ଫଳକରେ ସୀମିତ ଗଣ୍ଡାନାଳ ବିଜୁ ସେତୁ

କଳିଙ୍ଗନଗର,୧୧ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ଦାନଗଦି ବ୍ଲକ୍‌ର ରାଣୀପଡ଼ା ଏବଂ ଓଲ୍ଲଳ ପଞ୍ଚାୟତ ମଧ୍ୟ ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ଗଣ୍ଡାନାଳ। ବର୍ଷ ତମାମ ଏହି ନାଳରେ ପାଣିରେ ପଶି ଲୋକେ ଯାତାୟାତ କରୁଥିବାବେଳେ ବର୍ଷା ଦିନେ ବହୁ ହଇରାଣ ହରକତ ହେଉଛନ୍ତି। ନାଳ ଉପରେ ପୋଲଟିଏ ନ ଥିବାରୁ ଲୋକେ ବୁଲିବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ଆଖି ଆଗରେ ରଖି ମୂଳାସାର ଗ୍ରାମ୍ୟ ଉନ୍ନୟନ ରାସ୍ତାଠାରୁ ଓଲ୍ଲୋଳ ରାସ୍ତା ମଧ୍ୟରେ ଗଣ୍ଡାନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ପ୍ରଶାସନ ଆଗେଇ ଆସିଥିଲା। ଏଠାରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ୨୧ା୧୨ା୨୦୧୬ରେ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା। ଏହାପରେ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ପୋଲ ନିର୍ମାଣ କେବଳ ଫଳକରେ ହିଁ ସୀମିତ ରହିଯାଇଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର ପୋଲ କାର୍ଯ୍ୟ ଆରମ୍ଭ କରିବା ଦିଗରେ ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନା ମୁତାବକ, ଦାନଗଦି ଓ ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ କ୍ଷେତ୍ର ଭାବେ ଘୋଷିତ ହୋଇଛି। ଏହି ୨ ବ୍ଲକ୍‌ରେ ବିକାଶମୂଳକ କାର୍ଯ୍ୟ ପାଇଁ ବିପୁଳ ଖଣିଜ ନ୍ୟାସ ପାଣ୍ଠି ଜମା ରହିଛି। ମାତ୍ର ବିକାଶ ଅର୍ଥ ବିନିଯୋଗ ବାଟବଣା ହେଉଥିବା ଦେଖାଯାଉଛି। ଗମନାଗମନର ସୁବିଧା ପାଇଁ ଉନ୍ନତ ରାସ୍ତା ଓ ସେତୁ ନିର୍ମାଣ ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ହେଁ ବର୍ଷ ବର୍ଷ ଧରି ଦାନଗଦି ବ୍ଲକ୍‌ର ୪ ପଞ୍ଚାୟତବାସୀଙ୍କ ଆବଶ୍ୟକତା ବିଜୁ ସେତୁକୁ ଅଣଦେଖା କରାଯାଇଛି। ମୂଳାସାର ଏବଂ ଓଲ୍ଲୋଳକୁ ବିଭକ୍ତ କରୁଥିବା ଗଣ୍ଡାନାଳ ଉପରେ ବହୁ ପ୍ରତୀକ୍ଷିତ ଉଚ୍ଚ ସେତୁର ନିର୍ମାଣ ପାଇଁ ତତ୍କାଳୀନ ଏମ୍‌ପି ରୀତା ତରାଇ ଓ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଶୁଭ ଦେଇଥିଲେ। ବିଜୁ ସେତୁ ଯୋଜନା ଅନ୍ତର୍ଭୁକ୍ତ ଏହି ସେତୁ ନିର୍ମାଣ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗ ନେଇଥିଲା। ମାତ୍ର ଏହା ପରଠାରୁ ଏହି ସେତୁ ନିର୍ମାଣ ପ୍ରସଙ୍ଗ ଶୂନ୍ୟରେ ମିଳେଇ ଯାଇଛି। ଫଳସରୂପ ଯେଉଁଠି ୨ କିଲୋମିଟର ରାସ୍ତାଦେଇ ଲୋକେ କଳିଙ୍ଗନଗର ଶିଳ୍ପାଞ୍ଚଳ, ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ଲକ କିମ୍ବା ତହସିଲ କାର୍ଯ୍ୟାଳୟ ଯିବା କଥା ସେଠାରେ ଲୋକେ ୨୦ କିଲୋମିଟର ଅଧିକ ବୁଲି ବୁଲି ଯିବାକୁ ବାଧ୍ୟ ହେଉଛନ୍ତି। ଜରୁରିକାଳୀନ ସମୟରେ ଆମ୍ବୁଲାନ୍ସ, ଦମକଳ କିମ୍ବା ପୋଲିସ ଗାଡ଼ି ଆସିବା ସମ୍ଭବ ହେଉନାହିଁ। ଏ ନେଇ ଲୋକେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରି ପାରୁନାହିଁ। କେବଳ ନିର୍ବାଚନ ସମୟରେ ସେତୁ ନିର୍ମାଣ ପ୍ରସଙ୍ଗରେ ସରଗରମ ଆଲୋଚନା ହେଉଥିବା ବେଳେ ଅନ୍ୟ ସମୟରେ କେହି ଏହି ସମସ୍ୟାକୁ ଆଡ଼ ଆଖିରେ ଚାହୁଁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟ ଦିନେ ବାଟୋଇ କିମ୍ବା ସାଇକେଲ ଆରୋହୀ କୌଣସି ପ୍ରକାର ନାଳ ପାର ହେଉଥିବା ବେଳେ ବର୍ଷା ଦିନେ ଏହି ବାଟରେ ଯାତାୟାତ ପାଇଁ ଲୋକେ ନାନା ହଇରାଣ ହୋଇଥାନ୍ତି। ତେବେ ପୋଲ ନିର୍ମାଣ କାହିଁକି ଓ କେଉଁ କାରଣରୁ ଅଟକିଛି ସେ ସମ୍ପର୍କରେ କାହା ପାଖରେ ଖବର ନାହିଁ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସ୍ଥାନୀୟ ବିଧାୟକ ଯଥା ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା, ଅସୁରକ୍ଷିତ

ଅନୁଗୋଳ ଅଫିସ, ୧୭ା୧୨:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ବିବାଦର ଶେଷ ହେଉନାହିଁ। ବିଭିନ୍ନ ଅବ୍ୟବସ୍ଥା ଲାଗିରହିଥିବାବେଳେ ଗୁରୁବାର ସକାଳେ ନିର୍ମାଣାଧୀନ ଆଇସିୟୁ ବିଲ୍ଡିଂ...

ବିନା ଗୃହରେ ଚାଲିଛି ୨୨୭ ଅଙ୍ଗନୱାଡି କେନ୍ଦ୍ର: ଉଦ୍‌ଘାଟନ ନ ହୋଇ ତାଲା ପଡ଼ିରହିଛି ବହୁ ଗୃହ

ରଣପୁର, ୧୨।୬ (ସ୍ବ.ପ୍ର.)-ଶିଶୁମାନଙ୍କୁ ଅପପୁଷ୍ଟିରୁ ରକ୍ଷା କରିବା ସହ ଶିକ୍ଷାର ପ୍ରସାର ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ହେଲେ ଅନେକ ସମୟରେ ଅଧିକାଂଶ କେନ୍ଦ୍ରରେ ବିଭିନ୍ନ...

ତୈଳ ଉତ୍ତୋଳନ ପାଇଁ ପୋଖରୀ ଖନନ

ଗୋପ,୧୯ା୯(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକର ଦୁଇଟି ପଞ୍ଚାୟତରେ ପେଟ୍ରୋଲ, ଡିଜେଲ ଉତ୍ତୋଳନକୁ ନେଇ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯାୟ କାର୍ଯ୍ୟ ଆରମ୍ଭ ହୋଇଛି।...

ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି।...

କାର୍‌ ଓଲଟିଲା, ୫ ଗୁରୁତର

ସୋର, ୨୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ୧୬ନଂ. ଜାତୀୟ ରାଜପଥ ଦହିସଡ଼ାଠାରେ ଶନିବାର ଅପରାହ୍ନ ସମୟରେ ଏକ କାର୍‌ (ନଂ. କେଏ୦୩ଏମ୍‌ଏକ୍ସ-୩୮୭୩) ଭାରସାମ୍ୟ ହରାଇ ରାସ୍ତାକଡ଼କୁ...

ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର...

ବୃଦ୍ଧଙ୍କୁ ପିଟି ହତ୍ୟା ମାମଲା : ୩ ଫେରାର୍‌ ଅଭିଯୁକ୍ତ ଗିରଫ

ବିଞ୍ଝାରପୁର,୧୩ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ହଳଦୀଢିହ ଗ୍ରାମପଞ୍ଚାୟତ ଅଣ୍ଢାଳୋଠାରେ ୨୦୧୭ରେ ନଇଆ ନାଳରେ ବେଆଇନ ଆଡିବନ୍ଧକରି ମାଛଧରାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏଥିରେ...

ଅନୁଭବ-ବର୍ଷା ଭିଡ଼ିଓ ଭାଇରାଲ ମାମଲା: ଆସନ୍ତା ୧୧ରେ ହେବ ଶୁଣାଣି

କଟକ ଅଫିସ,୫।୭: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଅନୁଭବ...

Advertisement
Archives

Model This Week