ସ୍କ୍ରାପ ବିକ୍ରି କରି ୧୪୦ କୋଟିରୁ ଅଧିକ ଟଙ୍କା ଆୟ କଲା ଉତ୍ତର ପଶ୍ଚିମ ରେଲଓ୍ବେ…

ଜୟପୁର,୧୧।୧୨ : ସ୍କ୍ରାପରୁ କୋଟି କୋଟି ଟଙ୍କା ଆୟ କରିଛି ରେଲଓ୍ବେ। ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରି କରି ୧୪୦କୋଟିରୁ ଅଧିକ ଆୟ ସଂଗ୍ରହ କରିଛି। ଉତ୍ତର ପଶ୍ଚିମ ରେଲଓ୍ବେ ଏହାର ଅଜମେର, ଯୋଧପୁର, ବିକାନେର ଏବଂ ଜୟପୁର ଡିଭିଜନରେ ଚାରୋଟି ବିଭାଗର ରେଳ ଷ୍ଟେଶନର ସ୍କ୍ରାପ ବିକ୍ରି କରି ୧୪୦ କୋଟି ୫୨ ଲକ୍ଷ ଟଙ୍କା ରୋଜଗାର କରିଛି।

ଆସନ୍ତା ବର୍ଷ ପାଇଁ,ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପରୁ ୨୦୦ କୋଟି ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି।ଉତ୍ତର ପଶ୍ଚିମ ରେଲଓ୍ବେର ଏହି ରୋଜଗାର ଏହାର ବିକାଶ ସହିତ ଜଡିତ। ଦୀର୍ଘ ଦିନ ଧରି ଉତ୍ତର ପଶ୍ଚିମ ରେଲଓ୍ବେର ବିଭିନ୍ନ ରେଲଓ୍ବେ ଜୋନର ୟାର୍ଡ-ରିମଡେଲିଂ ଏବଂ ଲୁପ ଲାଇନ କାର୍ଯ୍ୟ ଚାଲିଛି। ଏହି କାରଣରୁ ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସ୍କ୍ରାପ ସଂଗ୍ରହ କରାଯାଉଛି। ଏହି କାର୍ଯ୍ୟଗୁଡିକ ଯୋଗୁ ଟ୍ରେନ ଗୁଡିକ ମଧ୍ୟ କ୍ରମାଗତ ଭାବରେ ବାତିଲ ହେଉଛି।

ଗତ ଏକ ମାସ ମଧ୍ୟରେ ପ୍ରାୟ ୫୦ ଟି ଟ୍ରେନ ବାତିଲ କରାଯାଇଛି। ଟ୍ରେନ ବାତିଲ ହେବାରୁ ହଜାର ହଜାର ଯାତ୍ରୀଙ୍କ ଯାତ୍ରା ପ୍ରଭାବିତ ହୋଇଛି ଏବଂ ରେଳବାଇର କୋଟି କୋଟି ଟଙ୍କା ରୋଜଗାର ବନ୍ଦ ହୋଇଯାଇଛି। ଯଦିଓ ଟ୍ରେନ ବାତିଲ ଯୋଗୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଯଦି ଏହାର ଆକଳନ କରାଯାଏ ତେବେ ଏହା କୋଟି କୋଟିରେ ପହଞ୍ଚିବ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ଏହା ସତ୍ତ୍ୱେ ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରୟ କରି ଟଙ୍କା ରୋଜଗାର କରିଛି।

ଉତ୍ତର ପଶ୍ଚିମ ରେଳବାଇର ସିପିଆର କ୍ୟାପଟେନ ଶଶି କିରଣ କହିଛନ୍ତି ଯେ ସ୍କ୍ରାପ ବିକ୍ରୟ କରି ଗତ ବର୍ଷ ୧୨୫ କୋଟି ଟଙ୍କା ଆୟ ହୋଇଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୨ ପ୍ରତିଶତ ଅଧିକ ଲାଭ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବନ୍ୟା ମୁକାବିଲାରେ ସାହାଯ୍ୟ କରୁଛି ‘ଆରାବଳୀ’

ନୂଆଦିଲ୍ଲୀ,୨୩ା୬: ଦେଶର ରାଜଧାନୀ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ସହରକୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ପାଇଁ ଆରାବଳୀ ବାୟୋଡାଇଭର୍ସିଟି ପାର୍କ…

ନିଆଁ ପରେ ନିଆଁ

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲିଗଞ୍ଜ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ୨୨ ଜୁନ୍‌ରେ ନିଅଁା ଲାଗିଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି।…

‘ଯଦି ଚୁକ୍ତି ବିଫଳ ହୁଏ ତେବେ ମୁଁ ଯାହା କରିବି…’, ଶାନ୍ତି ଆଲୋଚନା ମଧ୍ୟରେ ଏଥର ବଡ଼ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଲିଥିବା ଆଲୋଚନା ମଧ୍ୟରେ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ଆମେରିକା ସହିତ…

ଚୂଡ଼ାନ୍ତ ଚୁକ୍ତିନାମାରେ ପବଞ୍ଚିବା କାର୍ଯ୍ୟପନ୍ଥାରେ ଆମେରିକା, ଇରାନ ରାଜି

ଓବୁର୍ଜେନ୍‌,୨୩ା୬: ସୁଇଜରଲାଣ୍ଡରେ ଆମେରିକା ଏବଂ ଇରାନର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ଶେଷ ହୋଇଥିବା ମଧ୍ୟସ୍ଥମାନେ କହିଛନ୍ତି। ୧୦୦ ଦିନରୁ ଊର୍ଦ୍ଧ୍ୱ ଚାଲିଥିବା…

ସାମାନ୍ୟ ବିଳମ୍ବ ପାଇଁ ବହୁ ପିଲା ଏନ୍‌ଇଇଟି ପରୀକ୍ଷାରୁ ବଞ୍ଚିତ

ନୂଆଦିଲ୍ଲୀ,୨୩ା୬: ଏନ୍‌ଇଇଟି-ୟୁଜି ପରୀକ୍ଷା ବାତିଲ ହେବା ପରେ ପାଖାପାଖି ୨୩ ଲକ୍ଷ ଛାତ୍ରୀଛାତ୍ର ପୁନଃ ପରୀକ୍ଷା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କଲେ। ପୁଣି ଥରେ…

ମାନସିକ ଉଦ୍‌ବେଗ ପାଇଁ ଦାୟୀ ୭୪ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୩ା୬: ବିଜ୍ଞାନ ଜଗତରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ବଡ଼ ସଫଳତା ମିଳିଛି। ବୈଜ୍ଞାନିକମାନେ ମାନବ ଶରୀରର ଡିଏନ୍‌ଏ (ଜେନୋମ) ମଧ୍ୟରେ ଏଭଳି ୭୪ଟି ଦିଗ ଚିହ୍ନଟ…

୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶା ଛୁଇଁବ ମୌସୁମୀ: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷା ସହ ପବନ

ଭୁବନେଶ୍ୱର, ୨୩।୬ (ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ଓଡ଼ିଶାର ଆହୁରି କିଛି ଅଞ୍ଚଳକୁ ପ୍ରବେଶ କରିଛି। ମୌସୁମୀ ବାୟୁର ଉତ୍ତର ସୀମା ଏବେ ବଲାଙ୍ଗୀର…

ହ୍ବାଟ୍‌ସଆପ୍‌ ମୁଖ୍ୟ ହେବେ କୁନାଲ ଶାହା

ନୂଆଦିଲ୍ଲୀ,୨୩ା୬: ଫିନ୍‌ଟେକ୍‌ କମ୍ପାନୀ ସିଆର୍‌ଇଡି(କ୍ରେଡ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ରହିଥିବା କୁନାଲ ଶାହା ତାଙ୍କ ପଦବୀ ଛାଡ଼ି ମେଟାରେ ଯୋଗ ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri