ସମୟର ଖେଳ

ସମ୍ପ୍ରତି ଗୁଜବ ରୋକିବା ପାଇଁ ଇଣ୍ଟରନେଟ୍‌ ଉପରେ କଟକଣା ଏକ ସହଜ ଉପାୟ ପାଲଟିଛି। ଡିଜିଟାଲ ରାଇଟ୍ସ ଆଡ୍‌ଭୋକେସି ଗ୍ରୁପ୍‌ ଆସେସ୍‌ ନାଓର ଏକ ରିପୋର୍ଟ ଅନୁସାରେ ୨୦୧୬ରୁ ୨୦୨୧ ମଧ୍ୟରେ ବିଶ୍ୱର ୩୪ ଦେଶରେ ମୋଟ ୯୩୧ ଥର ଇଣ୍ଟରନେଟ୍‌ ବନ୍ଦ କରାଯାଇଥିଲା। ସେଥିରୁ ଅର୍ଦ୍ଧାଧିକ ଅର୍ଥାତ୍‌ ୫୬୭ ଥର କେବଳ ଭାରତରେ ବନ୍ଦ ହୋଇଥିଲା। ଗତବର୍ଷ ସାରା ଭାରତରେ ୧୦୬ ଥର ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା। ୧,୧୫୭ ଘଣ୍ଟା ସେବା ବ୍ୟାହତ ହେବା ଯୋଗୁ ଦେଶର ୫୮୩ ନିୟୁତ ଡଲାର (୪,୪୬୩ କୋଟି ୫୬ ଲକ୍ଷ ୪୬ ହଜାର କୋଟି ଟଙ୍କା) କ୍ଷତି ହୋଇଥିଲା। ଏଥିରେ ୫୯.୧ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ ବୋଲି ନିକଟରେ ଇଣ୍ଟରନେଟ୍‌ ଫାର୍ମ ‘ଟପ୍‌ ଟେନ୍‌ ଭିପିଏନ୍‌ ଡଟ୍‌ କମ୍‌’ ଦର୍ଶାଇଥିଲା। ରାସ୍ତାରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନ୍‌ରେ ପରିସ୍ଥିତିର ଭିଡିଓ ବା ଫଟୋ ଉଠାଇ ବାସ୍ତବତାକୁ ବିଶ୍ୱବ୍ୟାପୀ ଲୋକଲୋଚନକୁ ଆଣିପାରନ୍ତି। ତେଣୁ ବାକ୍‌ ସ୍ବାଧୀନତାକୁ ସଙ୍କୁଚିତ କରିବା ଅଭିସନ୍ଧି ରଖି ଅନେକ ରାଜ୍ୟର ସରକାର ଇଣ୍ଟରନେଟ୍‌ ସେବା ବନ୍ଦ କରୁଥିବା ଦେଖିବାକୁ ମିଳୁଛି। ଚାଇନା ଓ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ ଏଭଳି କଟକଣା ଜାରି କରୁଥିବାବେଳେ ଏବେ ଭାରତ ମଧ୍ୟ ସେହି ଗୋଷ୍ଠୀରେ ନିଜକୁ ସାମିଲ କରିଛି।
କିଛି ମାସ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ବାପା ସ୍ବର୍ଗତ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଭାରତକୁ ଇଣ୍ଟରନେଟ୍‌ ଆଣିଥିବା ଦାବି କରିଥିଲେ। ତାଙ୍କ ମନ୍ତବ୍ୟରୁ ମନେହେଉଛି ସତେ ଯେମିତି ରାଜୀବ ନିଜ ପୈତୃକ ସମ୍ପତ୍ତିରୁ ଇଣ୍ଟରନେଟ୍‌ ଉଦ୍ଭାବନ କରିଥିଲେ। ରାହୁଲଙ୍କ ଦାବି ହାସ୍ୟାସ୍ପଦ ମନେହୁଏ। ରାଜୀବଙ୍କୁ ଆମେରିକୀୟ ଡେଭେଲପର ତଥା ଇଣ୍ଟରନେଟ୍‌ର ଜନକ ଭିଣ୍ଟନ୍‌ ସର୍ଫଙ୍କ ସହ ତୁଳନା କରାଯାଇ ନ ପାରେ। ବିଶ୍ୱବ୍ୟାପୀ ଗୋଟିଏ ସମୟରେ ଇଣ୍ଟରନେଟ୍‌ର ସୃଷ୍ଟି ହୋଇଥିବାବେଳେ ୯୦ ଦଶକର ମଧ୍ୟଭାଗରେ ଏହାକୁ ଭାରତ ଦେଖିଥିଲା। ସେତେବେଳେ କଂଗ୍ରେସର ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ। ତା’ର ଅର୍ଥ ନୁହେଁ ଯେ ନରସିଂହ ରାଓ ଭାରତରେ ଇଣ୍ଟରନେଟ୍‌କୁ ପ୍ରବେଶ କରାଇଥିଲେ। କିନ୍ତୁ ଆମ ଦେଶର ସ୍ଥିତିକୁ ଦେଖିଲେ ଜାଣିହୁଏ ଯେ, ଏଭଳି ତ୍ରୁଟି ସମସ୍ତେ କରନ୍ତି। ନୂଆ ରେଳ ସଂଯୋଗ କାର୍ଯ୍ୟକାରୀ ହେଲେ ଦାବି କରାଯାଏ, ଅମୁକ ରେଳମନ୍ତ୍ରୀଙ୍କ ଦ୍ୱାରା ଏହା କରାଯାଇଛି। ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧବିମାନ ମୋଦିଙ୍କ ଯୋଗୁ ଆସିଲା ବୋଲି କେତେଜଣ ଲୋକ ଦାବି କରିପାରନ୍ତି। କିନ୍ତୁ ସେହି କିଣାବିକା ପ୍ରକ୍ରିୟା ହୁଏତ ୧ ଦଶନ୍ଧି ପୂର୍ବରୁ ଗଡ଼ିଆସୁଥିଲା। ଅନେକ ହଜାର କୋଟି ଟଙ୍କାର କିଣାବିକା ନିଷ୍ପତ୍ତି ଦିନକରେ କିମ୍ବା ୫ ବର୍ଷରେ ଶେଷ ହୁଏନାହିଁ। ଅନ୍ୟପଟେ ଦେଶରେ ବୈଷୟିକ ଜ୍ଞାନର ପ୍ରବେଶ କୌଣସି ରାଜନେତାଙ୍କ ଯୋଗୁ ଘଟେ ନାହିଁ। ରୁଷିଆ ସହିତ ଯୁଦ୍ଧ ଯୋଗୁ ୟୁକ୍ରେନ୍‌ର ସେନା ତୁର୍କୀଠାରୁ ଆକ୍ରମଣକାରୀ ଡ୍ରୋନ୍‌ ପାଇପାରିଲା। ଏଥିରେ ଯଦି ଦାବି କରାଯାଏ ଯେ, ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଡ୍ରୋନ୍‌ର ଉଦ୍ଭାବକ ତେବେ ତାହାଠାରୁ ହାସ୍ୟାସ୍ପଦ କଥା ଖୋଜିବା କଷ୍ଟକର ହେବ। ସେହିଭଳି ଭାରତରେ କରୋନା ସଂକ୍ରମଣ ସମୟରେ ଦିଆଯାଉଥିବା ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ଦେବା ମଧ୍ୟ ଭୁଲ୍‌। ଏଥିରୁ ବୁଝିବାକୁ ହେବ ଯେ, ପୃଥିବୀରେ ଉନ୍ନତି ଲାଗିରହିଛି। ବିଶେଷକରି ବିଜ୍ଞାନ ଓ ବୈଷୟିକ ଜ୍ଞାନରେ ପ୍ରତ୍ୟେକ ଦିନ ନୂଆ ବିଷୟ ଜଣାପଡ଼ୁଛି। ଏହି ବିକାଶରେ ଭାରତୀୟ ରାଜନେତାମାନଙ୍କର ତିଳେ ହେଲେ ଅବଦାନ ନାହିଁ। ସେଥିପାଇଁ ଇଣ୍ଟରନେଟ୍‌ଠାରୁ ମାଗଣା କୋଭିଡ୍‌ ଟିକା ପର୍ଯ୍ୟନ୍ତ ରାହୁଲ ହୁଅନ୍ତୁ ବା ଅନ୍ୟ କାହାରି ବାହାଦୁରି ମାରିବା ଅଧିକାର ନାହିଁ। ଟିକା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ମୋଟା ଅଙ୍କର ଟିକସ ବସାଇ ଲୋକଙ୍କଠାରୁ ଅର୍ଥ ଅସୁଲ କରିଥିବା ବିଷୟ ଅନେକ ମନ୍ତ୍ରୀ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri