ସ୍କ୍ରାପ ବିକ୍ରି କରି ୧୪୦ କୋଟିରୁ ଅଧିକ ଟଙ୍କା ଆୟ କଲା ଉତ୍ତର ପଶ୍ଚିମ ରେଲଓ୍ବେ…

ଜୟପୁର,୧୧।୧୨ : ସ୍କ୍ରାପରୁ କୋଟି କୋଟି ଟଙ୍କା ଆୟ କରିଛି ରେଲଓ୍ବେ। ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରି କରି ୧୪୦କୋଟିରୁ ଅଧିକ ଆୟ ସଂଗ୍ରହ କରିଛି। ଉତ୍ତର ପଶ୍ଚିମ ରେଲଓ୍ବେ ଏହାର ଅଜମେର, ଯୋଧପୁର, ବିକାନେର ଏବଂ ଜୟପୁର ଡିଭିଜନରେ ଚାରୋଟି ବିଭାଗର ରେଳ ଷ୍ଟେଶନର ସ୍କ୍ରାପ ବିକ୍ରି କରି ୧୪୦ କୋଟି ୫୨ ଲକ୍ଷ ଟଙ୍କା ରୋଜଗାର କରିଛି।

ଆସନ୍ତା ବର୍ଷ ପାଇଁ,ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପରୁ ୨୦୦ କୋଟି ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି।ଉତ୍ତର ପଶ୍ଚିମ ରେଲଓ୍ବେର ଏହି ରୋଜଗାର ଏହାର ବିକାଶ ସହିତ ଜଡିତ। ଦୀର୍ଘ ଦିନ ଧରି ଉତ୍ତର ପଶ୍ଚିମ ରେଲଓ୍ବେର ବିଭିନ୍ନ ରେଲଓ୍ବେ ଜୋନର ୟାର୍ଡ-ରିମଡେଲିଂ ଏବଂ ଲୁପ ଲାଇନ କାର୍ଯ୍ୟ ଚାଲିଛି। ଏହି କାରଣରୁ ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସ୍କ୍ରାପ ସଂଗ୍ରହ କରାଯାଉଛି। ଏହି କାର୍ଯ୍ୟଗୁଡିକ ଯୋଗୁ ଟ୍ରେନ ଗୁଡିକ ମଧ୍ୟ କ୍ରମାଗତ ଭାବରେ ବାତିଲ ହେଉଛି।

ଗତ ଏକ ମାସ ମଧ୍ୟରେ ପ୍ରାୟ ୫୦ ଟି ଟ୍ରେନ ବାତିଲ କରାଯାଇଛି। ଟ୍ରେନ ବାତିଲ ହେବାରୁ ହଜାର ହଜାର ଯାତ୍ରୀଙ୍କ ଯାତ୍ରା ପ୍ରଭାବିତ ହୋଇଛି ଏବଂ ରେଳବାଇର କୋଟି କୋଟି ଟଙ୍କା ରୋଜଗାର ବନ୍ଦ ହୋଇଯାଇଛି। ଯଦିଓ ଟ୍ରେନ ବାତିଲ ଯୋଗୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଯଦି ଏହାର ଆକଳନ କରାଯାଏ ତେବେ ଏହା କୋଟି କୋଟିରେ ପହଞ୍ଚିବ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ଏହା ସତ୍ତ୍ୱେ ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରୟ କରି ଟଙ୍କା ରୋଜଗାର କରିଛି।

ଉତ୍ତର ପଶ୍ଚିମ ରେଳବାଇର ସିପିଆର କ୍ୟାପଟେନ ଶଶି କିରଣ କହିଛନ୍ତି ଯେ ସ୍କ୍ରାପ ବିକ୍ରୟ କରି ଗତ ବର୍ଷ ୧୨୫ କୋଟି ଟଙ୍କା ଆୟ ହୋଇଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୨ ପ୍ରତିଶତ ଅଧିକ ଲାଭ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୯ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା: ଦେଶରେ ଗୋଟିଏ ଦିନରେ ସର୍ବାଧିକ ୨୮,୭୦୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୧୩।୭: କନ୍ଦାଇଲାଣି କରୋନା। ବେଳକୁ ବେଳ ଏହା ସୁଅ ଭଳି ମାଡି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୦୧ ନୂଆ ସଂକ୍ରମିତ ଚିହ୍ନଟ ହେବା...

ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା,୨୧।୮: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ...

ମହାରାଷ୍ଟ୍ର ଡ୍ରାମା: ଭାଜପାର ନା ପରେ, ଶିବସେନାକୁ ସରକାର ଗଢିବା ପାଇଁ ପଚାରିଲେ ରାଜ୍ୟପାଳ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏବେ ହାଇଭୋଲଟେଜ୍‌ ରାଜନୈତିକ ଡ୍ରାମା ଚାଲିଛି। ରବିବାର ଭାଜପା ସରକାର ଗଢିବା ପାଇଁ ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାର...

ବିଜୟା ଦଶମୀରେ କେସିଆର୍‌ କରିପାରନ୍ତି ବଡ଼ ଘୋଷଣା

ହାଇଦ୍ରାବାଦ,୨୯।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଆସନ୍ତା ଅକ୍ଟୋବର ୫ ବିଜୟା ଦଶମୀରେ ତାଙ୍କର ଜାତୀୟ ଦଳ ଶୁଭାରମ୍ଭ...

ତାଜ୍‌ମହଲରେ ବୋମା ଆତଙ୍କ: ପର୍ଯ୍ୟଟକଙ୍କୁ ବାହାର କରାଗଲା

ଆଗ୍ରା,୪।୩: ତାଜ୍‌ମହଲରେ ବୋମା ଆତଙ୍କ ଯୋଗୁ ଏହାର ପରିସରକୁ ଖାଲି କରି ଦିଆଯାଇଛି। ପର୍ଯ୍ୟଟକଙ୍କୁୁ ସିଆଇଏସ୍‌ଏଫ୍‌ ଟିମ୍‌ ପକ୍ଷରୁ ବାହାର କରାଯାଇଛି। ପରିସରରେ ବୋମା ରହିଥିବା...

ପୁଣି ବଢ଼ିଲା: ୭ ବର୍ଷରେ ଡବଲ୍‌ ହେଲାଣି ଏଲ୍‌ପିଜି ଦର

ନୂଆଦିଲ୍ଲୀ,୧।୭: ମହାମାରୀ ସମୟରେ କ୍ରମାଗତ ବୃଦ୍ଧି ପାଉଥିବା ପେଟ୍ରୋଲ ଏବଂ ଡିଜେଲ ଦର ସାଙ୍ଗକୁ ଏଲ୍‌ପିଜ ଦର ଲୋକଙ୍କ ଉପରେ ସାଜିଲାଣି ବୋଝ ଉପରେ ନଳିତା...

କଟା ହେଲା ଗଛ: ଭଙ୍ଗା ବସା ପାଖରେ ୨ଦିନ ବସି ରହିଲା ମା’ ପକ୍ଷୀ; ଭିଡ଼ିଓ ଭାଇରାଲ

ମୁମ୍ବାଇ,୬।୧୦: ମହାରାଷ୍ଟ୍ର ମୁମ୍ବାଇର ଆରେ କଲୋନୀରେ ଗଛ କଟା ଜାରି ରହିଛି। ଏହାଦ୍ୱାରା ଘଛରେ ଥିବା ଶହେରୁ ଅଧିକ ପକ୍ଷୀ ବସା ଭାଙ୍ଗି ଯାଇଛି। ତେବେ...

ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିଲେ ମାନ୍‌

ଚଣ୍ଡିଗଡ଼,୨୮।୯(ପି.ଟି.): ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଭାଙ୍ଗିବା ପାଇଁ ବିରୋଧୀ ଦଳ ଭାଜପା ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ଏହାକୁ ସାଥ୍‌ ଦେଉଥିବା ଅଭିଯୋଗ...

Advertisement
Archives

Model This Week