ ଆସିଥିଲା। ଏଠାରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ୨୧ା୧୨ା୨୦୧୬ରେ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା। ଏହାପରେ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ପୋଲ ନିର୍ମାଣ କେବଳ ଫଳକରେ ହିଁ ସୀମିତ ରହିଯାଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର ପୋଲ କାର୍ଯ୍ୟ ଆରମ୍ଭ କରିବା ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନା ମୁତାବକ, ଦାନଗଦି ଓ ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ କ୍ଷେତ୍ର ଭାବେ ଘୋଷିତ ହୋଇଛି। ଏହି ୨ ବ୍ଲକ୍‌ରେ ବିକାଶମୂଳକ କାର୍ଯ୍ୟ ପାଇଁ ବିପୁଳ ଖଣିଜ ନ୍ୟାସ ପାଣ୍ଠି ଜମା ରହିଛି। ମାତ୍ର ବିକାଶ ଅର୍ଥ ବିନିଯୋଗ ବାଟବଣା ହେଉଥିବା ଦେଖାଯାଉଛି। ଗମନାଗମନର ସୁବିଧା ପାଇଁ ଉନ୍ନତ ରାସ୍ତା ଓ ସେତୁ ନିର୍ମାଣ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ହେଁ ବର୍ଷ ବର୍ଷ ଧରି ଦାନଗଦି ବ୍ଲକ୍‌ର ୪ ପଞ୍ଚାୟତବାସୀଙ୍କ ଆବଶ୍ୟକତା ବିଜୁ ସେତୁକୁ ଅଣଦେଖା କରାଯାଇଛି। ମୂଳାସାର ଏବଂ ଓଲ୍ଲୋଳକୁ ବିଭକ୍ତ କରୁଥିବା ଗଣ୍ଡାନାଳ ଉପରେ ବହୁ ପ୍ରତୀକ୍ଷିତ ଉଚ୍ଚ ସେତୁର ନିର୍ମାଣ ପାଇଁ ତତ୍କାଳୀନ ଏମ୍‌ପି ରୀତା ତରାଇ ଓ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଶୁଭ ଦେଇଥିଲେ। ବିଜୁ ସେତୁ ଯୋଜନା ଅନ୍ତର୍ଭୁକ୍ତ ଏହି ସେତୁ ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ନେଇଥିଲା। ମାତ୍ର ଏହା ପରଠାରୁ ଏହି ସେତୁ ନିର୍ମାଣ ପ୍ରସଙ୍ଗ ଶୂନ୍ୟରେ ମିଳେଇ ଯାଇଛି। ଫଳସରୂପ ଯେଉଁଠି ୨ କିଲୋମିଟର ରାସ୍ତାଦେଇ ଲୋକେ କଳିଙ୍ଗନଗର ଶିଳ୍ପାଞ୍ଚଳ, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ଲକ କିମ୍ବା ତହସିଲ କାର୍ଯ୍ୟାଳୟ ଯିବା କଥା ସେଠାରେ ଲୋକେ ୨୦ କିଲୋମିଟର ଅଧିକ ବୁଲି ବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଜରୁରିକାଳୀନ ସମୟରେ ଆମ୍ବୁଲାନ୍ସ, ଦମକଳ କିମ୍ବା ପୋଲିସ ଗାଡ଼ି ଆସିବା ସମ୍ଭବ ହେଉନାହିଁ। ଏ ନେଇ ଲୋକେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରୁନାହିଁ। କେବଳ ନିର୍ବାଚନ ସମୟରେ ସେତୁ ନିର୍ମାଣ ପ୍ରସଙ୍ଗରେ ସରଗରମ ଆଲୋଚନା ହେଉଥିବା ବେଳେ ଅନ୍ୟ ସମୟରେ କେହି ଏହି ସମସ୍ୟାକୁ ଆଡ଼ ଆଖିରେ ଚାହୁଁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ଦିନେ ବାଟୋଇ କିମ୍ବା ସାଇକେଲ ଆରୋହୀ କୌଣସି ପ୍ରକାର ନାଳ ପାର ହେଉଥିବା ବେଳେ ବର୍ଷା ଦିନେ ଏହି ବାଟରେ ଯାତାୟାତ ପାଇଁ ଲୋକେ ନାନା ହଇରାଣ ହୋଇଥାନ୍ତି। ତେବେ ପୋଲ ନିର୍ମାଣ କାହିଁକି ଓ କେଉଁ କାରଣରୁ ଅଟକିଛି ସେ ସମ୍ପର୍କରେ କାହା ପାଖରେ ଖବର ନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସ୍ଥାନୀୟ ବିଧାୟକ ଯଥା ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri